ଏପଟେ ଶପଥ ଗ୍ରହଣ, ସେପଟେ ଆତଙ୍କବାଦୀ ଆକ୍ରମଣ

0 417

ନୂଆଦିଲ୍ଲୀ: ରବିବାର ସଂନ୍ଧ୍ୟାରେ ନରେନ୍ଦ୍ର ମୋଦୀ ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ପାଇଁ ଶପଥ ନେଇଛନ୍ତି । ନୂଆଦିଲ୍ଲୀରେ ଆୟୋଜିତ ଏକ ବିରାଟ କାର୍ଯ୍ୟକ୍ରମରେ ମୋଦୀ ତାଙ୍କ କ୍ୟାବିନେଟ ମନ୍ତ୍ରୀ ଶପଥ ନେଉଥିବା ବେଳେ ସେପଟେ ଜମ୍ମୁ କାଶ୍ମିରରେ ଆତଙ୍କବାଦୀମାନେ ଏକ ପର୍ଯ୍ୟଟକ ବସ୍ ପରେ ଆକ୍ରମଣ କରିଛନ୍ତି । ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ ଗୁରୁତର ହୋଇଛନ୍ତି। ଏପରି ଘଟଣା ଜମ୍ମୁ-କଶ୍ମୀର ରାଜ୍ୟର ରିସି ଜିଲ୍ଲାରେ ଘଟିଛି।

ତୀର୍ଥ ଯାତ୍ରୀମାନେ ଶିବଖେଡୀ ଗୁମ୍ଫା ଦର୍ଶନ କରି ବସ୍‌ରେ କଟ୍‌ରା ଫେରୁଥିଲେ। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬.୧୦ ମିନିଟ୍‌ ସମୟରେ ପୋନି ଅଞ୍ଚଳରେ ବସ୍‌ ଉପରକୁ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚାଳନା କରିଥିଲେ। ଗୁଳି ମାଡ଼ ପରେ ବସ୍‌ ଚାଳକ ଭୟଭୀତ ହୋଇପଡ଼ିଥିଲେ। ବସ୍‌ ସନ୍ତୁଳନ ହରାଇ ଘାଟିରେ ଖସି ପଡ଼ିଥିଲା। ଖବର ପାଇ ପୁଲିସ୍‌ ଟିମ୍‌ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ନାରାୟଣ ମେଡ଼ିକାଲ୍‌ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ରିସି ଏସ୍‌ଏସ୍‌ପି ମୋହିତ ଶର୍ମାଙ୍କ କହିବା ଅନୁସାରେ ଗୁଳି ଚାଳନା ଯୋଗୁ ବସ୍‌ ଚାଳକ ଭାରସାମ୍ୟ ହରାଇଥିଲେ। ଯେଉଁଥିପାଇଁ ବସ୍‌ଟି ଖସି ପଡ଼ିଥିଲା। ମୃତକ ଓ ଆହତମାନେ ସ୍ଥାନୀୟ ଅଞ୍ଚଳର ନୁହେଁ। ଏମାନଙ୍କ ପରିଚୟ ମିଳିପାରି ନାହିଁ। ଏମାନେ ଉତ୍ତର ପ୍ରଦେଶର ବୋଲି ଅନୁମାନ କରାଯାଉଛି। ଆତଙ୍କୀ ହମ୍‌ଲା ପରେ ସର୍ଚ୍ଚ ଅପରେସନ୍‌ ଚାଲିଥିବା ଏସ୍‌ଏସ୍‌ପି କହିଛନ୍ତି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy