ମୌସୁମୀର ଆଗମନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ: ସିଇସି

0 264

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଜୁନ୍ ୧୦ ପର୍ଯ୍ୟନ୍ତ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀର ଆଗମନ ନେଇ କୌଣସି ସମ୍ଭାବନା ନଥିବା ବେଳେ ରାଜ୍ୟର ଆଭ୍ୟନ୍ତରୀଣ ଓ ପଶ୍ଚିମ ଅଂଚଳର ଜିଲ୍ଲାଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି ।

ଦେଶର ଉତର ପଶ୍ଚିମ ଭାଗରୁ ଉତପ୍ତ ବାୟୁ ପ୍ରବାହ ଆହୁରି ଗୋଟିଏ ସପ୍ତାହ କିମ୍ବା ତା’ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଜାରି ରହିବାର ସୂଚନା ରହିଥିବା ବେଳେ ଓଡ଼ିଶା ଓ ଏହାର ନିକଟବର୍ତୀ ଅଂଚଳରେ ଜୁନ ୧୦ ପୂର୍ବରୁ ମୌସୁମୀର ଆଗମନ ହେବ ନାହଁ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ।

ତେବେ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଂଚଳରେ ଆଗାମୀ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ କାଳବୈଶାଖୀ ସୃଷ୍ଟି ହେବାର ସମ୍ଭାବନା ରହିଥିବା ସେ କହିଛନ୍ତି ।

ମୌସୁମୀ କେରଳ, ଆଣ୍ଡାମାନ୍ ଓ ନିକୋବର ଦ୍ୱୀପପୁଞ୍ଜ ତଥା ଉତର ପୂର୍ବ ରାଜ୍ୟଗୁଡ଼ିକୁ ଛୁଇଁଥିବା ବେଳେ ଏହାର ପ୍ରଭାବରେ ଓଡ଼ିଶାର ବାୟୁମଣ୍ଡଳରେ ଜଳୀୟ ବାଷ୍ପ ସୃଷ୍ଟି ହେବ । ମାତ୍ର ଦୁଇ ବା ତିନି ଦିନ ମଧ୍ୟରେ କାଳବୈଶାଖୀ ଯୋଗୁଁ ଆସ୍ୱସ୍ତିକର ଲାଘବ ହୋଇପାରେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy