କ୍ୟାବିନେଟ୍ ବୈଠକ: ୧୩ଟି ପ୍ରସ୍ତାବରେ ଲାଗିଲା ମୋହର

0 627

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ବୈଠକରେ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଛି । ଏହି କ୍ରମରେ ୩୬୫ ଜୁନିୟର ଇଞ୍ଜିନିୟର ପଦବୀ ବୃଦ୍ଧି କରାଯିବ । ସେହିଭଳି ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ୍ ଇଣ୍ଡିଆକୁ ଜମି ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟର ଗମନା ଗମନକୁ ଆହୁରି ସୁଗମ କରିବାକୁ ରାଜ୍ୟ ସରକାର ପୁଣି ୨୦୦ଟି ଇଲେକ୍ଟିକ୍ ବସ ଚଳାଇବା ନେଇ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି ।

ଏହି ବସ୍ ଗୁଡିକ ଭୁବନେଶ୍ୱର ସମେତ ଅନ୍ୟ କିଛି ଜିଲ୍ଲାରେ ଗଡିବ । ସେହିଭଳି ଓଡିଶା ସିଭିଲ ସର୍ଭିସ୍ ପରୀକ୍ଷା ପାଇଁ ବୟସ ସୀମା ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ବୟସ ସୀମା ୩୨ ରୁ ୩୮କୁ ବୃଦ୍ଧି କରାଯ।ଇଛି ।

ଅନ୍ୟପଟେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଜନସାଧାରଣଙ୍କ ନିକଟରେ ପହଂଚାଇବାକୁ ସରକାର ନୂଆ ଯୋଜନା କରିଛନ୍ତି । ଏହି କ୍ରମରେ ଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର ଓ ସୁରକ୍ଷାରେ ସାଧାରଣ ଲୋକଙ୍କୁ ସାମିଲ କରାଯିବ । ଏନେଇ ପ୍ରତି ପଞ୍ଚାୟତରୁ ଲୋକ ପୁରୀ ଆସିବାର ବ୍ୟବସ୍ଥା କରିବେ ରାଜ୍ୟ ସରକାର । ଏଥିପାଇଁ ପ୍ରଥମେ ପ୍ରତି ପଞ୍ଚାୟତରେ ଏଲଇଡି ଟିଭି ଲଗାଯାଇ ୧୭ ତାରିଖରେ ହେବାକୁ ଥିବା ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ସିଧା ପ୍ରସାରଣ କରାଯିବ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy