ଆସୁଛନ୍ତି ମହାମହିମ ରାଷ୍ଟ୍ରପତି, ପ୍ରସ୍ତୁତି ଜୋରଦାର

0 122

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆସନ୍ତାକାଲି ମହାମହିମ ରାଷ୍ଟ୍ରପତି ଦ୍‌ରୌପଦୀ ମୁର୍ମୁ ଓଡିଶା ଗସ୍ତରେ ଆସୁଛନ୍ତି । ତିନିଦିନିଆ ଓଡିଶା ଗସ୍ତ ପୂର୍ବରୁ ଆଜି କାରକେଡ୍ ରିହରସେଲ କରାଯାଇଛି । ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଜଭବନରେ ରାତ୍ରି ଯାପନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ତେବେ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଦ୍ରୌପଦୀ ମୁର୍ମୁ କଟକ ଆସୁଛନ୍ତି । ଦିନ ତମାମ କଟକରେ ରହି ରାଷ୍ଟ୍ରପତି ୭ଟି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ପ୍ରଥମେ ଦେବୀ କଟକଚଣ୍ଡୀଙ୍କ ଦର୍ଶନ କରିବା ପରେ ଶୈଳବାଳା ମହାବିଦ୍ୟାଳୟ ପରିସରରେ ଥିବା ମଧୁ ସଂଗ୍ରହାଳୟ ପରିଦର୍ଶନ କରିବେ । ପରେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟକୁ ବୁଲିବାକୁ ଯିବେ । ଏହାପରେ କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଓଡିଶା ହାଇକୋର୍ଟର ୭୫ ତମ ପ୍ରତିଷ୍ଠା ସମାରୋହର ଉଦଯାପନୀ ଉତ୍ସବରେ ଯୋଗ ଦେବେ । ପରେ ନୂଆକରି ପ୍ରତିଷ୍ଠା ହୋଇ ଥିବା ନ୍ୟାୟିକ ମ୍ୟୁଜିୟମ ପରିଦର୍ଶନ କରିବେ ।

ଏହା ପରେ ରାଷ୍ଟ୍ରପତି କଟକ ଏସସିବିର ବାର୍ଷିକ ଉତ୍ସବରେ ଯୋଗ ଦେବେ । ଏସସିବି ପରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ । ୨୭ ତାରିଖରେ ଭୁବନେଶ୍ୱର ତମାଣ୍ଡୋ ଦାସବାଟିଆରେ ପ୍ରଜାପିତା ବ୍ରହ୍ମ କୁମାରୀର ଡିଭାଇନ ଲାଇଟ ହାଉସର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ବାଲିଆପଡ଼ାରେ ଆୟୋଜିତ ଏକ ସଭାରେ ଯୋଗ ଦେବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି । ବ୍ଲୁ ବୁକ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କମିଶନରେଟ ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣା କରାଯାଇଛି । ଏଥି ସହିତ ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

ଆଜି କମିଶନରେଟ ପୋଲିସ ପକ୍ଷରୁ ମଗଡ୍ରିଲ କରାଯାଇଛି । ବିମାନବନ୍ଦରୁ ରାଜଭବନ ପର୍ଯ୍ୟନ୍ତ ଓ କଟକର ବିଭିନ୍ନ ସ୍ଥାନରେ କାରକେଡ ରିହଲରିଅଲ କରଯାଇଥିଲା । ପୋଲିସ ଡିଜିଙ୍କ ଠାରୁ ଆରମ୍ଭ କରି କମିଶନର ଓ ଡିସିପିଙ୍କ ସମେତ କାରକେଡରେ ମୋଟ ୨୭ଟି ଗାଡି ନିୟୋଜିତ ହୋଇଥିଲା ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy