ଛୁଟିରେ ଗଲେ ସୁଜାତା ପାଣ୍ଡିଆନ୍‌

0 764

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଏଏସ୍ ଅଫିସର ତଥା ଭିକେ ପାଣ୍ଡିଆନ୍‌ଙ୍କ ପତ୍ନୀ ସୁଜାତା କାର୍ତ୍ତୀକେୟନ ଲମ୍ବା ଛୁଟିରେ ଗଲେ । ଝିଅର ଦଶମ ପରୀକ୍ଷା ପ୍ରସ୍ତୁିତି ଲାଗି ୬ମାସ ପାଇଁ ଛୁଟିରେ ଯାଇଥିବା ଜଣାପଡିଛି । ଆସନ୍ତା ନଭେମ୍ବର ୨୬ ଯାଏଁ ସେ ଛୁଟିରେ ଯାଇଥିବା ଜଣାପଡିଛି ।

ଉଲ୍ଲେଖଥାଉ କି, ନିର୍ବାଚନ ସମୟରେ ବିଜେପି ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲା । ପରେ ତାଙ୍କୁ ମିଶନ ଶକ୍ତି ବିଭାଗରୁ ତୁରନ୍ତ ବଦଳି କରାଯାଇଥିଲା । ଏବେ ସରକାର ବଦଳିବା ପରେ ସେ ହଠାତ ଛୁଟିରେ ଯିବା ଭିନ୍ନ ସଙ୍କେତ ଦେଉଛି । ଗତକାଲି ସ୍ୱାମୀ ପାଣ୍ଡିଆନ ଦିଲ୍ଲୀ ପଳାଇଛନ୍ତି । ପାଣ୍ଡିଆନଙ୍କ ପରେ ସୁଜାତା ଛୁଟିରେ ଯିବା, ଚର୍ଚ୍ଚାର ଖୋରାକ ଯୋଗାଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy