ଲୋକଙ୍କ ଅଭିଯୋଗ ଶୁଣାଣିକୁ ନେଇ ବିଜୁ ଜନତାଦଳ ଅସହିଷ୍ଣୁ କାହିଁକି?: ଅନିଲ ବିଶ୍ୱାଳ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ୨୪ବର୍ଷ ଧରି ଯେତେବେଳେ ବିଜୁ ଜନତା ଦଳ ସରକାରରେ ଥିଲା ଓଡିଶା ଲୋକ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିପାରୁନଥିଲେ କି ନିଜର ସମସ୍ୟା ବିଷୟରେ ସରକାରଙ୍କୁ ଅଭିଯୋଗ ଜଣାଇପାରୁନଥିଲେ । ଏବେ ସରକାର ପରିବର୍ତନ ପରେ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଯେଉଁଭଳି ଭାବରେ ସାଧାରଣ ଲୋକଙ୍କ ସମସ୍ୟା ଶୁଣୁଛନ୍ତି ଓ ସମାଧାନ ପାଇଁ ପ୍ରୟାସ ହେଉଛି ତାହା ଓଡିଶାର ଲୋକଙ୍କ ମନରେ ଏକ ନୂଆ ଆଶା ଭରିଦେଇଛି । ବୋଧ ହୁଏ ବିଜେଡି ଦଳର ନେତା ମାନଙ୍କୁ ଏହା ହଜମ ହେଉନାହିଁ । ଯେତେବେଳେ ସାଧାରଣ ଲୋକମାନେ ୨୪ବର୍ଷ ଧରି ଲୋକଙ୍କ ପାଖରେ ଅପହଂଚ ଥିବା ନବୀନ ପଟ୍ଟନାୟକଙ୍କ ସହିତ ବର୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସକାଳ ୧୦ ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ ଲୋକଙ୍କ ସହିତ ବିତାଉଛନ୍ତି କଥାର ତୁଳନା କରୁଛନ୍ତି ଏହା ବିଜୁ ଜନତା ଦଳର ନେତା ମାନଙ୍କ ମନରେ ଅଜଣା ଭୟ ସୃଷ୍ଟି କରୁଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୭ ମସିହାରୁ ମୁଖ୍ୟମନ୍ତ୍ରୀ ପଦରୁ ବିଦା ହେବା ପର୍ଯ୍ୟନ୍ତ (୨୦୨୪) ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠର ମାଟି ମାଡିନଥିଲେ ଏହା ବୋଧ ହୁଏ ବିଜୁ ଜନତା ଦଳର ମୁଖପାତ୍ର ଭୁଲିଯାଇଛନ୍ତି ବୋଲି ବିଜେପି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।

ବିଜୁ ଜନତା ଦଳ କାର୍ଯ୍ୟାଳୟ ଓ ଭାରତୀୟ ଜନତା ପାର୍ଟୀ କାର୍ଯ୍ୟାଳୟ ମଧ୍ୟରେ ଆକାଶ ପାତାଳ ଫରକ ରହିଛି । ବିଜେଡି କାର୍ଯ୍ୟାଳୟକୁ କେବଳ ଠିକାଦାର, ଦଳର ଛାମୁଆ ନେତାଙ୍କ ଛଡା ଆଉ କାହାକୁ ପ୍ରବେଶ ଅନୁମତି ନାହିଁ । ଏପରିକି ତାଙ୍କ ଦଳର ତୃଣମୂଳ ସ୍ତରର କର୍ମୀମାନେ ମଧ୍ୟ ଶଙ୍ଖ ଭବନରେ ପଶିପାରନ୍ତିନାହିଁ । ବିଜେଡିର ସଭାପତି କେବେ ବି ଶଙ୍ଖ ଭବନରେ ସାଧାରଣ ଲୋକଙ୍କୁ ଭେଟିବାର ନଜିର୍ ନାହିଁ । କିନ୍ତୁ ଭାରତୀୟ ଜନତା ପାର୍ଟୀର କାର୍ଯ୍ୟାଳୟ ଦଳର ତୃଣମୂଳ ସ୍ତରର କାର୍ଯ୍ୟକର୍ତାଙ୍କ ଠାରୁ ନେଇ ସାଧାରଣ ଲୋକମାନଙ୍କ ପର୍ଯ୍ୟନ୍ତ ସବୁବେଳେ ଖୋଲା । ବିଜୁ ଜନତା ଦଳ ଭାରତୀୟ ଜନତା ପାର୍ଟୀ ବିରୋଧରେ ଅଭିଯୋଗ କରିବା ପୂର୍ବରୁ ପ୍ରଥମେ ନିଜ ମୁହଁକୁ ଦର୍ପଣରେ ଦେଖିବା ଉଚିତ୍ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ଦ୍ୱାରା କରାଯାଉଥିବା ଜନ ଅଭିଯୋଗ ଶୁଣାଣି ସମୟରେ ହେଉଥିବା ଅସମ୍ଭବ ଭିଡରୁ ପ୍ରମାଣିତ ହେଉଛି ଯେ, ଗତ ୨୪ବର୍ଷ ଭିତରେ ଓଡିଶାରେ ଜନସାଧାରଣ ମାନଙ୍କର ସମସ୍ୟା ବଢିଛି । ଗତ ୨୪ବର୍ଷ ଧରି ଶାସନରେ ଥିବା ବିଜୁ ଜନତା ଦଳ ନିଜକୁ ପ୍ରଶ୍ନ କରିବା ଉଚିତ୍ ଯେ ଯଦି ତାଙ୍କ ସରକାର ଓଡିଶା ଲୋକଙ୍କ ପାଇଁ କାମ କରୁଥିଲା ତାହାଲେ ଏତେ ବିପୁଳ ପରିମାଣର ସମସ୍ୟା ଲୋକଙ୍କର ହେଲା କେମିତି? ରାଜ୍ୟ ରାଜକୋଷରୁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ବିଜେଡି ନେତା ଭିକେ ପାଣ୍ଡିଆନ ଯେଉଁ ଶୁଣାଣି କରୁଥିଲେ ତାହାର ସମାଧାନ କେତେ ହୋଇଥିଲା ତାହାର ଉତର ବିଜେଡି ଦେଉ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।


Reporterspen

Leave a Reply