ଭାସିଗଲା ସେନା ଟ୍ୟାଙ୍କର, ୫ ଯବାନ୍ ଶହୀଦ

0 135

ଲଦାଖରେ ସେନାର ଟ୍ୟାଙ୍କ ଅଭ୍ୟାସ ବେଳେ ଘଟିଗଲା ବଡ଼ ଅଘଟଣ। ଏହି ଅଘଟଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ସହିଦଙ୍କ ମଧ୍ୟରେ ଜଣେ ଜୁନିୟର କମିଶନଡ୍ ଅଫିସର ରହିଛନ୍ତି। ତେବେ, ଏନେଇ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି।

ସୂଚନା ଅନୁସାରେ, ଗତକାଲି ସଂନ୍ଧ୍ୟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଏଲଓସି ନିକଟବର୍ତ୍ତୀ ଦୌଲତ ବେଗ ଓଲଡି ଅଞ୍ଚଳରେ ଥିବା ଏକ ଶୁଖିଲା ନଦୀ ପାର ବେଳେ ଟ୍ୟାଙ୍କ ଟି ଭାସି ଯାଇଥିଲା। ଗତକାଲି ଏ-ଠାରେ ସେନା ଟ୍ୟାଙ୍କର ଅଭ୍ୟାସ ଚାଲିଥିଲା। ଫଳରେ ଟ୍ୟାଙ୍କରେ ଥିବା ଯବାନ୍ ମାନେ ନଦୀ ସ୍ରୋତରେ ଭାସି ଯାଇଥିଲେ। ସେଥିରେ ଥିବା ଜଣେ କନିଷ୍ଠ ସେନାଧିକାରୀଙ୍କ ସମେତ ମୋଟ ୫ ଜଣ ଯବାନ ଶହୀଦ ହୋଇଥିବା ଜଣାପଡିଛି । ସେପଟେ, ଏନେଇ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବା ବେଳେ ଶହୀଦ ଯବାନଙ୍କ ପରିଚୟ ସ୍ପଷ୍ଟ ହୋଇ ନ ଥିବା ଜଣାପଡିଛି।

ଗତ ବର୍ଷ  ଲଦାଖରେ  ସେନାର ଏକ ଗାଡି ଖାତରେ ପଡିଯିବାରୁ ୯ ଜଣ ଯବାନ ଶହୀଦ୍ ହୋଇଥିଲେ।  ସେହି ଗାଡିରେ ୩୪ ଜଣ ଯବାନ ଥିଲେ। ଅଧିକାଂଶ ଏହି ଦୁର୍ଘଟଣାରେ ଆହତ ହୋଇଥିଲେ। ଡ୍ରାଇଭର ନିୟନ୍ତ୍ରଣ ହରାଇବା କାରଣରୁ ଗାଡିଟି ଭାରସାମ୍ୟ ହରାଇ ଏକ ଖାତକୁ ଖସି ପଡିଥିଲା। 

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy