ବିଶୃଙ୍ଖଳାକାରୀଙ୍କ ଉପରେ ନଜର ରଖିବ ସ୍ୱତନ୍ତ୍ର ଆପ୍ : କମିଶନରେଟ ପୋଲିସ

0 369

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଗାମୀ ତା ୨୫.୦୫.୨୦୨୪ ଋଖ ରେ ଭୁବନେଶ୍ୱର ସହରାଂଚଳ ଜିଲ୍ଲା ରେ ସାଧାରଣ ନିର୍ବାଚନ ୨୦୨୪ ଅନୁଷ୍ଠିତ ହବାକୁ ଯାଉଛି ଯେଉଁଥିରେ କି ୫ ଟି ବିଧାନ ସଭା ଆସନ ନିମନ୍ତେ ସର୍ବମୋଟ ୧୧୩୨ ଟି ବୁଥ ପାଇଁ ୫୧ ଟି ମୋବାଇଲ ପେଟ୍ରୋଲିଂ ପାର୍ଟି ସହିତ ପ୍ରାୟ ତିନି ହଜାର ରୁ ଉର୍ଦ୍ଧ ପୁଲିସ କର୍ମଚାରୀ ଶାନ୍ତିପୂର୍ଣ ମତଦାନ ନିମନ୍ତେ ନିୟୋଜିତ ହୋଇ ଅଛନ୍ତି । ନିର୍ବାଚନ ସମୟରେ ପୁଲିସର ଭୂମିକାକୁ ସୂଚାରୁ ଭାବରେ ତୁଲାଇବା ପାଇଁ ଏବଂ ଜନ ସାଧାରଣ ନିଜର ମତଦାନ ସୁବିଧା ରେ କରିବାର ସହାୟକ ହେବା ନିମନ୍ତେ କମିସନେରେଟ ପୁଲିସ ଓ ଓଡିଶା ସ୍ପେସ ଆପ୍ଲିକେସନ ସେଣ୍ଟର ଦ୍ୱାରା ପୋଲିସ ପାଟ୍ରୋଲିଂ ଆଣ୍ଡ ଆମ୍ପ, ବୁଥ ମନିଟରିଙ୍ଗ ସିଷ୍ଟମ ଏବଂ ଭେଇକ୍ଲି ଟ୍ରାକିଙ୍ଗ ସିଷ୍ଟମ ନାମ ରେ ଦୁଇଟି ଆପ୍ଲିକେଶନ ପ୍ରସ୍ତୁତ କରାଯାଇଛି ।

ଏହି ଆପ୍ଲିକେଶନ ମାଧ୍ୟମ ରେ ବର୍ତ୍ତମାନ ପୋଲିଂ ଅବଧିରେ ପେଟ୍ରୋଲିଂ ୟୁନିଟ୍ ଗୁଡିକର ଅବସ୍ଥିତି କୁ ନଜର ରେ ରଖି ଜରୁରୀ ସମୟରେ ଦରକାର ଥିବା ସ୍ଥାନକୁ ତୁରନ୍ତ ପଠାଯାଇ ପାରିବ । ଏହି ଆପ୍ଲିକେଶନ ମାଧ୍ୟମ ରେ ବୁଥ ରେ ନିୟୋଜିତ ଥିବା କର୍ମୀ କଣ୍ଟ୍ରୋଲ ରୁମ ସହିତ ସିଧା ସଳଖ ବୁଥ ର ପ୍ରତ୍ୟେକ ସମୟର ସ୍ଥିତି ଯଥା ପୋଲିଂ ଷ୍ଟାଟସ ଧାଡି ରେ ଅପେକ୍ଷା କରି ଥିବା ଭୋଟରଙ୍କ ସଂଖ୍ୟା , ବିଶୃଙ୍ଖଳା ହେଲେ ତୁରନ୍ତ ଫଟୋ କିମ୍ବା ଭିଡ଼ିଓ ସହିତ ସଂପୂର୍ଣ ତଥ୍ୟ ପ୍ରଦାନ କରିପାରିବେ ।

ମୋବାଇଲ୍ ପାର୍ଟିଗୁଡିକ ପାଇଁ ମାଗର୍ଗୁଡିକ ପୂର୍ବରୁ ନିର୍ଦ୍ଦିଷ୍ଟ କରାଯାଇଛି ଯେଉଁଥିରେ ପାଟ୍ରୋଲିଂ ହେବ ଏବଂ ସେହି ରାସ୍ତା ରୁ କୌଣସି ପରିବର୍ତ୍ତନ ହେଲେ କଣ୍ଟ୍ରୋଲ ରୁମରେ ଥିବା ଡାଟାବେସରେ ଏକ ଅଫ୍ ରୁଟ୍ ଆଲର୍ଟ ସୃଷ୍ଟି ହେବ । ପୋଲିସ ପାଟ୍ରୋଲିଂ ଆଣ୍ଡ ଆମ୍ପ, ବୁଥ ମନିଟରିଙ୍ଗ ସିଷ୍ଟମ ଏବଂ ଭେଇକ୍ଲି ଟ୍ରାକିଙ୍ଗ ସିଷ୍ଟମ ହେଉଛି ଏକ ୱେବ୍ ଏବଂ ମୋବାଇଲ୍ ଜିଆଇଏସ୍ ଆଧାରିତ ଆପ୍ଲିକେଶନ ଯାହାକି କମିସନେରେଟ ପୁଲିସ ପାଇଁ କଣ୍ଟ୍ରୋଲ୍ ରୁମରୁ ନିର୍ବାଚନ ପାଇଁ ପ୍ରଦର୍ଶିତ ପୋଲିସ୍ ଗାଡିର ଟ୍ରାକିଂ ଏବଂ ମନିଟରିଂ ପାଇଁ ବିକଶିତ ହୋଇଛି ।

ଏଥିରେ ମତଦାନ ବୁଥ୍ ଲାଇଭ୍ ଅପଡେଟ୍ ଅନ୍ତର୍ଭୂକ୍ତ ହୋଇଛି ଯାହା ଡ୍ୟାସବୋର୍ଡରେ ପ୍ରତିଫଳିତ ହେବ । ମୋବାଇଲ୍ ଆପ୍ ଆଧାରିତ ଆଲର୍ଟ, ଘଟଣା ଏବଂ ଏସଡଏସ୍ ମେସେଜ୍ ନିକଟସ୍ଥ ମୋବାଇଲ୍ ପାର୍ଟି ଏବଂ କେଂଟ୍ରାଲ୍ ରୁମ୍ କୁ ପହଂଚା ଯାଇ ପାରିବ । ବୁଥର ଅବସ୍ଥିତି, ମୋବାଇଲ ପାର୍ଟି ର ପୂର୍ବ ନିର୍ଧାରିତ ସୀମା ଏବଂ ପୋଲିସ୍ ଥାନା ର ସୀମା ପାଇଁ ଜିଓଡାଟାବେସ୍ ଓଆରଏସଏସି ଜିଓରେଫେରେଡେଡ୍ କ୍ୟାଡଷ୍ଟ୍ରାଲ୍ ଲେଭଲ୍ ମ୍ୟାପ୍ ଏବଂ ଅର୍ଥୋ ଇମେଜ୍ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy