ନାଲକୋରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ 

0 271

ନାଲକୋ ବା ଭାରତୀୟ ଆଲୁମିନିୟମ କମ୍ପାନ ଲିମିଟେଡରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ଆଶାୟୀ ପ୍ରାର୍ଥୀମାନେ ନାଲକୋ ୱେବ ସାଇଟକୁ ଯାଇ ଆବେଦନ କରିପାରିବେ । ତେବେ କେବେ ଓ କିପରି ଆବେଦନ କରିବେ, ଆସନ୍ତୁ ଜାଣିବା ।

ଆବେଦନ ତାରିଖ:

-ଆବେଦନ ତାରିଖ ଜୁଲାଇ ୨ରୁ ଆରମ୍ଭ ହେବାକୁ ଯାଉଛି

-ଆବେଦର ଶେଷ ତାରିଖ ଜୁଲାଇ ୩୧ ତାରିଖ

ଖାଲି ପଦବୀ:

ମୋଟ୍ ୧୭ଟି ପଦବୀ ଖାଲି ପଡ଼ିଛି:

-ଏଗ୍ଜୁକୁଟିଭ ଡିରେକ୍ଟର-୧

-ଗ୍ରୁପ୍ ଜେନେରାଲ ମ୍ୟାନେଜର-୩

-ଜେନେରାଲ ମ୍ୟାନେଜର-୩

-ଜେନେରାଲ ମ୍ୟାନେଜର(Civil)-୨

-ଜେନେରାଲ୍ ମ୍ୟାନେଜର(Finance)-୫

-ଜେନେରାଲ୍ ମ୍ୟାନେଜର(Mining)- ୨

-ଗ୍ରୁପ୍ ଜେନେରାଲ୍ ମ୍ୟାନେଜର(Mining)-୧

ଆବେଦନ ଫି:

-ଜେନେରାଲ, ଓବିସି କାଟାଗୋରୀଙ୍କ ପାଇଁ ଆବେଦନ ଫି ୧୦୦୦ ଧାର୍ଯ୍ୟ କରାଯାଇଥିବା ବେଳେ ଏସସି, ଏସଟିଙ୍କ ୫୦୦ ଟଙ୍କା ରହିଛି ଆବେଦନ ଫି।

-ନେଟ୍ ବ୍ୟାଙ୍କିଂ, ୟୁପିଆଇ ଓ ଡେବିଟ୍ କାର୍ଡ ବ୍ୟବହାର କରି ପ୍ରାର୍ଥୀ ଆବେଦନ କରିପାରିବେ।

କିପରି କରିବେ ଆବେଦନ:

-ଆବେଦନ ପାଇଁ ପାର୍ଥୀ ଭାରତୀୟ ନାଗରୀକ ହୋଇଥିବା ନିତ୍ୟାନ୍ତ ଆବଶ୍ୟକ

-ପ୍ରାର୍ଥୀମାନେ ନାଲକୋର ଅଫିସିଆଲ ସାଇଟ୍ www.nalcoindia.comକୁ ଯାଇ ଆବେଦନ କରିପାରିବେ

-ଆବେଦନ ପାଇଁ ପାସପୋର୍ଟ ସାଇଜ୍ ଫଟୋ, ସିଗନେଚର୍, କ୍ୱାଲିଫିକେସନ୍ ସାର୍ଟିଫିକେଟ୍, ଏକ୍ସପେରିଏନ୍ସ ସାର୍ଟିଫିକେଟ୍, ସାଲାରି ସ୍ଲିପ୍, ଏବଂ ଆବଶ୍ୟକୀୟ ଡକୁମେଣ୍ଟ ଦାଖଲ୍ କରିବା ଆବଶ୍ୟକ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy