ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0 314

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଓଡ଼ିଶା ଗ୍ରସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବାୟୁ ସେନାର ଏକ ସ୍ୱତନ୍ତ୍ର ବିମାନରେ ପ୍ରଧାନମନ୍ତ୍ରୀ ମୋଦୀ ବିମାନବନ୍ଦରରେ ପହଞ୍ଚିବା ପରେ ବରିଷ୍ଠ ବିଜେପି ନେତାମାନେ ତାଙ୍କୁ ସ୍ୱାଗତ ଜଣାଇଛନ୍ତି । ବିମାନବନ୍ଦର ବାହାରେ କଳାକାରମାନେ ପାରମ୍ପରିକ ବାଦ୍ୟ, ନୃତ୍ୟ ଓ ଗୀତରେ ମୋଦୀଙ୍କୁ ସ୍ୱାଗତ କରାଯାଇଛି ।

ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ମୋଦୀ ସିଧାସଳଖ ରାଜଭବନ ଅଭିମୁଖେ ସ୍ୱତନ୍ତ୍ର କାରକେଡରେଯାଇଥିଲେ । ଭୁବନେଶ୍ୱରସ୍ଥିତ ରାଜଭବନରେ ରାତ୍ରିଯାପନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ସୋମବାର) ସକାଳେ ବ୍ରହ୍ମପୁର ଅଭିମୁଖେ ବାହାରିବେ । ସେଠାରେ ନିର୍ବାଚନୀ ସଭାରେ ଯୋଗ ଦେବେ । ପରେ ସେ ପୁଣି ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ସାମିଲ ହୋଇ ଉଦ୍‌ବୋଧନ ଦେବେ ।

ମୋଦୀଙ୍କ ଗସ୍ତ ପାଇଁ ଏହାପୂର୍ବରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କାରକେଡ ରିହରସେଲ ହୋଇଛି । ଗସ୍ତ ବେଳେ ରାଜଧାନୀ ନୋ ଫ୍ଲାଇିଂ ଜୋନ୍ ଘୋଷଣା ହୋଇଛି । ବ୍ଲୁ-ବୁକ ଅନୁସାରେ ଏସପିଜି ସହ ଆଲୋଚନା କରାଯିବ ପରେ ବିମାନବନ୍ଦରରେ ସିଆଇଏସଏଫ ପୁଲିସ ମୁତୟନ ହୋଇଛନ୍ତି ।

ରାଜଭବନରେ ମଧ୍ୟ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ପାଇଁ ୩ ଜଣ ଡିଏସପି, ୧୦ ଏସସିପି, ୧୭ ଆଇଆଇସି, ୯୦ ଏସଆଇ ଏବଂ ଏସଆଇ ନିୟୋଜିତ ହୋଇଛନ୍ତି । ମୋଟ୍ ୨୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଟ୍ରାଫିକ କଂଟ୍ରୋଲ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ରାସ୍ତାକୁ ବାରିକେଡ କରାଯିବ । ପୁଲିସ କମିସନର ସଂଜୀବ ପଣ୍ଡା ଏହି ସୂଚନା ଦେଇଛନ୍ତି ।

ଏହି ଗସ୍ତର ୩ ଦିନ ପରେ ପ୍ରଧାନମନ୍ତ୍ରୀ ପୁଣି ଓଡିଶା ଆସିବେ । ୧୦ ତାରିଖରେ ଭୁବନେଶ୍ୱରରେ ବିଶାଳ ରୋଡ ସୋ’ କରିବେ । ମେ’ ୧୧ ତାରିଖରେ ବଲାଙ୍ଗୀରରେ ଜନସଭାକୁ ସମ୍ବୋଧିତ କରିବେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy