ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲାଯିବା ନିଷ୍ପତ୍ତି ନିଆଯିବ : ଆଇନ୍‌ ମନ୍ତ୍ରୀ

0 184

ପୁରୀ/ଭୁବନେଶ୍ୱର, (ରିପୋଟର୍ସ ପେନ୍‌):: ରତ୍ନଭଣ୍ଡାର ଖୋଲାଯିବା ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ହାତୀ ବେଶ ଦର୍ଶନ ପରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ରତ୍ନଭଣ୍ଡାର ଗଣତି ଦିନେ କି ଦୁଇ ଦିନର କାମ ନୁହେଁ ପୂର୍ବରୁ ୭୦ ଦିନ ଲାଗିଥିଲା ତେଣୁ ଏଥର ଲମ୍ବା ସମୟ ଲାଗିବ ବୋଲି ମନ୍ତ୍ରୀ କହିଛନ୍ତି । ପ୍ରାରମ୍ଭିକ ଆଲୋଚନା ସରିଛି ତେବେ ଖୋଲିବା ତାରିଖ ଶୀଘ୍ର ଜଣାଇବୁ ବୋଲି ମନ୍ତ୍ରୀ କହିଥିଲେ ।

ସୂଚନାଯୋଗ୍ୟ, ଆଜି ମହାପ୍ରଭୁଙ୍କ ସ୍ନାନଯାତ୍ରା ଏବଂ ଗଜାନନ ବେଶ ଦର୍ଶ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ମହାପ୍ରଭୁଙ୍କ ଅପୂର୍ବ ବେଶ ଦେଖି ଭାବବିହ୍ୟୁଳ ହୋଇପଡିଥିଲେ ଶ୍ରଦ୍ଧାଳୁ । ପବିତ୍ର ଦେବସ୍ନାନ ପୂର୍ଣ୍ଣୀମା ଅବସରରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ବର୍ତ୍ତମାନ ହାତୀବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଲକ୍ଷ ଲକ୍ଷ ଭକ୍ତ ଆଜି ଶ୍ରୀକ୍ଷେତ୍ରରେ ପ୍ରଭୁଙ୍କ ଗଜାନନ ବେଶକୁ ଦର୍ଶନ କରୁଛନ୍ତି ।

ଆଜି ସ୍ନାନ ଯାତ୍ରା ଅବସରରେ ଶ୍ରୀକ୍ଷେତ୍ରରେ ଝିପି ଝିପି ବର୍ଷା ପରିବେଶକୁ ଆହୁରି ଭକ୍ତିମୟ କରିଦେଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ରାଜ୍ୟବାସୀଙ୍କ ପାଇଁ ପ୍ରାର୍ଥନା କରିଛନ୍ତି । 

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy