ଦଶମ ପାସ୍ କରିଛନ୍ତି କି? ପୋଲିସ ଚାକିରୀ ପାଇଁ ଆବେଦନ କରନ୍ତୁ

0 408

ପୋଲିସ୍ ଚାକିରି ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ପାଇଁ ଖୁସି ଖବର। ରାଜ୍ୟରେ ପୋଲିସ୍ ଚାକିରି କରିପାରିବେ ଆଶାୟୀ।  ଏନେଇ ଓଡି଼ଶା ପୋଲିସରେ ନିଯୁକ୍ତି ପାଇଁ ଓଡ଼ିଶା ପୋଲିସ୍ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି।  ଆଶାୟୀମାନେର ଅଫିସିଆଲ୍ ଓ୍ବେବସାଇଟ୍ https://odishapolice.gov.in/କୁ ଯାଇ ଦେଖିପାରିବେ। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଏହି ନିଯୁକ୍ତି ପ୍ରକ୍ରିୟାରେ ତିନି ହଜାରରୁ ଅଧିକ ପଦବୀ ପୂରଣ ହେବ। ବିଶେଷ କରି ଦଶମ ପାଶ୍ ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ।

ଆବେଦନ ପ୍ରକ୍ରିୟା:
ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅନ୍‌ଲାଇନ୍ ମାଧ୍ୟମରେ ହୋଇପାରିବ। ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ।

ଏହି ସବୁ ପଦବୀ ପଡି଼ଛି ଖାଲି:
 -ପୋଲିସ୍ SI- ପାଇଁ  ୭୦୪ଟି ପୋଷ୍ଟ୍‌ 
-ସଶସ୍ତ୍ର SI ପାଇଁ ୯୫ଟି ପୋଷ୍ଟ୍‌ 
-ସିପାହୀ / କନଷ୍ଟେବଲ୍ ବାଟାଲିଅନ୍ – ୧୫୧୩ଟି ପୋଷ୍ଟ୍‌
-ଡ୍ରାଇଭର MT – ୪୦୫ଟି ପୋଷ୍ଟ୍‌
-ଜୁନିଅର କ୍ଲର୍କ– ୧୭୭ଟି ପୋଷ୍ଟ୍‌
କନଷ୍ଟେବଲ୍ କମ୍ୟୁନିକେସନ ( ଯୋଗାଯୋଗ )– ୩୦୦ଟି ପୋଷ୍ଟ୍‌
ମୋଟ୍ ପଦବୀ ସଂଖ୍ୟା -୩୦୯୯

ଶିକ୍ଷାଗତ ଯୋଗ୍ୟତା :
-ପୋଲିସର SI / ସଶସ୍ତ୍ର SI ଯେକୌସି ବିଷୟରେ ସ୍ନାତକ କରିଥିବା ଆବଶ୍ୟକ ।  
-ସିପାହୀ / କନଷ୍ଟେବଲ୍ ବାଟାଲିଅନ୍ ପାଇଁ ଦଶମ ପାଶ୍‌ ଶିକ୍ଷାଗତ ଯୋଗ୍ୟତା ରହିଛି।  
-ଡ୍ରାଇଭର MT – ଦଶମ ପାଶ ସହିତ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ରହିଛି।
– ଜୁନିଅର କ୍ଲର୍କ ପାଇଁ ଯେକୌସି ବିଷୟରେ ସ୍ନାତକ କରିଥିବା ଆବଶ୍ୟକ।  
-କନଷ୍ଟେବଲ୍ କମ୍ୟୁନିକେସନ ( ଯୋଗାଯୋଗ ) – ପଦାର୍ଥ ବିଜ୍ଞାନ / ରସାୟନ ବିଜ୍ଞାନ ଏବଂ ଗଣିତ ସହିତ +2 ପାଶ୍ କରିଥିବା ଆବଶ୍ୟକ।

Get real time updates directly on you device, subscribe now.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy