ଟାଇଟ୍ ବ୍ରା ପିନ୍ଧିଲେ ସ୍ତନ କକର୍ଟ ହୁଏ କି?, ଜାଣନ୍ତୁ ପ୍ରକୃତ କାରଣ

0 219

ପ୍ରସିଦ୍ଧ ଟିଭି ଅଭିନେତ୍ରୀ ହିନା ଖାନ ଏବେ ସ୍ତନ କର୍କଟ ରୋଗରେ ପୀଡିତ । ହିନା ଖାନଙ୍କର ତୃତୀୟ ପର୍ଯ୍ୟାୟରେ ସ୍ତନ କର୍କଟ ହୋଇଛି । କିନ୍ତୁ ସ୍ତନ କର୍କଟ ପ୍ରାୟତଃ ଟାଇଟ ବ୍ରା’ ସହିତ ଜଡିତ କି? ଆଜି ଆମେ କହିବୁ ଏଥିରେ କୌଣସି ସତ୍ୟତା ଅଛି କି ନାହିଁ ।

ସ୍ତନ କର୍କଟ ମହିଳାମାନଙ୍କ ଠାରେ ଘଟୁଥିବା ଏକ ବିପଜ୍ଜନକ ଏବଂ ଗୁରୁତର ରୋଗ ଅଟେ । ଏହି ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଟାଇଟ୍ ବ୍ରା ପିନ୍ଧିବା ଦ୍ୱାରା ସ୍ତନର ଆକାର ବଢିଥାଏ । ଏହା ବ୍ୟତୀତ ସ୍ତନ କର୍କଟ ହେବାର ଆଶଙ୍କା ମଧ୍ୟ ବଢିଥାଏ ।

ବ୍ରା ପିନ୍ଧିବା କିମ୍ବା ନ ପିନ୍ଧିବା ଏବଂ ସ୍ତନ କର୍କଟ ରୋଗ ମଧ୍ୟରେ କୌଣସି ନିର୍ଦ୍ଦିଷ୍ଟ ସଂଯୋଗ ନାହିଁ । କାରଣ ଏହି ବିଷୟରେ ଅନୁସନ୍ଧାନରେ କୌଣସି ଠୋସ୍ ପ୍ରମାଣ ମିଳିନାହିଁ । ଅନେକ ଗବେଷଣାରେ ଏହା ପ୍ରମାଣିତ ହୋଇଛି ଯେ ବ୍ରା ଅଣ୍ଡରେ? ର୍ଲିମ୍ଫରେ ରକ୍ତ ସ ଗ୍ଧସକ୍ଟଦ୍ଭ ୍ଚାଳନକୁ ବାଧା ଦେଇପାରେ । ଯାହା ସ୍ତନ କର୍କଟ ରୋଗର କାରଣ ହୋଇପାରେ । ବ୍ରା ପିନ୍ଧି ଶୋଇବା କି ନାହିଁ ତାହା ଏକ ବ୍ୟକ୍ତିଗତ ପସନ୍ଦ ।

ଅଣ୍ଡରୱେୟାର ବ୍ରା’ କିମ୍ବା ଅତ୍ୟଧିକ ଟାଇଟ୍ ବ୍ରା ପିନ୍ଧିବା ଦ୍ୱାରା ସ୍ତନରେ ଲିମ୍ଫର ରକ୍ତ ସଂଚାଳନରେ ବାଧା ସୃଷ୍ଟି ହୁଏ । ଯେଉଁଥିପାଇଁ ସ୍ତନ କର୍କଟ ହେବାର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଥାଏ । କିନ୍ତୁ ଏଥିପାଇଁ କୌଣସି ଦୃଢ ପ୍ରମାଣ ମିଳିନାହିଁ ।

କଳା ବ୍ରା ପିନ୍ଧିବା ଦ୍ୱାରା ସ୍ତନ କର୍କଟ ହୁଏ କି? ‘ସ୍ୱାସ୍ଥ୍ୟ ଶିକ୍ଷା ସଂଗଠନ’ର ରିର୍ପୋଟ ଅନୁଯାୟୀ, ସ୍ତନ କର୍କଟ ସହିତ କଳା ବ୍ରାର କୌଣସି ବିଶେଷ ସଂପର୍କ ନାହିଁ । ଏହି ସମସ୍ତ ଜିନିଷ କେବଳ ଗୁଜବ ଯେଉଁଥିରେ କୌଣସି ସତ୍ୟତା ନାହିଁ ।

ଖରାପ ଖାଦ୍ୟ, ମେଦବହୁଳତା ଏବଂ ଖରାପ ଜୀବନଶୈଳୀ ବ୍ୟତୀତ ସ୍ତନ କର୍କଟ ମଧ୍ୟ ଜେନେଟିକ କାରଣରୁ ହୋଇପାରେ । ବିକିରଣ ଏବଂ ଅତ୍ୟଧିକ ମଦ୍ୟପାନ ଯୋଗୁଁ ସ୍ତନ କର୍କଟ ହେବାର ଆଶଙ୍କା ବଢିଥାଏ ।

ମହିଳାମାନେ ଗର୍ଭାବସ୍ଥାରେ ମଧ୍ୟ ସ୍ତନ କର୍କଟର ଶିକାର ହୁଅନ୍ତି । କେବଳ ବୟସ ବଢିବା ସ୍ତନ କର୍କଟ ରୋଗର କାରଣ ନୁହେଁ ବରଂ ଏହା ଅଳ୍ପ ବୟସରେ ମଧ୍ୟ ହୋଇପାରେ । ତେଣୁ ମହିଳାମାନେ ସତର୍କ ହେବା ଆବଶ୍ୟକ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy