ସ୍କୁଲ ଛୁଟି ନେଇ ମିଥ୍ୟା ଖବର ଭାଇରାଲ

0 532

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଲେଟର ହେଡ୍‌ରେ ସ୍କୁଲ ଛୁଟି ଘୋଷଣା ନେଇ ଏକ ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଯାହାକୁ ମିଥ୍ୟା ବୋଲି ଓଡିଶା ପୋଲିସ ସ୍ପଷ୍ଟ କରିବା ସହ ଏହା ଏକ ଦଣ୍ଡନୀୟ ଅପରାଧ ବୋଲି ଦର୍ଶାଇଛି ।

ସୂଚନା ଅନୁସାରେ, ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଲେଟର ହେଡ୍‌ରେ ଲେଖାଯାଇଛି ଯେ, ସଂପ୍ରତି ରାଜ୍ୟରେ ଗ୍ରୀଷ୍ମ ପ୍ରଭାହ ଓ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟ ଗୁଡିକୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଆଗକୁ ସାଧାରଣ ନିର୍ବାଚନ ଥିବା ହେତୁ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ, ଯାବତୀୟ ବିଦ୍ୟାଳୟ କାର୍ଯ୍ୟ ସମ୍ପାଦନ କରିବେ ।

ଏଭଳି ସୂଚନା ମିଳିବା ପରେ କେତେକ ଗଣମାଧ୍ୟମ ଏହି ଖବରକୁ ପ୍ରସାରଣ ମଧ୍ୟ କରିଥିଲେ । ତେବେ ଏଭଳି କୌଣସି ଘୋଷଣା କରାଯାଇନଥିବା ସରକାର ଜାଣିବା ପରେ ପୋଲିସକୁ ଅନୁଧ୍ୟାନ କରିବାକୁ ଅନୁରୋଧ କରିଥିଲେ । ଓଡ଼ିଶା ପୋଲିସ ଘଟଣାର ଅନୁଧ୍ୟାନ କରିବା ପରେ ଏହା ମିଛ ବୋଲି ଜାଣିବାକୁ ପାଇଛି ।

ଏନେଇ ଓଡ଼ିଶା ପୋଲିସ କହିଛି, ଗ୍ରୀଷ୍ମ ପ୍ରବାହ ଯୋଗୁ ୧୫ ଜୁନ୍ ୨୦୨୪ ପର୍ଯ୍ୟନ୍ତ ସ୍କୁଲ ଛୁଟି ସମ୍ବନ୍ଧିତ ଏକ ମିଥ୍ୟା ସମ୍ବାଦ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା କଥା ଆମର ଦୃଷ୍ଟି ଗୋଚର ହୋଇଛି । ଏହିଭଳି ମିଥ୍ୟା ପ୍ରଚାର କରି ସାଧାରଣରେ ବିଭ୍ରାନ୍ତ ସୃଷ୍ଟି କରିବା ଦଣ୍ଡନୀୟ ଅଟେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy