୭ଥର ଟି-୨୦ ଚାମ୍ପିୟନ ଅଷ୍ଟ୍ରେଲିଆକୁ ଆଫଗାନିସ୍ତାନ ୨୧ ରନରେ ହାଇଲା

0 286

ଟି-୨୦ ବିଶ୍ୱକପ୍ : ଆଫଗାନିସ୍ତାନ ଟି-୨୦ ବିଶ୍ୱକପ ୨୦୨୪ ରେ ଏକ ବଡ ହଲଚଲ୍ ସୃଷ୍ଟି କରିଛି । ୭ ଥର ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ଦଳକୁ ପରାସ୍ତ କରିଛି । ସୁପର ୮ ମ୍ୟାଚରେ ଆଫଗାନିସ୍ତାନ ୨୧ ରନ୍ ଜିତି ଏହି ଇତିହାସ ସୃଷ୍ଟି କରିଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୧୪୯ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ଦଳ ୧୨୭ ରନ ସ୍କୋରରେ ଅଲ ଆଉଟ୍ ହୋଇଥିଲେ । ଆଫଗାନିସ୍ତାନ ପାଇଁ ଗୁଲାବଦର୍ଦ୍ଦିନ ନାଏବ ୪ ଟି ୱିକଟ୍ ନେଇଥିଲେ । ଯେଉଁଠାରେ ନବୀନ-ଉଲ-ହକ ୩ ୱିିକେଟ୍ ନେଇଥିଲେ । ଅଷ୍ଟ୍ରେଲିଆ ଦଳ ୬ ଥର ଦିନିକିଆ ବିଶ୍ୱକପ ଏବଂ ଥରେ ଟି-୨୦ ବିଶ୍ୱକପ ଜିତିଛି ।

ଟସ୍ ହାରିବା ପରେ ଆଫଗାନିସ୍ତାନ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଆସି ୨୦ ଓଭରରେ ୧୪୮ ରନ୍ ସଂଗ୍ରହ କରି ୬ ୱିକେଟ୍ ହରାଇଥିଲା । ଏହି ସମୟରେ ଓପନ ର୍ଗୁରୁବାଜ ୪୯ ବଲ ସମ୍ମୁଖରେ ୬୦ ରନ ସ୍କୋର କରିଥିଲେ । ସେ ୪ ଚୌକା ଓ ୪ ଛକା ମାରିଥିଲେ । ଇବ୍ରାହିମ ଜାଦ୍ରାନ୍ ୫୧ ରନ୍ ସଂଗ୍ରହ କରିଥିଲେ । ସେ ୪୮ ବଲ ସମ୍ମୁଖୀନ ହୋଇ ୬ ଟି ଚୌକା ମାରିଥିଲେ । ଏହି ସମୟରେ ପାଟ କମିନ୍ସ ଅଷ୍ଟ୍ରେଲିଆ ପାଇଁ ୩ ୱିିକେଟ୍ ନେଇଥିଲେ । ଆଦାମ ଜାଂପା ୨ଟି ୱିିକେଟ୍ ନେଇଥିଲେ ।

ଆଫଗାନିସ୍ତାନ ଆଗରେ ଅଷ୍ଟ୍ରେଲିଆ ଆଣ୍ଠେୁଇଲା

ଆଫଗାନିସ୍ତାନ ବିପକ୍ଷରେ ପଡ଼ିଆକୁ ଆସିଥିବା ଭେଟେରାନରେ ପରିପୂର୍ଣ୍ଣ କଙ୍ଗାରୁ ଦଳ ଆତ୍ମସମପର୍ଣ କରିଛି । ଅଷ୍ଟ୍ରେଲିଆ ଦଳ ସଂର୍ପୂର୍ଣ୍ଣ ୨୦ ଓଭର ଖେଳି ପାରିଲା ନାହିଁ । ୧୯.୨ ଓଭରରେ ୧୨୭ ରନ୍ ସ୍କୋର କରିବା ପରେ ସେ ଆଉଟ୍ ହୋଇଥିଲେ । ଅଷ୍ଟ୍ରେଲିଆ ପାଇଁ ଗ୍ଲେନ୍ ମ୍ୟାକ୍ସୱେଲ ୪୧ ବଲ ସମ୍ମୁଖରେ ୫୯ ରନ ସ୍କୋର କରିଥିଲେ । ସେ ୬ ଟି ଚୌକା ଓ ୩ ଛକା ମାରିଥିଲେ । ୧୨ ରନ୍ ସ୍କୋର କରିବା ପରେ କ୍ୟାପଟେନ ମିଚେଲ ମାର୍ଶ ଆଉଟ୍ ହୋଇଥିଲେ । ୧୧ ରନ୍ ସ୍କୋର କରିବା ପରେ ମାର୍କସ୍ ଷ୍ଟୋନିସ୍ ଆଉଟ୍ ହୋଇଥିଲେ । ଓପନ ର୍ଟ୍ରାଭିସ୍ ହେଡ୍ ମଧ୍ୟ ଖାତା ଖୋଲିପାରିଲା ନାହିଁ । ଷ୍ଟୋନିସ୍ ୧୧ ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ । ମାଥ୍ୟୁ ୱେଡ ୫ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ ।

ଆଫଗାନିସ୍ତାନର ବୋଲରଙ୍କ ଦ୍ୱାରା ଦୃଢ ପ୍ରଦର୍ଶନ –

ଆଫଗାନିସ୍ତାନର ବୋଲରମାନେ ଅଷ୍ଟ୍ରେଲିଆକୁ ଧରାଶାୟୀ କରି ଦେଇଥିଲେ । ଗୁଲାବର୍ଦ୍ଦିିନ ନାଏବ ୪ ଓଭରରେ ମାତ୍ର ୨୦ ରନ୍ ଦେଇ ୪ ୱିିକେଟ୍ ନେଇଥିଲେ । ୪ ଓଭରରେ ୨୦ ରନ୍ ପାଇଁ ନବୀନ-ଉଲ୍‌-ହକ୍ ୩ ୱିିକେଟ୍ ନେଇଥିଲେ । ମହମ୍ମଦ ନବୀ ୧ ଓଭରରେ ମାତ୍ର ୧ ରନ୍ କରି ୧ ୱିକେଟ୍ ନେଇଥିଲେ । କ୍ୟାପଟେନ ରସିଦ ଖାନ ମଧ୍ୟ ଏକ ସଫଳତା ପାଇଛନ୍ତି । ଓମାରଜାଇ ମଧ୍ୟ ଗୋଟିଏ ଓ୍‌ିକେଟ୍ ନେଇଥିଲେ ।

ଅଷ୍ଟ୍ରେଲିୟ ଦଳ ୭ ଥର ବିଶ୍ୱ ଚାଂପିଅନ୍ ହୋଇଛି । କିନ୍ତୁ ସେ ଆଫଗାନିସ୍ତାନ ସାମ୍ନାରେ ଧରାଶାୟୀ ହୋଇଗଲା । ୨୦୨୧ ରେ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ ଟାଇଟଲ ଜିତିଥିଲା । ସେ ୬ ଥର ଦିନିକିଆ ବିଶ୍ୱକପ ଟାଇଟଲ ଜିତିଛନ୍ତି । ୧୯୮୭, ୧୯୯୯, ୨୦୦୩, ୨୦୦୭, ୨୦୧୫ ଏବଂ ୨୦୨୩ ରେ ଅଷ୍ଟ୍ରେଲିଆ ଦିନିକିଆ ବିଶ୍ୱକପ ଟାଇଟଲ ଜିତିଥିଲା ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy