ବଣିକ କୋଚିଂ ସେଣ୍ଟର ଉପରେ ଆଇଟି ଚଢାଉ

0 911

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀର ଏକ ପରିଚିତ କୋଚିଂ ସେଣ୍ଟର ‘ବଣିକ’ ଉପରେ ଆଇକର ବିଭାଗ (ଆଇଟି) ପକ୍ଷରୁ ଚଢାଉ କରାଯାଇଛି । ଏଥିସହିତ କୋଚିଂ ସେଣ୍ଟର ମାଲିକ ସୁବ୍ରତ କୁମାର ଛାଟୋଇଙ୍କ ଭୁବନେଶ୍ୱରସ୍ଥିତ ଘର ସମେତ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଥିବା ଜଣାପଡିଛିି । କୋଚିଂ ସେଣ୍ଟର ବିପୁଳ ପରିମାଣର ଜିଏସଟି ଫାଙ୍କି ଥିବା ନେଇ ଅଭିଯୋଗ ରହିଛି ।

ରାଜଧାନୀ ସମେତ ରାଜ୍ୟର ଏକାଧିକ ସହରରେ ‘ବଣିକ’ କୋଚିଂ ସେଣ୍ଟର କାର୍ଯ୍ୟ କରୁଛି । ଏହି ସଂସ୍ଥା ଗତକିଛି ବର୍ଷ ହେଲା ଆୟକର ଫାଙ୍କି ଚାଲିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଆଧାର କରି ଆଜି ଭୋର ୪ଟାରୁ ଆୟକର ବିଭାଗ ପକ୍ଷରୁ କୋଚିଂ ସେଣ୍ଟର ସମେତ ମାଲିକଙ୍କ ଘରେ ଚଢାଉ କରାଯାଉଛି । ଏହି ଚଢାଉ ଦିନତମାମ ଚାଲିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଉଲ୍ଲେଖଥାଉ କି, ଗତବର୍ଷ ମଧ୍ୟ ଏହି କୋଚିଂ ସେଣ୍ଟର ଉପରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିଲା । କୋଚିଂ ସେଣ୍ଟରର କେତେକ ଜିନିଷପତ୍ର ମଧ୍ୟ ସିଲ୍ କରାଯାଇଥିଲା । ଏହାସହ ମାଲିକ ସୁବ୍ରତ ଛାଟୋଇଙ୍କୁ ଆୟକର ବିଭାଗ ପକ୍ଷରୁ ପଚରାଉଚରା କରାଯାଇଥିଲା । ତେବେ ଏନେଇ କୋଚିଂ ସେଣ୍ଟର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy