traffic police: ମଡିଫାଏଡ୍ ସାଇଲେନ୍ସର ଉପରେ କଡା ନଜର, ୧୦୦ରୁ ଅଧିକ ସାଇଲେନ୍ସର ଜବତ

Reporterspen

traffic police: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ଭୁବନେଶ୍ୱର ସହରାଂଚଳରେ ମଡିଫାଇଡ୍ ସାଇଲେନ୍ସର ଲଗାଇ ଶବ୍ଦ ପ୍ରଦୂଷଣ ସୃଷ୍ଟି କରୁଥିବା ଯାନବାହନ ବିରୋଧରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ, ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଓ ଭୁବନେଶ୍ୱର-କଟକ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂଙ୍କ ମାର୍ଗଦର୍ଶନରେ ଭୁବନେଶ୍ୱର ଡିସିପି ପିନାକ ମିଶ୍ରଙ୍କ ନେତୃତ୍ୱରେ ଏକ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ କରାଯାଇଛି ।

ଏହି ଅଭିଯାନର ପ୍ରଥମ ଦିନରେ ଭୁବନେଶ୍ୱର ସହରାଂଚଳ ଜିଲ୍ଲାର ସମସ୍ତ ଥାନା ଅଂଚଳରୁ ପୋଲିସ କର୍ମଚାରୀମାନେ ୧୦୦ରୁ ଅଧିକ ମଡିଫାଏଡ୍ ସାଇଲେନ୍ସର ବାଇକ ଧରିଥିଲେ । ଏହାର ମୂଳ ଉଦେ୍‌ଦଶ୍ୟ ହେଉଛି ଯାନଚାଳକମାନଙ୍କୁ ସଚେତନ କରିବା ସହ ଜନସାଧାରଣଙ୍କୁ ବିକଟାଳ ଶବ୍ଦରୁ ମୁକ୍ତି ଦେବା ।

ମଡିଫାଏଡ୍ ସାଇଲେନ୍ସର ବ୍ୟବହାର କରି ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ଯାନବାହନଗୁଡିକୁ Motor Vehicle Act, ୧୯୮୮ ର ୫୨ ଓ ୧୮୨ ଧାରା ଅନୁଯାୟୀ ଜବତ କରାଯାଇଛି । ବିକଟାଳ ଶବ୍ଦ ଅବୈଧ ଓ ଶବ୍ଦସୀମା ୮୦ ଡେସିବେଲରୁ ଅଧିକ ହେଲେ, ଏହାର ଉଲ୍ଲଂଘନକୁ କଡାକଡି କରାଯିବ । ଧରାଯାଇଥିବା ଗାଡିମାନଙ୍କ ସାଇଲେନ୍ସର ବାହାର କରାଯିବା ସହ ଜୋରିମାନା ଆଦାୟ କରାଯାଇଛି ।  ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ଯେ ନିଜ ଯାନ ବୈଧ ଓ ନିୟମ ଅନୁସାରେ ଚଲାନ୍ତୁ ।

ବିକଟାଳ ଶବ୍ଦ ସୃଷ୍ଟି କରୁଥିବା କୌଣସି ଯାନବାହନ ଦେଖିଲେ ୧୧୨ କିମ୍ବା ନିକଟସ୍ଥ ଥାନାରେ ସୂଚନା ଦିଅନ୍ତୁ । ସ୍ପେଶାଲ ଡ୍ରାଇଭ୍ ଆଗାମୀ ଦିନରେ ମଧ୍ୟ ଜାରି ରହିବ । ଭୁବନେଶ୍ୱର ସହରକୁ ସଂଗଠିତ ଓ ନିୟମିତ ରଖିବା ଆମର ଲକ୍ଷ୍ୟ ।


Reporterspen