ନିଜ ଘର ସମ୍ଭାଳି ନପାରିବିଜେଡିଉପରେ ଦୋଷ ଲଦୁଛି ବିଜେପି: ବିଜେଡି

0 199

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ନିଜ ଘର ସମ୍ଭାଳିନପାରି ପର ଉପରେ ଦୋଷ ଲଦିବା ଓଡିଶା ବିଜେପିର ଏକ ଅଭ୍ୟାସରେ ପରିଣତହେଲାଣି । ବ୍ରହ୍ମପୁରରେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ଶିବଶଙ୍କର ଦାସ ଓରଫ୍ ପିଣ୍ଟୁ ଦାସ ଏକଦା ବିଜେପିରେ ଥିଲେ । ନିଜ ନିର୍ବାଚନ ମଣ୍ଡଳୀର ଗରିବ ସାଧାରଣ ଯୁବକଙ୍କୁ ଚାକିରି ଦେବା ନାଁରେ ଲକ୍ଷଲକ୍ଷ ଟଙ୍କା ଠକିଥିବା ତଥା ଜନବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଯୋଗୁଁ ବିଜେଡିରୁ ତଡାଖାଇଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ଯେତେବେଳେ ଫୁଲମାଳ ପକାଇ ଓଡିଶା ବିଜେପି ସ୍ୱାଗତ କଲା, ସେବେଠାରୁ ଉଭୟ ପ୍ରଦୀପ ପାଣିଗ୍ରାହୀ ଓ ପିଣ୍ଟୁ ଦାସଙ୍କ ମଧ୍ୟରେ ଛକାପଂଝା ଆରମ୍ଭ ହୋଇଥିଲା ।

ପ୍ରଦୀପ ପାଣିଗ୍ରାହୀ ନିଜର ଜଣେ ଅନୁଗତଙ୍କୁ ବ୍ରହ୍ମପୁର ବିଧାନସଭା ଆସନର ଟିକେଟ ଦେବା ପରେ, ଶିବଶଙ୍କର ଦାସ ବିଜେପି ଛାଡିଲେ ଓ ବିଦ୍ରୋହୀ ପ୍ରାର୍ଥୀ ଭାବେ ଠିଆ ହେଲେ । ସେହି ସମୟରେ ସେ ପ୍ରଦୀପ ପାଣିଗ୍ରାହୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ।

ଓଡିଶା ବିଜେପି ଭିତରେ ଚାଲିଥିବା ଅନ୍ତଃକନ୍ଦଳର ପରିଣତି ସାରା ଓଡିଶା ଦେଖିଲା, ଯେତେବେଳେ ଟିକେଟ ବଣ୍ଟନର ରାଗ ନେଇ ଦୁଇନେତା ମୁହାଁମୁହିଁ ହୋଇଥିଲେ । ହେଲେ ଆଶ୍ଚର୍ଯ୍ୟର କଥା, ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ ଏଥିରେ ବିଜେଡିକୁ ଟାଣି ମନ୍ତବ୍ୟ ରଖିଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ନିଜ ଘର କଥା ସମ୍ଭାଳି ନପାରି, ଏହା ପର ଉପରେ ଦୋଷ ଲଦିଲାଭଳି କଥା ।

ଅପରାଧୀଙ୍କୁ ଫୁଲମାଳ ପକାଇ ସ୍ୱାଗତ କଲେ ଓ ସେମାନଙ୍କୁ ମୁଣ୍ଡ ଉପରେ ବସାଇଲେ ଏଭଳିସ୍ଥିତି ଦେଖିବାକୁ ମିଳେ । ପ୍ରଦୀପ ପାଣିଗ୍ରାହୀ ଏବେ ଓଡିଶା ବିଜେପି ପାଇଁ ତଣ୍ଟିରେ ଲାଗିଥିବା କଣ୍ଟା ଭଳି । ନା ସେମାନେ ଢୋକି ପାରୁଛନ୍ତି, ନା କାଢି ପାରୁଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy