ବୁଧଙ୍କ ଚଳନ, ଏହିସବୁ ରାଶିଙ୍କ ଭାଗ୍ୟ ବଦଳିବ

Reporterspen

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ଗ୍ରହମାନଙ୍କ ଗ୍ରହ ମାନଙ୍କ ରାଜକୁମାର ବୋଲି କୁହାଯାଏ। କେବଳ ସେତିକି ନୁହେଁ,  ବୁଧଙ୍କୁ  ବୃଦ୍ଧି, ଧନ, ବାଣିଜ୍ୟ, ସମ୍ବାଦ, ବାଣୀ ଓ କ୍ୟାରିୟରର କାରକ ମଧ୍ୟ ଅଟନ୍ତି । ଏହି କ୍ରମରେ ବୁଧ ଅଗଷ୍ଟ ୫ ତାରିଖରେ କର୍କଟ ରାଶିକୁ ଚଳନ କରିବେ। ବୁଧଙ୍କ ଏହି ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ଜାତକ ବା ରାଶିରେ ବୁଧଙ୍କ ସ୍ଥିତି ମଜବୁତ୍ ରହିଲେ। ଜଣେ ବ୍ୟକ୍ତି ତା ଜୀବନରେ ଅଭୂତପୂର୍ବ ସଫଳତା ହାସଲ କରିଥାଏ। ତେବେ, ଆସନ୍ତୁ ଜାଣନ୍ତୁ ଜାଣିବା ବୁଧଙ୍କ ଚଳନ କେଉଁ ରାଶି ପାଇଁ ଶୁଭଫଳ ପ୍ରଦାନ କରିବ….

ମିଥୁନ: ବୁଧଙ୍କ ଏହି ଚଳନ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ। ବିଶେଷକରି, ଏହି ଅବଧି ମଧ୍ୟରେ ବ୍ୟବସାୟରେ ଅଗ୍ରଗତି କରିବେ। ନୂତନ ବ୍ୟବସାୟରେ ଆରମ୍ଭ କଲେ ଅଧିକ ଲାଭ ପାଇବେ। ରିୟଲି-ଇଷ୍ଟେଟ୍ ଲୋକଙ୍କ ପାଇଁ ସମୟ ଅନକୂଳ ରହିଛି। ଚାକିରିଆ ମାନେ କର୍ମକ୍ଷେତ୍ରରେ ପଦୋନ୍ନତି ପାଇବା ସହ ଦରମା ବୃଦ୍ଧି ହେବ। ଯେଉଁମାନେ ଚାକିରି ବଦଳାଇବାକୁ ଚାହୁଁଛନ୍ତି । ସେମାନଙ୍କୁ କୌଣସି ପ୍ରକାର ଭଲ ନିଯୁକ୍ତି ଅଫର ମିଳିପାରେ। ପୁରୁଣା ରୋଗରୁ ମୁକ୍ତି ମିଳିବ। ନିଜ ପରିବାର ସହ  କୌଣସି ସ୍ଥାନକୁ ଦୂରଯାତ୍ରା କରିପାରନ୍ତି। 

ତୁଳା: ବୁଧଙ୍କ ରାଶି ପରିବର୍ତ୍ତନ ତୁଳା ରାଶି ପାଇଁ ବେଶ୍ ଫଳଦାୟୀ ରହିବ। କର୍ମକ୍ଷେତ୍ରରେ କିଛି ବଡ଼ ଦାୟିତ୍ବ ମିଳିପାରେ। ଆୟ ବଢିବା ସହ ବ୍ୟାଙ୍କ୍ ବାଲାନ୍ସ ବୃଦ୍ଧି ପାଇବ। ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତ ହେବ। ପୂର୍ବ ଅପେକ୍ଷା ଅଧିକ ସଂଚୟ କରିବାକୁ ସମର୍ଥ ହେବେ। ଏହି  ସମୟ ବ୍ୟବସାୟୀମାନଙ୍କ ପାଇଁ ଖୁବ୍ ଅନୁକୂଳ ରହିବ। ଏହି ଅବଧି ମଧ୍ୟରେ କୌଣସି ବଡ଼ ଡିଲ୍ ଫାଇନାଲ୍ ହୋଇପାରେ। ବ୍ୟବସାୟରେ ବାକି ପଡିଥିବା ଟଙ୍କା ଆପଣଙ୍କୁ ମିଳିବ। ସ୍ବାସ୍ଥ୍ୟ ଭଲ ରହିବା ସହ ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

କୁମ୍ଭ: ଅଗଷ୍ଟ ମାସରୁ ଏହି ରାଶିଙ୍କ ପାଇଁ ଭଲ ଦିନ ଆରମ୍ଭ ହେବାକୁ ଯାଉଛି।  ବୁଧଙ୍କ କୃପାରୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଆର୍ଥିକ ଅବସ୍ଥା ପୂର୍ବଅପେକ୍ଷା ମଜବୁତ୍ ହେବ। ପୁରୁଣା ବିନିଯୋଗରୁ ଲାଭ ମିଳିବ। ବେକାରିଙ୍କୁ ଭଲ ଚାକିରି ମିଳିବ।  ପ୍ରେମୀମାନଙ୍କ ପାଇଁ ସମୟ ଭଲ ରହିବ। ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ପୁଣି ଥରେ ଯୋଡ଼ି ହେବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। କିନ୍ତୁ କର୍ମକ୍ଷେତ୍ରରେ କୌଣସି ପ୍ରକାର ବିବାଦ ଦେଖାଦେଇପାରେ। ତେଣୁ ଯଥା ସମ୍ଭବ ନଜକୁ ଶାନ୍ତ ରଖନ୍ତୁ । ଏବଂ ସହକର୍ମୀଙ୍କ ସହ ଦେଖିଚାହିଁ କଥା ହୁଅନ୍ତୁ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି।


Reporterspen

Leave a Reply