ନିଯୁକ୍ତି ସୁଯୋଗ: ସରକାରୀ ଚାକିରୀ ଲାଗି ଆବେଦନ କରନ୍ତୁ

0 1,290

ନୂଆବର୍ଷ ପୂର୍ବରୁ ରାଜ୍ୟ ସରକାର ବଡ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି । ରାଜ୍ୟରେ ଖାଲି ପଡିଥିବା ଆରଆଇ ଓ ଅମିନ ଭଳି ଅନେକ ପଦବୀ ପୂରଣ ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ସରକାର  ୨୮୯୫ଟି ପଦରେ ନିଯୁକ୍ତି ସୁଯୋଗ ବାହାର କରିଛନ୍ତି। ପ୍ରାର୍ଥୀଙ୍କୁ ରେଭିନ୍ୟୁ ଇନ୍ସପେକ୍ଟର (ଆରଆଇ), ଅମିନ, ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର (ଏଆରଆଇ), ଆଇସିଡିଏସ ସୁପରଭାଇଜର ଏବଂ ପରିସଂଖ୍ୟାନ ଫିଲ୍ଡ ସର୍ଭେୟର ଆଦି ପଦରେ ନିଯୁକ୍ତି ଦିଆଯିବ । ଏନେଇ ରାଜ୍ୟ ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (OSSSC)ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଆବେଦନର ତାରିଖ:

ଡିସେମ୍ବର ମାସ ୩୦ ତାରିଖରୁ ଅନଲାଇନ୍ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ୨୫ରେ ଶେଷ ହେବ । ଜାନୁଆରୀ ୩୧ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ଅନଲାଇନ୍ ଆପ୍ଲିକେସନ ସବମିସନ କରିପାରିବେ । 

ବୟସ ସୀମା :
ସର୍ବନିମ୍ନ ବୟସ ସୀମା -୨୦ 
ସର୍ବାଧିକ ବୟସ ସୀମା -୩୮ ବର୍ଷ 

ଶିକ୍ଷାଗତ ଯୋଗ୍ୟତା:
ରେଭିନ୍ୟୁ ଇନ୍ସପେକ୍ଟର- କୌଣିସି ବି ସ୍ବିକୃପ୍ତି ପ୍ରାପ୍ତ  ବିଶ୍ବ ବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।  କମ୍ପ୍ୟୁଟର ଜ୍ଞାନ ଥିବା ଜରୁରୀ। 
ଆଇସିଡିଏସ ସୁପରଭାଇଜର- ଯୁକ୍ତ ଦୁଇ ପାସ୍ କିମ୍ବା ଡିପ୍ଲୋମା ଇଂଜିନିୟରଂ କରିଥିବା ଆବଶ୍ୟକ। ଏହା ସହିତ କମ୍ପ୍ୟୁଟର ଜ୍ଞାନ ଥିବା ଜରୁରୀ।
ଅମିନ-ଯୁକ୍ତ ଦୁଇ ପାସ୍ କିମ୍ବା ଡିପ୍ଲୋମା ଇଂଜିନିୟରଂ କରିଥିବା ଜରୁରୀ ଅଟେ।  
ପରିସଂଖ୍ୟାନ ଫିଲ୍ଡ ସର୍ଭେୟର: ଯୁକ୍ତ ଦୁଇ ପାସ୍ କିମ୍ବା ଡିପ୍ଲୋମା ଇଂଜିନିୟରଂ କରିଥିବା ଜରୁରୀ ଅଟେ।  

ପଦବୀ ସଂଖ୍ୟା  :
ଆରଆଇ -୫୫୯ ପୋଷ୍ଟ
ଆଇସିଡିଏସ ସୁପରଭାଇଜର (କେବଳ ମହିଳା) – ୪୯୮ ପୋଷ୍ଟ
ଏଆରଆଇ – ୮୨୭ ପୋଷ୍ଟ,
ଅମିନ-୬୮୬ ପୋଷ୍ଟ
ପରିସଂଖ୍ୟାନ ଫିଲ୍ଡ ସର୍ଭେୟର- ୩୨୫ ପୋଷ୍ଟ 

ଚୟନ ପ୍ରକ୍ରିୟା :
ପ୍ରିଲିମିନାରୀ, ମୁଖ୍ୟ ପରୀକ୍ଷା ଓ ପ୍ରାକ୍ଟିକାଲ ଦକ୍ଷତା ଟେଷ୍ଟ ଏପରି ଭାବେ ୩ଟି ପର୍ଯ୍ୟାୟରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ବିଭିନ୍ନ ଜିଲ୍ଲାରେ ବିଭିନ୍ନ ପଦ ସଂଖ୍ୟା ଅଲଗା ଅଲଗା ରହିଛି ।

ଦରମା:
ରେଭିନ୍ୟୁ ଇନ୍ସପେକ୍ଟର: ୩୫୪୦୦-୧୧୨୪୦୦
ଆଇସିଡିଏସ ସୁପରଭାଇଜର:-୩୫୪୦୦-୧୧୨୪୦୦
ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର (ଏଆରଆଇ): ୧୯୯୦୦-୬୩୨୦୦
ଅମିନ-୧୮୦୦୦-୫୬୯୦୦
ପରିସଂଖ୍ୟାନ ଫିଲ୍ଡ ସର୍ଭେୟର:  ୧୮୦୦୦-୫୬୯୦୦

ଅନଲାଇନ୍ ଆବେଦନ ଲିଙ୍କ: https://www.osssc.gov.in/Public/Pages/Post_detail_information.aspx

ବିଜ୍ଞପ୍ତି ଲିଙ୍କ: https://www.osssc.gov.in/Docs/CRE-ADV-938.PDF

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy