ଓଡ଼ିଶା ଫେରିଲେ ୱାଇ.ବି ଖୁରାନିଆ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବରିଷ୍ଠ ଆଇପିଏସ୍ ଅଫିସର ତଥା ପୂର୍ବତନ ପୋଲିସ କମିଶନର ୱାଇ.ବି ଖୁରାନିଆ ସମୟ ପୂର୍ବରୁ କେନ୍ଦ୍ରୀୟ ଡେପୁଟେସନରୁ ଓଡ଼ିଶା ଫେରିଛନ୍ତି । ତାଙ୍କୁ ବିଏସ୍‌ଏଫ ସ୍ପେଶାଲ ଡିଜି ପଦରୁ ହଟାଇ କେନ୍ଦ୍ର ଓଡ଼ିଶା ଫେରିବାକୁ ନିର୍ଦ୍ଦେଶ ଦେଇଛି । ଖୁରାନିଆ ଓଡ଼ିଶା ଫେରିବା ପରେ ପୋଲିସ ଡିଜି ହେବା ସମ୍ଭାବନା ସୃଷ୍ଟି ହୋଇଛି ।

କେନ୍ଦ୍ର ଶୁକ୍ରବାର ଦିନ ବିଏସଏଫ ଡିଜି ନିତିନ ଅଗ୍ରୱାଲ ଏବଂ ସ୍ପେଶାଲ ଡିଜି (ପଶ୍ଚିମ) ୱାଇ.ବିି ଖୁରାନିଆଙ୍କୁ ତୁରନ୍ତ ପଦରୁ ହଟାଇଦେଇଛି । ପରେ ସେମାନଙ୍କୁ ନିଜ ନିଜ ରାଜ୍ୟ କ୍ୟାଡରଙ୍କ ନିକଟକୁ ପଠାଇ ଦେଇଛନ୍ତି ।

କ୍ୟାବିନେଟର ନିଯୁକ୍ତି କମିଟି ଦ୍ୱାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ ସମୟ ପୂର୍ବରୁ ସେମାନଙ୍କୁ ନିଜ ନିଜ କ୍ୟାଡରକୁ ଫେରାଇ ଦିଆଯାଉଛି । ଶ୍ରୀଅଗ୍ରୱାଲ ୧୯୮୯ ବ୍ୟାଚ୍ କେରଳ କ୍ୟାଡର ଅଧିକାରୀ ହୋଇଥିବା ବେଳେ ଖୁରାନିଆ ୧୯୯୦ ବ୍ୟାଚ୍ ଓଡିଶା କ୍ୟାଡର ଅଧିକାରୀ ।

ପାକିସ୍ତାନ ସୀମାରେ ଖୁରାନିଆ ନେତୃତ୍ୱ ନେଉଥିଲେ
ଅଗ୍ରୱାଲ ଗତ ବର୍ଷ ଜୁନରେ ସୀମା ସୁରକ୍ଷା ବଳର ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଖୁରାନିଆ ପାକିସ୍ତାନ ସୀମାରେ ସ୍ୱତନ୍ତ୍ର ନିର୍ଦ୍ଦେଶକ ଜେନେରାଲ (ପଶ୍ଚିମ) ଭାବେ ନେତୃତ୍ୱ ନେଉଥିଲେ । ପ୍ରାୟ ୨.୬୫ ଲକ୍ଷ କର୍ମଚାରୀଙ୍କ ସହିତ ବିଏସ୍‌ଏଫ୍ ପଶ୍ଚିମରେ ପାକିସ୍ତାନ ଏବଂ ପୂର୍ବରେ ବାଂଲାଦେଶ ସହିତ ଭାରତର ସୀମା ରକ୍ଷା କରିଥାଏ ।


Reporterspen

Leave a Reply