ଭୟଙ୍କର ବନ୍ୟା : ଆସାମ- ଅରୁଣାଚଳରେ ୩୮ ମୃତ

0 152

ମୌସୁମୀ ଆସିବା ପରେ ଉତ୍ତର-ପୂର୍ବ ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ବର୍ଷା ଯୋଗୁଁ ଅନେକ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆସାମ ଏବଂ ଅରୁଣାଚଳ ପ୍ରଦେଶରେ ବନ୍ୟା ପରିସ୍ଥିତି ଯୋଗୁଁ ଅବସ୍ଥା ଅତ୍ୟନ୍ତ ଖରାପ। ପରିସ୍ଥିତି ଏପରି ଯେ ରାସ୍ତା ଗୁଡ଼ିକ ନଦୀରେ ପରିଣତ ହୋଇଛି । ବନ୍ୟା ଯୋଗୁଁ ଅନେକ ଘର ମଧ୍ୟ ଜଳମଗ୍ନ ହୋଇଛି।

ଆସାମ ଏବଂ ଅରୁଣାଚଳ ପ୍ରଦେଶରେ ଗତ କିଛି ଦିନ ହେବ ଲଗାତାର ପ୍ରବଳ ବର୍ଷା ହୋଇଛି। ଏଭଳି ପରିସ୍ଥିତିରେ ବ୍ରହ୍ମପୁତ୍ର ସମେତ ଅନେକ ନଦୀ ଜଳମଗ୍ନ ଅବସ୍ଥାରେ ରହିଛି ଏବଂ ଅଧିକାଂଶ ଅଞ୍ଚଳରେ ଭୂସ୍ଖଳନ ଭଳି ଘଟଣା ଦେଖିବାକୁ ମିଳୁଛି। ଏଥି ସହିତ ଭାରତ-ଚୀନ୍ ସୀମାକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ ପାଣିରେ ବୁଡି ରହିଛି। ଏହି କାରଣରୁ ସୀମାନ୍ତି ଅଞ୍ଚଳରେ ରହୁଥ‌ିବା ଲୋକଙ୍କ ସହ ସମ୍ପର୍କ ବିଚ୍ଛିନ୍ନ ହେବାରେ ଲାଗିଛି।

ସେପଟେ ଆସାମର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (SDRF) ର ତଥ୍ୟ ଅନୁଯାୟୀ ସମୁଦାୟ ୨୮ଟି ଜିଲ୍ଲା ବନ୍ଯା ପରିସ୍ଥିତିରେ ଅଛି। ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗରରେ ବନ୍ୟା ଯୋଗୁଁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ କରିବାକୁ ମଧ୍ୟ ପ୍ରଶାସନ ନିର୍ଦ୍ଦେଶ ଦେଇଛି।ଏହାସହିତ କୁରୁଙ୍ଗ ନଦୀ ଉପରେ ଥୂବା ବ୍ରିଜଟି ବନ୍ୟା ଜଳ ଦ୍ବାରା ଭାଙ୍ଗି ଯାଇଛି।

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା କିଛି ଦିନ ମଧ୍ୟରେ ଉତ୍ତର-ପୂର୍ବ ରାଜ୍ୟ ପାଇଁ ବର୍ଷା ଥମିବାର ସମ୍ଭାବନା ନାହିଁ। ଏହି ସପ୍ତାହ ଶେଷ ସୁଦ୍ଧା ଅନେକ ରାଜ୍ୟରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସାମରେ ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୩୮ ଜଣଙ୍କର ମୃତ୍ୟୁ ହୋଇଛି। ୮୦୦୦ ରୁ ଅଧିକ ଲୋକଙ୍କୁ ରିଲିଫ କ୍ୟାମ୍ପରେ ରଖାଯାଇଛି।

ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅରୁଣାଚଳ ପ୍ରଦେଶକୁ ଲାଗିଥିବା ଅଞ୍ଚଳରେ ଆଗାମୀ କିଛି ଦିନ ମଧ୍ୟରେ ଅବସ୍ଥା ଆହୁରି ଖରାପ ହୋଇପାରେ। ସମସ୍ତ ପ୍ରକାରର ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ NDRF ଦଳ ଏବଂ ସେନା ପ୍ରସ୍ତୁତ ରୁହନ୍ତୁ। ୨୮ଟି ଗାଁର ୧୧ ହଜାରରୁ ଅଧିକ ଲୋକ ଏହା ଦ୍ବାରା ପ୍ରଭାବିତ ହୋଇଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy