କଂଗ୍ରେସ ଛାଡିଲେ ଗଣେଶ୍ୱର, ବିଜେଡିରେ ମିଶିବେ

0 518

ଭୁବନେଶ୍ୱର/କେନ୍ଦ୍ରାପଡା, (ରିପୋଟର୍ସ ପେନ୍‌): କେନ୍ଦ୍ରପଡାର ଚର୍ଚ୍ଚିତ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ପିସିସି ସଭାପତିଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ଆଜି ସେ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ଖୁବ୍‌ଶୀଘ୍ର ବିଜେଡିରେ ମିଶିବେ ବୋଲି ଜଣାପଡିଛି । ଯାହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଗତ କେତୋଟି ନିର୍ବାଚନରେ ଗଣେଶ୍ୱର ବେହେରା କ୍ରମାଗତ ଭାବେ ପରାଜିତ ହେଉଥିଲେ ମଧ୍ୟ ତାଙ୍କର ଲୋକସମ୍ପର୍କ ଯୋଗୁଁ ସେ ଜିଲ୍ଲାରେ କଂଗ୍ରେସ ସଂଗଠନକୁ ସଜାଡି ରଖିପାରିଥିଲେ । ୨୦୨୪ ନିର୍ବାଚନ ପୂର୍ବରୁ ସେ ଶକ୍ତି ପ୍ରଦର୍ଶନ ପୂର୍ବକ ଏକ ବିଶାଳ ରାଲି କରି ସେ ନିଜର ଉପସ୍ଥିତ ଜାହିର କରିଥିଲେ । ୨୦୧୯ରେ ମାତ୍ର ୫ ହଜାର ଲକ୍ଷ୍ୟ ରଖିଥିଲେ । ମାତ୍ର ଶେଷ ମୁହୂର୍ତ୍ତରେ କଂଗ୍ରେସ ତାଙ୍କୁ ଦଳରେ କୋଣଠେସା କରିଦେଇଥିଲା । ତାଙ୍କ ଠାରୁ ସବୁ ପଦପଦବୀ ଛଡାଇ ନେଇଥିଲା । ଏହି ଅପମାନରେ ଜର୍ଜତ ଥିବା ଗଣେଶ୍ୱର କଂଗ୍ରେସ ଛାଡିବା ନେଇ ସ୍ପଷ୍ଠ ଜଣାପଡୁଥିଲା । ଏନେଇ ‘ରିପୋର୍ଟର୍ସ ପେନ୍‌’ ପ୍ରଥମେ ଖବର ପ୍ରକାଶ କରିଥିଲା । ତାହା ଆଜି ସତ୍ୟ ପ୍ରମାଣିତ ହୋଇଛି । ଶ୍ରୀ ବେହେରା ବିଜେଡିରେ ମିଶିବା ଏକ ପ୍ରକାଶ ସ୍ପଷ୍ଟ ହୋଇଛି ।

୨୦୧୯ରେ ଶଶିଭୂଷଣ ବେହେରା ‘ଉଡା ଚଢେଇ’ ଭାବେ ଆସି ନୀବନ ପଟ୍ଟନାୟକଙ୍କ ହାୱାରେ ବିଜୟୀ ହୋଇଥିଲେ । ମାତ୍ର କୌଣସି ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇ ନଥିଲେ । ଏପରିକି ତୃଣମୂଳସ୍ତରରେ ସଂଗଠନକୁ ସଜାଡି ରଖିପାରିନଥିଲେ । ବରଂ ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରି ବିବାଦୀୟ ହୋଇପଡିଥିଲେ । ଫଳସ୍ୱରୂପ ତାଙ୍କୁ ନିଜ ଦଳର କର୍ମୀମାନେ ଅଣ୍ଡାମାଡ କରିବାକୁ ବାଧ୍ୟ ହୋଇଥିଲେ । ତେଣୁ ଚଳିତ ଥର ଦଳ ଗୋଟିଏ ନିର୍ବିବାଦୀୟ ପ୍ରାର୍ଥୀ ଖୋଜୁଥିବା ବେଳେ ଗଣେଶ୍ୱରଙ୍କ ଉପରେ ନଜର ପଡିଥିଲା । ଦଳ ଗଣେଶ୍ୱରଙ୍କୁ ଅଫର ଦେବା ପରେ ଏକ ନିଶ୍ଚିତ ସୁଯୋଗକୁ ମଧ୍ୟ ସେ ହାତଛଡା କରିବାକୁ ଚାହିଁ ନଥିଲେ । ତେଣୁ ସେ କଂଗ୍ରେସ ଛାଡି ବିଜେଡିରେ ମିଶିବାକୁ ସ୍ଥିର କରିଛନ୍ତି । ବିଜେଡିରେ ମିଶିବା ପରେ ସେ କେନ୍ଦ୍ରାପଡ଼ା ଆସନରୁ ଲଢିବା ଏକ ପ୍ରକାର ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy