ଟଙ୍କା ନଦେବାରୁ ବାପାକୁ ଛୁରୀ ଭୂଷି ହତ୍ୟା କଲା ପୁଅ

0 331

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଟଙ୍କା ଦେବାକୁ ମନା କରିବାରୁ ପୁଅ ବୃଦ୍ଧ ବାପାଙ୍କୁ ଛୁରୀ ଭୂଷି ହତ୍ୟା କରିଛି । ମୃତକ ଜଣକ ହେଲେ ସୁନୀଲ ଚୌଧୁରୀ । ସୁନୀଲ ଚୌଧୁରୀ ନାଲକୋରେ ଜଣେ ଅବସରପ୍ରାପ୍ତ ଉଚ୍ଚ ପଦସ୍ଥ ଅଧିକାରୀ ଥିଲେ । ତାଙ୍କ ପୁଅ ତଥା ହତ୍ୟାକାରୀ ଅନିରୁଦ୍ଧ ଚୌଧୁରୀ ଏକ ଘରୋଇ ଲ’ କଲେଜରେ ଫ୍ରଫେସର ଭାବେ କାର୍ଯ୍ୟରତ କରୁଥିବା ଜଣାଯାଇଛି ।

ସୂଚନା ଅନୁସାରେ, ଚାକିରୀରୁ ଅବସର ପରେ ସୁନୀଲ ଚୌଧୁରୀ ମଞ୍ଚେଶ୍ୱର ଥାନା ରଙ୍ଗମାଟିଆସ୍ଥିତ ଡିଏଚ୍‌ପିଏଲ୍ ଆପାର୍ଟମେଣ୍ଟରେ ପରିବାର ସହ ରହୁଥିଲେ । ତେବେ ତାଙ୍କ ପୁଅ ଅନିରୁଦ୍ଧଙ୍କ କୌଣସି କାମ ପାଇଁ ଋଣ କରିଥିଲେ । ଧିରେ ଧିରେ ତାଙ୍କ ଉପରେ ଲୋନ୍ ଭାର ବଢ଼ି ଯାଇଥିଲା । ଏହାକୁ ନେଇ ସେ ଚିନ୍ତାଗ୍ରସ୍ତ ରହିବା ସହ ବାପାଙ୍କୁ ଟଙ୍କା ମାଗିଥିଲେ । ହେଲେ ବାପା ତାଙ୍କୁ ଟଙ୍କା ଦେଇନଥିଲେ ।

ଉକ୍ତ ଘଟଣାକୁ ନେଇ ଆଜି ସକାଳେ ବାପ-ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ବାପା ସୁନୀଲ ପୁଅକୁ ଟଙ୍କାଟିଏ ନ ଦେବାକୁ ମନା କରି ଦେଇଥିଲେ । ଏପରିକି ଦରକାର ପଡିଲେ, ତାଙ୍କୁ ତେଜ୍ୟ ପୁତ୍ର କରିବାକୁ ଧମକ ଦେଇଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଅନିରୁଦ୍ଧ ବାପାଙ୍କୁ ଛୁରୀ ଭୂଷି ହତ୍ୟା କରିଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ହତ୍ୟାକାଣ୍ଡ ପରେ ପୁଅ ଫେରାର ହୋନଥିବାରୁ ପୋଲିସ ତାଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy