କଥା ରଖିଲେ ପାଣ୍ଡିଆନ୍‌: ସକ୍ରିୟ ରାଜନୀତିରୁ ଅବସର ନେଲେ

0 442

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବିଜୁ ଜନତା ଦଳର ସଦସ୍ୟ ତଥା ନିବୀନ ପଟ୍ଟନାୟକଙ୍କ ପୂର୍ବତନ ସଚିବ ଭିକେ ପାଣ୍ଡିଆନ ରବିବାର ଦିନ (୯ ଜୁନ୍) ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ଏହାକୁ ନେଇ ସେ ନିଜେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛନ୍ତି। ରାଜନୀତି ଛାଡ଼ିବା ସହ ସେ ଦଳୀୟ କର୍ମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି।

ରାଜ୍ୟର ଚଳିତ ବର୍ଷ ନିର୍ବାଚନ ପ୍ରଚାର ସମୟରେ ଭିକେ ପାଣ୍ଡିଆନ ଏକ ଜନସଭାକୁ ସମ୍ଭୋଧିତ କରି ନିଜେ ଘୋଷଣା କରିଥିଲେ ଯେ ଯଦି ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ନ ହୁଅନ୍ତି ତେବେ ସେ ରାଜନୀତିରୁ ସନ୍ୟାସ ନେଇଯିବେ। କହିରଖୁଛୁ ଯେ ଏଥର ନିର୍ବାଚନ ଫଳାଫଳା ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ଯାଇଥିଲା। ଚଳିତ ନିର୍ବାଚନରେ ବିଜେପି ୭୮ ଆସନ ସହ ରାଜ୍ୟରେ ବହୁମତ ହାସଲ କରିଥିଲା ଓ ବିଜେଡିକୁ ୫୧ ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ତେବେ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଭିକେ ପାଣ୍ଡିଆନ୍‌ ରବିବାର ଦିନ (୯ ଜୁନ୍) ଏକ ଭିଡିଓ ବାର୍ତ୍ତା ଜାରି କରି ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy