କଟକ : ମହାନଦୀକୁ ଡେଇଁଲେ ମହିଳା

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଯୋବ୍ରା ବ୍ୟାରେଜ ନିକଟରେ ମହାନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା`କାମିନୀ ସ୍ୱାଇଁ ନାମକ ଜଣେ ମହିଳା ଆଜି ଅପରାହ୍ଣ ସମୟରେ ବ୍ୟାରେଜ ନିକଟରେ ପହଞ୍ଚି କିଛି ସମୟ ଛିଡା ହୋଇଥିଲେ । ପରେ ବ୍ରିଜ୍ ଉପରେ ନିଜ ଆସବାବପତ୍ର ରଖି ସିଧା ମହାନଦୀକୁ ଡେଇଁ ପଡିଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ଯୋବ୍ରା ବିଜ୍ ନିକଟରେ ଭିଡ ଲଗାଇଥିଲେ ।

କେହି ଜଣେ ମହାନଦୀକୁ ଡେଇଁବା ଦେଖି ସେଠାରେ ଥିବା କିଛି ମତ୍ସ୍ୟଜୀବୀ କିଛି ସମୟ ମଧ୍ୟରେ ଭରା ମହାନଦୀରୁ ମହିଳାଙ୍କୁ ଉଦ୍ଧାର କରିଥିଲେ । ପରେ ମହିଳାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ଯୋବ୍ରା ବ୍ରିଜରୁ ମହିଳାଙ୍କ ଆଧାରକାର୍ଡ, ଜୋତା, ମୋବାଇଲ ଏବଂ ଭ୍ୟାନିଟ ବ୍ୟାଗ ଉଦ୍ଧାର ହୋଇଛି । ତେବେ କେଉଁ କାରଣରୁ ମହିଳା ଜଣକ ଆତ୍ମହତ୍ୟା କରିବା ପାଇଁ ନଦୀକୁ ଡେଇଁଲେ ସେ ସମ୍ପର୍କରେ ଜଣା ପଡିନାହିଁ । କିନ୍ତୁ ସାଧାରଣ ଲୋକଙ୍କ କହିବା କଥା ହୁଏତ ପାରିବାରିକ କଳହ କାରଣରୁ ସେ ଏପରି କରିଥାଇ ପାରନ୍ତି ।

ସୂଚନାଯୋଗ୍ୟ, କିଛିଦିନ ମଧ୍ୟରେ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିବା ଘଟଣା ବୃଦ୍ଧି ପାଇଛି । ଖବର ମୁତାବକ ୧ ମାସ ମଧ୍ୟରେ ୪ଜଣ ମହାନଦୀକୁ ଡେଇଁଛନ୍ତି । ୩୧ ଜୁଲାଇରେ କଟକ ମହାନଦୀକୁ ଡେଇଁଥିଲେ ୨ ଜଣ । ପ୍ରଥମେ ଶିକ୍ଷୟତ୍ରୀ ମମତା ସାହୁ କାଠଯୋଡିକୁ ଡେଇଁବା ଦିନଠାରୁ ଏପର୍ଯ୍ୟନ୍ତ ସେ ନିଖୋଜ ଥିବା ଜଣାପଡ଼ିଛି । ସେହିପରି ଭୁବନେଶ୍ୱରର ଯୁବକ ତୁଷାର ଭଟ୍ଟ ତ୍ରିଶୁଳିଆ ବ୍ରିଜ୍ ଉପରୁ ଡେଇଁଥିଲେ ।

ଅନ୍ୟପଟେ, ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲିବା ସହ ବର୍ତ୍ତମାନ ମୋଟ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ଡ୍ୟାମ ଖୋଲାଯିବା କାରଣରୁ ମହାନଦୀର ଜଳସ୍ତର ବଢିବାରେ ଲାଗିଛି ।


Reporterspen

Leave a Reply