assembly news: କେହି ଆଦିବାସୀ ଜମି ଦଖଲ କରି ପାରିବେନି : ମନ୍ତ୍ରୀ

Reporterspen

assembly news: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ଭୂସଂସ୍କାର ଆଇନ ୧୯୬୦ ଅନୁସାରେ ଯଦି କେହି ଆଦିବାସୀ ଜମି କିଣନ୍ତି, ତାକୁ ବେଆଇନ ଘୋଷଣା କରି ଉଚ୍ଛେଦ ପ୍ରକ୍ରିୟା ଜରିଆରେ ସମ୍ପୃକ୍ତ ଆଦିବାସୀ ଲୋକଙ୍କୁ ଜମି ଫେରସ୍ତ ନିୟମ ରହିଛି। ଏପରି ୬୫୪ ମାମଲା ବିଚାରାଧୀନ ଅଛି।

ଏପରି ୧୯୬୯୦ ମାମଲା ବିଚାରାଧୀନ ଅଛି, ବିଚାର କରିବା କ୍ଷମତା ଜିଲ୍ଲାପାଳଙ୍କୁ ଦିଆଯାଇଛି। ସେହିପରି ଯଦି ଚଞ୍ଚକତା କରି ଯଦି ଆଦିବାସୀ ଜମି ନିଆଯାଇଥାଏ। ତାହାର ଆବଶ୍ୟକତାକୁ ବିଚାର କରିବା କ୍ଷମତା ଉପ ଜିଲ୍ଲପାଳଙ୍କୁ ଦିଆଯାଇଛି, ଯଦି ବିଚାର ନ ହୁଏ, ଉପ ଜିଲ୍ଲାପାଳ ଏହାକୁ ଅସିଦ୍ଧ ଘୋଷଣା କରି ପାରିବେ।

ଏହିପରି ମାମଲା ବିଚାରାଧୀନ ଥିବା ଗୃହକୁ ରାଜସ୍ୱ ଓ ବିପର୍ଯ୍ୟାୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୃହରେ ଉତ୍ତର ରଖିଛନ୍ତି। ଏଥିସହ ସେ କହିଛନ୍ତି ନୂଆ ଆର ଆଣ୍ଡ ଆର ପଲିସି ଆସିବ, ୨୦୦୬ ଆର ଆଣ୍ଡ ଆର ସଂଶୋଧନ କରି ୨୦୨୫ରେ ନୂଆ ଆଧୁନିକ ଆର ଆଣ୍ଡ ଆର ପଲିସି ଆଣିବାକୁ ସରକାର ଯୋଜନା କରୁଛନ୍ତି।

ସେହିପରି କେହି ଅଣ ଆଦିବାସୀ ଯଦି ଆଦିବାସୀ ଜମି କିଣନ୍ତି, ତାକୁ ବିଚାର କରିବା କ୍ଷମତା ଜିଲ୍ଲାପାଳଙ୍କୁ ଦିଆଯାଇଛି। ଏପରି ୮୮୧ ମାମଲା ବିଚାରାଧୀନ ଅଛି। ସେହିପରି ଯଦି ଚଞ୍ଚକତା କରି ଯଦି ଆଦିବାସୀ ଜମି ନିଆଯାଇଥାଏ, ତାହାର ଆବଶ୍ୟକତାକୁ ବିଚାର କରିବା କ୍ଷମତା ଉପ ଜିଲ୍ଲାପାଳଙ୍କୁ ଦିଆଯାଇଛି। ଯଦି ବିଚାର ନ ହୁଏ, ଉପଜିଲ୍ଲାପାଳ ଏହାକୁ ଅସିଦ୍ଧ ଘୋଷଣା କରି ପାରବେ। ଏହିପରି ୧୨୨୭୯ ମାମଲା ବିଚାରାଧୀନ ଥିବା ଗୃହରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉତ୍ତର ରଖିଛନ୍ତି।

ଜମି ବଦଳରେ ଜମି ଦେବା ନେଇ ସରକାର ଯୋଜନା କରୁଛନ୍ତି, ଯଦି କୌଣସି ପ୍ରକଳ୍ପ ପାଇଁ ଲୋକଙ୍କ ଜମି ନିଆଯାଉଛି କ୍ଷତିପୂରଣ ପରିବର୍ତ୍ତେ ଅନ୍ୟତ୍ର କିଭଳି ଜମି ଦିଆଯାଇ ପାରିବ ସେ ନେଇ ବ୍ୟବସ୍ଥା କରାଯିବ। ଏହା ଉପରେ ସେ ଆହୁରି ମଧ୍ୟ କହିଛନ୍ତି କନସିଭ ନୁହେଁ ଆମ ସରକାର ଡେଲିଭରି କରିବ।


Reporterspen