ସ୍ୱେଚ୍ଛାକୃତ ଅବସର ନେଲେ ଆଇପିଏସ୍ ସଂଜୟ ସିଂ

0 173

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଓଡ଼ିଶା କ୍ୟାଡର ଆଇପିଏସ୍  ଅଫିସର ସଂଜୟ ସିଂହ ସ୍ୱେଚ୍ଛାକୃତ ଅବସର (ଭିଆରଏସ୍‌) ନେଲେ। ୧୯୯୬ ବ୍ୟାଚ୍‌ର ଏହି ବରିଷ୍ଠ ଆଇପିଏସ୍  ଅଧିକାରୀଙ୍କୁ ଭିଆରଏସ୍‌ ପାଇଁ ଅନୁମତି ମିଳିଛି। ତାଙ୍କ ଆବେଦନକୁ ରାଜ୍ୟ ଗୃହ ବିଭାଗ ମଞ୍ଜୁର କରିଛି। 

ସଞ୍ଜୟ ସିଂହ ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡେପୁଟି ଡିଜି ଭାବେ ଦାୟିତ୍ୱରେ ଥିଲେ। ତେବେ ସେ କାହିଁକି ଭିଆରଏସ୍ ନେଲେ ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନି।

ସଞ୍ଜୟ ସିଂହ ଓଡ଼ିଶା ପୁଲିସ୍‌ରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ। ତା’ ସହିତ ସେ ସିବିଆଇରେ ମଧ୍ୟ ଥିଲେ। ସେ ସିବିଆଇରେ ଡିଆଇଜି ରାଙ୍କରେ ଥିଲେ ଓ ଅନେକ ହାଇପ୍ରୋଫାଇଲ କେସ୍‌ର ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା। 

୨୦୨୧ରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ ଓ ତାଙ୍କୁ ନାରକୋଟିକ୍‌ସ କଣ୍ଟ୍ରୋଲ ବ୍ୟୁରୋରେ ଡେପୁଟି ଡାଇରେକ୍ଟର ଜେନେରାଲ ବା ଡିଡିଜି ପଦରେ ନିଯୁକ୍ତି ଦିଆଯାଇଥିଲା। 

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy