ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟ୍‍; ଆଜିଠୁ ପ୍ରାର୍ଥୀପତ୍ର ଦାଖଲ

0 251

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ଓ ଲୋକସଭା ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଆଧାରରେ ରାଜ୍ୟର ୬ ଲୋକସଭା ଆସନ ଏବଂ ତତ୍‍ ସଂଲଗ୍ନ ୪୨ ବିଧାନସଭା ଆସନ ଲାଗି ଭୋଟଗ୍ରହଣ ହେବ। ସାଧାରଣତଃ ଭୋଟ ଗ୍ରହଣର ସମୟ ସକାଳ ୭ଟା ରହିବ । ସମ୍ବାଦନଶୀଳ ବୁଥଗୁଡ଼ିକରେ ସମୟ ନିର୍ଘଣ୍ଟରେ ପରିପର୍ତ୍ତନ ରହିଛି। 

ଦେଶର ଏହା ଶେଷ ପର୍ଯ୍ୟାୟ ନିର୍ବାଚନ ହେବ। ୭ରାଜ୍ୟ ଓ ଚଣ୍ଡିଗଡ଼ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ପର୍ଯ୍ୟାୟ ଭୋଟଗ୍ରହଣ ଅନୁଷ୍ଠିତ ହେବ।  ଏଥିରେ ବିହାରର ୮ଟି, ହିମାଚଳ ପ୍ରଦେଶର ୪, ଝାଡ଼ଖଣ୍ଡର ୩, ଓଡ଼ିଶାର ୬, ପଞ୍ଜାବର୧୩, ଉତ୍ତର ପ୍ରଦେଶର ୧୩, ପଶ୍ଚିମବଙ୍ଗର ୯ ଏବଂ ଛଣ୍ଡିଗଡ଼ ଆସନ ଲାଗି ଭୋଟ୍‍ ଗ୍ରହଣ କରାଯିବ। ଏହାପରେ ଜୁନ୍‍ ୪ ତାରିଖରେ ଗଣତି ହେବ। 

ରାଜ୍ୟରେ ଯେଉଁ ଛଅ ଆସନ ଲାଗି ଭୋଟ୍‍ ଗ୍ରହଣ ହେବ ସେଗୁଡ଼ିକ ହେଲା ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର। ବାଲେଶ୍ୱର ଆସନ ଲାଗି ୧୬ଲକ୍ଷ ୫ହଜାର ୧୫୭ ଭୋଟର, ଭଦ୍ରକରେ ୧୭ ଲକ୍ଷ ୬୭ ହଜାର ୧୬୬, ଯାଜପୁରରେ ୧୫ ଲକ୍ଷ ୨୮ ହଜାର ୨୭୩, ମୟୁରଭଞ୍ଜରେ ୧୫ ଲକ୍ଷ ୩୮ ହଜାର ୭୮୪, କେନ୍ଦ୍ରାପଡ଼ାରେ ୧୭ଲକ୍ଷ ୯୦ ହଜାର ୮୦ ଏବଂ ଜଗତସିଂହପୁରରେ ୧୬ ଲକ୍ଷ ୯୮ ହଜାର ୯୦୪ ଜଣ ଭୋଟର ଭୋଟ୍‍ ଦେବେ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy