ସରପଞ୍ଚ ସ୍ୱାମୀଙ୍କ କାର୍ଯ୍ୟାଳୟରେ ଯୁବକଙ୍କୁ ହତ୍ୟା

0 507

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀର ତମାଣ୍ଡୋ ଥାନା ମହୁରାରେ ଥିବା ନଁପୁଟ ସରପଞ୍ଚ ସ୍ୱାମୀଙ୍କ କାର୍ଯ୍ୟାଳୟରେ ଏକ ହତ୍ୟାକାଣ୍ଡ ଘଟିଛି । କାର୍ଯ୍ୟାଳୟରେ ରହୁଥିବା ଜଣେ ରୋଷେୟାକୁ ଶାବଳରେ ପିଟି ହତ୍ୟା କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ହତ୍ୟାକାରୀକୁ ଗିରଫ କରିଛି । ମୃତକ ଜଣକ ଖୋର୍ଦ୍ଧା ଜିଲ୍ଲା ପାଟପୁର ସୁଶାନ୍ତ ଶତପଥୀ (୪୦) ଓ ଅଭିଯୁକ୍ତ ଜଣକ ବୌଦ୍ଧ ଜିଲ୍ଲାର ରଞ୍ଜନ ଦୀପ (୨୭) । ମଦ ନିଶାରେ ଦୁହିଁଙ୍କ ଭିତରେ କୌଣସି କାରଣରୁ ବଚସା ହେବାରୁ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ପୋଲିସ ଜାଣିବାକୁ ପାଇଛି ।

ସୂଚନା ଅନୁସାରେ, ତମାଣ୍ଡୋ ଥାନା ମହୁରା ସି.ଭି ରମଣ ରାସ୍ତାରେ ନଁପୁଟ ସରପଞ୍ଚଙ୍କ ସ୍ୱାମୀ କମ୍ଭପାଣି ପାତ୍ରଙ୍କ ଠିକାଦାରୀ କାର୍ଯ୍ୟାଳୟ ରହିଛି । ସେଠାରେ ଅଭିଯୁକ୍ତ ରଞ୍ଜନ ଦୀପ ରହି ଶ୍ରମିକ ଭାବେ କାମ କରେ । ସେହିଭଳି ମୃତ ସୁଶାନ୍ତ ପ୍ରାୟ ବର୍ଷେ ହେବ ବାହାରେ ଏଣେ ତେଣେ ବୁଲି ବିଭିନ୍ନ ସ୍ଥାନରେ ରୋଷେଇ କରିବା ସହ ରାତିରେ ଏହି କାର୍ଯ୍ୟାଳୟରେ ରହୁଥିଲା । ସେମାନଙ୍କ ସହ କିଛି କର୍ମଚାରୀ ପ୍ରଭାତ ପଣ୍ଡା, ଶିବ ଶଙ୍କର କର ଓ ବସନ୍ତ ମହାନ୍ତି ମଧ୍ୟ ରୁହନ୍ତି । ଏକାଠି ରହୁଥିବାରୁ ମଝିରେ ମଝିରେ ସେମାନଙ୍କ ମଧ୍ୟରେ ଟିକେ କଳି ଝଗଡା ଲାଗେ ।

ଗତକାଲି ଗରମ ଯୋଗୁଁ ସେମାନେ ଦୁଇ ମହଲା ଛାତ ଉପରେ ଏକାଠି ଶୋଇଥିଲେ । ଗତକାଲି ରାତିରେ କମ୍ଭପାଣି ତାଙ୍କ ଘରେ ଥିଲେ ।ଶୁସାନ୍ତ ଓ ରଞ୍ଜନ ଛାତ ଉପରେ ଶୋଇଥିବା ବେଳେ ଏକ ମହଲା ଘରେ ଅନ୍ୟ ଜଣେ କର୍ମଚାରୀ ଶୋଇଥିଲେ । ରାତି ପ୍ରାୟ ସାଢେ ଗୋଟାଏ ବେଳେ ତଳ ମହଲାରେ ଶୋଇଥିବା ଜଣେ କର୍ମଚାରୀଙ୍କ କୌଣସି କାମ ପାଇଁ ଦିଆସିଲି ଦରକାର ହୋଇଥିଲା ତେଣୁ ଛାତ ଉପରକୁ ଆସିଥିଲେ । ଆସିବା ସମୟର ଛାତ ସାରା ରକ୍ତ ଜୁଡୁବୁଡୁ ହୋଇ ପଡିଛି । ତେଣୁ ରାତି ପ୍ରାୟ ସାଢେ ଗୋଟାଏ ସମୟରେ କମ୍ଭପାଣିଙ୍କୁ ଫୋନ କରି ଜଣାଇଥିଲେ ।

ଖବରପାଇ କମ୍ଭପାଣି ଓ ତାଙ୍କ ଅନ୍ୟ ସମସ୍ତ ସହଯୋଗୀ ଘଟଣାସ୍ଥଳକୁ ଆସିଥିଲେ । ଆସି ଦେଖିବା ବେଳକୁ ଛାତ ଉପରେ ପ୍ରଚୁର ରକ୍ତ ପଡିଛି । ସିଡି ଘର କନ୍ଦିରେ ଥିବା ପାଣି ଟାଙ୍କି କଡରେ ରକ୍ତ ଜୁଡୁବୁଜୁ ହୋଇ ସୁଶାନ୍ତ ପଡିଛି । ତେଣୁ କମ୍ଭପାଣି ତୁରନ୍ତ ତମାଣ୍ଡୋ ଥାନାକୁ ଖବର ଦେଇଥିଲେ । ଖବରପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପୋଲିସ ହତ୍ୟାକାରୀକୁ ଗିରଫ କରିଥିବା ଜଣାପଡିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy