ରାଉରକେଲା ଇସ୍ପାତ କାରଖାନାରେ ଫର୍ଣ୍ଣେସ ଲିକ,  ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

0 84

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜି ରାଉରକେଲା ଇସ୍ପାତ କାରଖାନାରେ ଫର୍ଣ୍ଣେସ ଲିକ ହେବା କାରଣରୁ ୯ ଜଣ ଗୁରୁତର ହୋଇ ପଡ଼ିଛନ୍ତି। ଏହି ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେପଟେ ଏହି ଘଟଣାକୁ ଗୁରୁତର ଭାବେ ନେବା ସହ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ଖୁଣ୍ଟିଆ ବିଭାଗୀୟ ସଚିବଙ୍କୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ଭୁଲ ଓ ଅବହେଳା ହୋଇଥିଲେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । 

ଏଠାରେ କହି ରଖୁକି ରାଉରକେଲା ଇସ୍ପାତ କାରଖାନାର ୫ ନମ୍ବର ବ୍ଲାଷ୍ଟ ଫର୍ଣ୍ଣେସରେ ଆଜି ପୂର୍ବାହ୍ଣ ୧୦.୧୫ ମିନିଟରେ ଗ୍ୟାସ ଲିକ ହୋଇଥିଲା। ଏଥିରେ ୯ ଜଣ ଶ୍ରମିକ ଆହତ ହୋଇଥିଲେ। ଏହି ଆହତଙ୍କ ମଧ୍ୟରେ ୩ ଜଣ ନିୟମିତ ଓ ୬ ଜଣ ଠିକା ଶ୍ରମିକ ରହିଛନ୍ତି। ଡେପୁଟି ଡାଇରେକ୍ଟର ଓ ଆସିଷ୍ଟାଣ୍ଟ ଡାଇରେକ୍ଟର ଅଫ ଫାକ୍ଟ୍ରିଜ ଓ ବଏଲରସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତଙ୍କୁ ଉଦ୍ଧାର କରିବା ସହିତ ଷ୍ଟିଲ ପ୍ଲାଣ୍ଟର ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିଲା। 

ସେଠାରେ ଜଣଙ୍କୁ ଅକ୍ସିଜେନ ଦେବା ପରେ ଛାଡ଼ି ଦିଆଯାଇଥିଲା। ଅନ୍ୟ ୮ ଜଣଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ୭ ଜଣ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ବିପଦମୁକ୍ତ ରହିଥିବା ଜଣାପଡ଼ିଛି। ତେବେ ସେମାନେ ଏବେ ଆଇସିୟୁରେ ରହିଥିବା ବେଳେ ସେମାନଙ୍କୁ ଅକ୍ସିଜେନ ଦିଆଯାଇଛି। ଡେପୁଟି ଡାଇରେକ୍ଟର ଅଫ ଫାକ୍ଟ୍ରିଜ ଓ ବଏଲରସ ବିଭୁ ପ୍ରସାଦ ଜଣାଇଛନ୍ତି ଯେ ଅନ୍ୟ ଜଣେ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ଡାଇରେକ୍ଟର ଅଫ ଫାକଟ୍ରିଜ ଓ ବଏଲରସ ଅନୁସନ୍ଧାନ କରି ଶ୍ରମ ବିଭାଗର ପ୍ରମୁଖ ସଚିବଙ୍କୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। 

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy