Vigilance arrested: ବନ୍ଧାହେଲେ ଯନ୍ତ୍ରୀ; ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା

Reporterspen

Vigilance arrested ଭୁବନେଶ୍ୱର (ରିପୋଟର୍ସ ପେନ୍‌):  ବାଲେଶ୍ଵର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଏନ.ଭି ହରିହର ରାଓଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ରହିଛି। ଚଢ଼ାଉ ସମୟରେ ଭିଜିଲାନ୍ସ ହାତରେ ୪୬ ଲକ୍ଷରୁ ଅଧିକ ନଗଦ ଟଙ୍କା, ଭୁବନେଶ୍ୱର ଏବଂ ବ୍ରହ୍ମପୁରରେ ଦୁଇଟି ବେନାମୀ ଫ୍ଲାଟ, ଚାରୋଟି ଦାମିକିଆ ହୋମଷ୍ଟେଡ୍ ପ୍ଲଟ୍ ଏବଂ ଏନଭି ହରିହର ରାଓଙ୍କ ନାମରେ ୧ କୋଟିରୁ ଅଧିକ ବ୍ୟାଙ୍କ ଜମା ଥିବା ଜଣାପଡିଛି।

ଏକକାଳୀନ ୧୧ଟି ସ୍ଥାନରେ ହୋଇଥିଲା ଚଢଉ। ରେଡ ବେଳେ ହରିହର ରାଓଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ତାଜୁବ। ଗୋଟିଏ ୩ମହଲା ସହ ୨ଟି କୋଠା ରହିଥିବା ବେଳେ କେତେକ ବେନାମୀ ଫ୍ଲାଟ ମଧ୍ୟ ରହିଥିବା ଜଣାପଡ଼ିଛି। ବ୍ରହ୍ମପୁର ଭାବିନୀପୁରରେ ୨୧ଶହ ବର୍ଗଫୁଟର ଏକ ଦୁଇ ମହଲା କୋଠା, ଭୁବନେଶ୍ବର ପାତ୍ରପଡ଼ାରେ ୩ହଜାର ବର୍ଗଫୁଟର କୋଠା ରହିଛି। ସେହିପରି ବ୍ରହ୍ମପୁର ବୈଦ୍ୟନାଥପୁର ଅଞ୍ଚଳରେ ଏକ ତିନି ମହଲା କୋଠା ରହିଛି।

ଭୁବନେଶ୍ବର ଓ ବ୍ରହ୍ମପୁରରେ ଗୋଟିଏ ଲେଖାଏଁ ବେନାମୀ ଫ୍ଲାଟ ଥିବା ଜଣାପଡ଼ିଛି। ଭୁବନେଶ୍ବର ଓ ବ୍ରହ୍ମପୁରରେ ୪ଟି ପ୍ଲଟ ରହିଛି। ଚଢଉ ବେଳେ ସଂପର୍କୀୟଙ୍କ ଘରେ ବିପୁଳ ପରିମାଣର ଟଙ୍କା ଲୁଚାଇ ରଖିଥିବା ଠାବା ହୋଇଛି। ବ୍ରହ୍ମପୁରରେ ଭିଣୋଇଙ୍କ ଘରୁ ଜବତ ୪୬ଲକ୍ଷ ୪୫ ହଜାର ଟଙ୍କା ଜବତ ହୋଇଛି। ହରିହରଙ୍କର ଏକ କାର ଓ ଏକ ଦୁଇଚକିଆ ଗାଡ଼ି ରହିଛି। କେମିତି ଏତେ ଟଙ୍କାର ସମ୍ପତ୍ତି କଲେ ତାର ତନାଘନା ତଦନ୍ତ ଚଳାଇଛି ଭିଜିଲାନ୍ସ ।


Reporterspen