Weather Update: ରାଜ୍ୟରେ ବଢିବ ଶୀତ, ଆସୁଛି ଆଉ ଏକ ଲଘୁଚାପ

Reporterspen

Weather Update:  ଭୁବନେଶ୍ୱର (ରିପୋଟର୍ସ ପେନ୍‌): ରାଜ୍ୟରେ ଆଜିଠୁ ବଢିବ ଶୀତ। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ।  ଆଭ୍ୟନ୍ତରିଣ ଓଡି଼ଶାରେ ଅଧିକାଂଶ ଜିଲ୍ଲାରେ ତାପମାତ୍ରା କମିବ । ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ପାଗ ମୁଖ୍ୟତ ଶୁଖିଲା ରହିବ।  ପାଣିପାଗ ବିଭାଗର ତାଜା ସୂତନା ଅନୁସାରେ,  ୧୯ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ପଶ୍ଚିମ ସୁମାତ୍ରା ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଯାହା  ୨୧ ଓ ୨୨ ତାରିଖରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ତାମିଲନାଡ଼ୁ ଓ ସଂଲଗ୍ନ ଉପକୂଳ ଆଡ଼କୁ ମୁହାଁଇବ ବୋଲି ଜଣାପଡିଛି।  ଘନୀଭୂତ ହେବାର ସମ୍ଭାବନା ରହିଛି। ଯାହା ଫଳରେ ୨୪ ତାରିଖଠାରୁ ଓଡ଼ିଶାରେ ପାଗ ମେଘୁଆ ରହିବ। ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ରାଜ୍ୟରେ କୁହୁଡ଼ି ହେବାର ଏତେ ସମ୍ଭାବନା ନଥିବା କହିଛି ପାଣିପାଗ ବିଭାଗ।

ଶୁକ୍ରବାର ଦିନ ୧୫ ସହରର ରାତି ତାପମାତ୍ରା ୨୦ ଡିଗ୍ରୀ ତଳେ ରେକର୍ଡ଼ ହୋଇଥିଲା। ସର୍ବନିମ୍ନ ତାପମାତ୍ରା ଜି. ଉଦୟଗିରିଠାରେ ୧୨ ଡିଗ୍ରି ରେକର୍ଡ ହୋଇଥିବା ବେଳେ ସମ୍ବଲପୁର ଜିଲ୍ଲା ଚିପିଲିମାରେ ୧୫.୬, ଭଦ୍ରକରେ ୧୬, ଭବାନୀପାଟଣାରେ ୧୬.୮, ସୁନ୍ଦରଗଡ଼, ବଲାଙ୍ଗୀରରେ ୧୭, ସମ୍ବଲପୁର ଓ କୋରାପୁଟରେ ୧୭.୨, ଝାରସୁଗୁଡ଼ା ଓ ଅନୁଗୁଳରେ ୧୪.୬, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୧୫, ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ୧୫.୪ ଓ କେନ୍ଦୁଝରରେ ୧୫.୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି।


Reporterspen
!-- afp header code starts here -->