ପ୍ରଶାନ୍ତ ଜଗଦେବଙ୍କୁ ୩ ଦିନ ଅନ୍ତରୀଣ ଜାମିନ

0 351

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ ମିଳିଛି। ପ୍ରଶାନ୍ତଙ୍କୁ ୯ ତାରିଖରୁ ୩ ଦିନ ପାଇଁ ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ ଅନ୍ତରୀଣ ଜାମିନ ଦେଲେ। ଶପଥ ଗ୍ରହଣ, ମେଡିକାଲ ଗ୍ରାଉଣ୍ଡ ଓ ଦଶାହ କ୍ରିୟା ପାଇଁ ଜାମିନ ଆବେଦନ ହୋଇଥିଲା। ଆସନ୍ତା ୯ରୁ ୧୧ ତାରିଖ ଯାଏଁ ଜାମିନରେ ରହିବେ ଖୋର୍ଦ୍ଧାର ବିଜେପି ବିଧା୍ୟକ ପ୍ରଶାନ୍ତ ଜଗଦେବ। ଶପଥ ଗ୍ରହଣ, ମେଡିକାଲ ଗ୍ରାଉଣ୍ଡ, ଦଶାହ କ୍ରିୟା ପାଇଁ ଜାମିନ ଆବେଦନ ହୋଇଥିଲା। ଆସନ୍ତା ୯ରୁ ୧୧ ତାରିଖ ଯାଏଁ ଜାମିନରେ ରହିବେ। ଏନେଇ ତାଙ୍କ ଓକିଲ ସୂଚନା ଦେଇଛନ୍ତି। 

ସୂଚନା ଥାଉକି, ବୁଥ୍ ଭଙ୍ଗାରୁଜା ଅଭିଯୋଗରେ ଗିରଫ ହୋଇଥଇଲେ ପ୍ରଶାନ୍ତ। ଗତ ୨୫ ତାରିଖରେ ବୋଲଗଡ଼ ବ୍ଲକ କାଉଁରିପାଟଣା ବୁଥରେ ଇଭିଏମ ଭଙ୍ଗା ଭଙ୍ଗାରୁଜା ନେଇ ପୋଲିସ ପ୍ରଶାନ୍ତଙ୍କୁ ଗିରଫ କରି ଜେଲ୍ ପଠାଇଥିଲା।

ବୋଲଗଡ କାଉଁରିପାଟଣା ବୁଥରେ ଇଭିଏମ ଭଙ୍ଗା ଘଟଣାରେ ଜେଲରେ ଅଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ୨୦୨୪ ନିର୍ବାଚନରେ ଖୋର୍ଦ୍ଧାରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ସେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କୁ ୮ ହଜାର ୫୯୮ ଭୋଟରେ ପରାଜିତ କରିଥିଲେ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy