ଆସନ୍ତାକାଲି ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀମତି ସ୍ମୃତି ଇରାନୀ

0 145

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ମହିଳା ସଶକ୍ତିକରଣ ପାଇଁ ମୋଦି ସରକାର ସଂକଳ୍ପବଦ୍ଧ । ଭାରତୀୟ ଜନତାପାର୍ଟୀର ସରକାର ଗଠନ ହେବା ପରେ ମହିଳାମାନଙ୍କ ସୁରକ୍ଷା ଓ ଆର୍ôଥକ ସଶକ୍ତିକରଣକୁ ପ୍ରାଥମିକତା ଦେବ । ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ମା’ ଓ ଭଉଣୀଙ୍କୁ ୫୦ହଜାର ଟଙ୍କା ଫ୍ରି ଭାଉଚର ଦିଆଯିବ । ଏହାଦ୍ୱାରା ମା’ ଓ ଭଉଣୀଙ୍କୁ ଆର୍ଥିକ ସୁରକ୍ଷା ମିଳିପାରିବ । ନୂତନ ଓଡିଶା ଗଠନ ପାଇଁ ରାଜ୍ୟ ରାଜନୀତିରେ ପରିବର୍ତନ ଆସିବ ଏବଂ ଓଡିଶାରେ ବିଜେପିର ସରକାର ଗଠନ ହେବ ।

ପ୍ରଥମ ଥର ପାଇଁ ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିବ ଏବଂ ଏହାର ନେତୃତ୍ୱ ନେବେ ଓଡିଆ । ନିର୍ବାଚନ ପ୍ରଚାରକୁ ଆହୁରି ଶାଣିତ କରିବା ପାଇଁ ଏବଂ ବିଜେପିର ସଂକଳ୍ପକୁ ଘରେ ଘରେ ପହଁଚାଇବା ଉଦ୍ଦେଶ୍ୟରେ ଆସନ୍ତା କାଲି ୨୫ ତାରିଖ ଦିନ କେନ୍ଦ୍ରମନ୍ତ୍ରୀ ଶ୍ରୀମତି ସ୍ମୃତି ଇରାନୀ ନିର୍ବାଚନୀ ପ୍ରଚାର ପାଇଁ ଦିନିକିଆ ଓଡିଶା ଗ୍ରସ୍ତରେ ଆସୁଛନ୍ତି ।

ଶ୍ରୀମତି ଇରାନୀ ଆସନ୍ତା କାଲି ୨୫ ତାରିଖ ଦିନ ସକାଳ ୯ ଘଟିକାରେ ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଁଚିବେ । ଏହାପରେ ପୂର୍ବାହ୍ନ ୧୦.୩୦ରେ କୁଜଙ୍ଗ (ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀ), ମଧ୍ୟାହ୍ନ ୧୨.୧୫ରେ ବିଂଝାରପୁର ଏବଂ ଅପରାହ୍ନ ୨.୩୦ରେ ନୀଳଗିରିଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy