ଖୁସି ଖବର: ଗ୍ୟାସ ସିଲିଣ୍ଡର ପ୍ରାୟ ୧୦୦ ଟଙ୍କା ଶସ୍ତା ହେଲା

0 221

ନୂଆଦିଲ୍ଲୀ: ଅଗଷ୍ଟ ୧ ତାରିଖ ମଙ୍ଗଳବାର ଦିନ ତୈଳ ମାର୍କେଟିଂ କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି । ତୈଳ କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ଆଜି ୯୯.୭୫ ଟଙ୍କା ହ୍ରାସ କରିଛନ୍ତି ।

ଦିଲ୍ଲୀର ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଖୁଚୁରା ବିକ୍ରି ମୂଲ୍ୟ ଆଜିଠାରୁ ୧,୬୮୦ ଟଙ୍କାରେ ଉପଲବ୍ଧ ହେବ । ଏହା ପୂର୍ବରୁ ଜୁଲାଇ ୪, ୨୦୨୩ ରେ ବ୍ୟବସାୟିକଏଲପିଜି ସିଲିଣ୍ଡରର ମୂଲ୍ୟ ୭ ଟଙ୍କା ବୃଦ୍ଧି କରାଯାଇଥିଲା ।

ଅନ୍ୟ ସହରରେ ସିଲିଣ୍ଡରର ମୂଲ୍ୟ କେତେ?
କୋଲକାତାରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୦୨.୫୦ ଟଙ୍କା ଥିବାବେଳେ ମୁମ୍ବାଇରେ ଏହା ୧୬୪୦.୫୦ ଟଙ୍କା, ଚେନ୍ନାଇରେ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୫୨.୫୦ ଟଙ୍କା ରହିଛି । ଏଠାରେ ଧ୍ୟାନ ଦେବା କଥା ହେଉଛି ବାଣିଜ୍ୟିକ ସିଲିଣ୍ଡର ଏଲପିଜିର ଓଜନ ୧୯ କିଲୋଗ୍ରାମ ହୋଇଥିବାବେଳେ ଘରୋଇ ଗ୍ୟାସ ସିଲିଣ୍ଡରର ଓଜନ ୧୫ କିଲୋଗ୍ରାମରୁ ୧୬.୫ କିଲୋଗ୍ରାମ ପର୍ଯ୍ୟନ୍ତ ରହିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy