ସମସ୍ତଙ୍କୁ ମିଳିଲା, ପୋଲିସ ଓ ସାମ୍ବାଦିକ ନିରାଶ!

0 1,171

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ବର୍ଗର ଲୋକଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରିଛନ୍ତି । କଳାକାରଙ୍କ ଠାରୁ ଆରମ୍ଭ କରି ନିର୍ମାଣ ଶ୍ରମିକ ପର୍ଯ୍ୟନ୍ତ ସମସ୍ତଙ୍କ ଭତ୍ତା ଓ ପେନ୍‌ସନ ଆଦି ବୃଦ୍ଧି କରିଛନ୍ତି । ଯାହା ନିଶ୍ଚିତ ପକ୍ଷେ ସ୍ୱାଗତଯୋଗ୍ୟ ପଦକ୍ଷେପ । ହେଲେ ସଦାସର୍ବଦା ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା କରୁଥିବା ପୋଲିସ ଓ ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ ନିରାଶ କରିଛନ୍ତି!

ଲୋକଙ୍କ ଧନଜୀବନ ରକ୍ଷା ଠାରୁ ଆରମ୍ଭ କରି ଭିଭିଆଇଙ୍କ ସୁରକ୍ଷା ପର୍ଯ୍ୟନ୍ତ ସବୁଠି ପୋଲିସ କର୍ମଚାରୀଙ୍କୁ ଡ୍ୟୁଟି କରିବାକୁ ପଡୁଛି । ଖରା-ବର୍ଷାକୁ ଖାତିର ନକରି ସେମାନେ ନିଜ କର୍ତ୍ତବ୍ୟରେ ଲାଗିପଡିଥାନ୍ତି । ପରିବାର ଓ ମଜା-ମଜଲିସ ଠାରୁ ବହୁଦୂରରେ ରହି ସେମାନେ ଡ୍ୟୁଟି କରିଥାନ୍ତି । ସେମାନଙ୍କର ଅନେକ ଦାବି ରହିଛି । ପେନସନ୍‌, ଭତ୍ତା ସହ ଏକାଧିକ ଦାବି ରହିଥିଲେ ମଧ୍ୟ ସେମାନେ ଅନ୍ୟମାନଙ୍କ ପରି ରାସ୍ତାକୁ ଓହ୍ଲାଇନଥାନ୍ତି । ତେଣୁ ସରକାର ସେମାନଙ୍କ ଦାବିକୁ ମଧ୍ୟ ଗୁରୁତ୍ୱ ଦେଉନାହାନ୍ତି ବୋଲି ଅଭିଯୋଗ ହୁଏ । ହେଲେ ନିର୍ବାଚନ ପୂର୍ବରୁ ସରକାର ପୋଲିସ କର୍ମଚାରୀଙ୍କ ଲାଗି ଏକ ବଡ ଘୋଷଣା କରିବାକୁ ସେମାନେ ଆଶା ରଖିଛନ୍ତି ।

ସେହିପରି ସାମ୍ବାଦିକମାନେ ମଧ୍ୟ ଏକ ପ୍ରକାର ନିରାଶ ହୋଇଛନ୍ତି । କାରଣ ନିର୍ବାଚନ ବିଗୁଲ ବାଜିବାକୁ ଆଉ ମାତ୍ର କେଇଟା ଦିନ ବାକି ଅଛି । ହେଲେ ସାମ୍ବାଦିକମାନଙ୍କ ଲାଗି ସରକାର କୌଣସି ଦାବି ପୂରଣ କରିନାହାନ୍ତି । କିଛିଦିନ ତଳେ ସାମ୍ବାଦିକମାନେ ଲୋୟର ପିଏମ୍‌ଜି ଠାରୁ ଏକଜୁଟ ହୋଇଥିଲେ । ଏହି ସମୟରେ ସାମ୍ବାଦିକମାନେ ସରକାରଙ୍କୁ ୭ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି । ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ପେନସନ୍‌, ସ୍ୱାସ୍ଥ୍ୟ ବୀମା ଯୋଜନାରେ ପିତା-ମାତାଙ୍କୁ ସାମିଲ, ଅଧି ସିକୃତି କମିଟି ଗଠନ, ଲୋକସେବା ଭବନକୁ ସାମ୍ବାଦିକଙ୍କ ପ୍ରବେଶ ଆଦି ଦଫା ସମ୍ବଳିତ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ହେଲେ ଅଦ୍ୟାବଧି କୌଣସି ଦାବି ପୂରଣ କରାଯାଇନାହିଁ । ଆଶା କରାଯାଉଛି, ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ସାମ୍ବାଦିକଙ୍କ ଲାଗି ଏକ ବଡ ଘୋଷଣା କରିବେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy