ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ, ୩୫ ମୃତ

0 127

ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ । ୩୫ ମୃତ, ୧୫୦ରୁ ଅଧିକ ଲୋକ ଆହତ । ପାକିସ୍ତାନର ଖୈବର ପଖତୁନଖ୍ୱା ଅଞ୍ଚଳରେ ଏହି ବିସ୍ଫୋରଣ ହୋଇଛି । ଆହତଙ୍କୁ ପେଶାଓ୍ବାର ମେଡିକାଲରେ ଭର୍ତ୍ତି କରାଯାଇଛି । ଜାମିୟତ ଉଲେମା ଇସଲାମ ଫଜଲ ପାର୍ଟି ବା JUIFର ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିସ୍ଫୋରଣ ହୋଇଥିଲା ।

ଏଠାରେ କ୍ଷମତାସୀନ ମେଣ୍ଟରେ ସାମିଲ ଜମିୟତ ଉଲେମା ଫଜଲ (JUI-F)ର ରାଲି ବେଳେ ଏହି ବିସ୍ଫୋରଣ ଘଟିଛି । ମୃତକଙ୍କ ମଧ୍ୟରେ ଜାମିୟତ ଉଲେମା ଇସଲାମ ଫଜଲର ଜଣେ ବଡ଼ ନେତା ମୌଲାନା ଜିଆଉହ୍ଲାଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନର ହାତ ଥାଇପାରେ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି । ଏହାର ତଦନ୍ତ ଦାବି କରାଯାଇଛି । ତେବେ ଏହି ରାଲିକୁ JUI-Fର ବରିଷ୍ଠ ନେତା ହାଫିଜ ହମଦୁଲ୍ଲାହ ସମ୍ବୋଧିତ କରିବାର ଥିଲା କିନ୍ତୁ କୌଣସି କାରଣରୁ ସେ ଏଠାରେ ପହଞ୍ଚି ପାରିନଥିଲେ ।

ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଆମର ପ୍ରାୟ ୩୫ କାର୍ଯ୍ୟକର୍ତ୍ତା ଏହି ବିସ୍ଫୋରଣରେ ମୃତ୍ୟୁବରଣ କରିଛନ୍ତି । ଏହି ଘଟଣାକୁ ନିନ୍ଦା କରୁଛି । ହାଫିଜ ଆଗକୁ କହିଛନ୍ତି, ଏପରି ଆକ୍ରମଣ ପୂର୍ବରୁ ମଧ୍ୟ ହୋଇଆସିଛି । ଏହାର ସଠିକ ତଦନ୍ତ ହେବା ଆବଶ୍ୟକ । ଆମକୁ କୌଣସି ପ୍ରକାରର ସୁରକ୍ଷା ମଧ୍ୟ ପ୍ରଦାନ କରାଯାଉନି । ଆମେ ଏହି ମାମଲାକୁ ସଂସଦରେ ଉଠାଇବୁ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy