ଅରୁଣ ଷଡ଼ଙ୍ଗୀ ପୋଲିସ ମହାନିର୍ଦ୍ଦେଶକ !

0 561

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଅରୁଣ ଷଡ଼ଙ୍ଗୀଙ୍କୁ ପୋଲିସ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ୧୯୯୦ ବ୍ୟାଚ୍‌ର ଆଇପିଏସ୍ ଅଫିସର୍ ଅରୁଣ ଷଡ଼ଙ୍ଗୀଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି । ବିଜୁ ପଟ୍ଟନାୟକ ପୋଲିସ ଏକାଡେମିର ନିର୍ଦ୍ଦେଶକ ଅଛନ୍ତି ଅରୁଣ ଷଡ଼ଙ୍ଗୀ । ବର୍ତ୍ତମାନର ଡିଜି ସୁନୀଲ ବଂଶଲ ଆସନ୍ତାକାଲି ଡିସେମ୍ବର ୩୧ ତାରିଖରେ ଚାକିରିରୁ ଅବସର ଗ୍ରହଣ କରିବେ ।

ସୂଚନାଯୋଗ୍ୟ, ପୁଲିସ ଡିଜି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରି ନଥିବାରୁ ରାଜ୍ୟ ସରକାର ଭାରପ୍ରାପ୍ତ ପୁଲିସ ଡିଜି ନିଯୁକ୍ତି କରିବାକୁ ବାଧ୍ୟ ହୋଇଛନ୍ତି । ବରିଷ୍ଠତା ଭିତ୍ତିରେ ୟୁପିଏସସି ଯେଉଁ ତିନି ଜଣଙ୍କ ନାମ ସୁପାରିଶ କରିବା କଥା ତାହା ଏ ଯାଏଁ ଆସିପାରି ନାହିଁ । ରାଜ୍ୟ ସରକାର ପଠାଇଥିବା ତାଲିକାରେ ଅରୁଣ ଷଡ଼ଙ୍ଗୀଙ୍କ ନାଁ ମଧ୍ୟ ରହିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy