୩୦ରୁ ରାଜ୍ୟରେ ବିସ୍ତୃତି ବର୍ଷା ସମ୍ଭାବନା, ଆଜି ଏହି ସବୁ ଜିଲ୍ଲାରେ ବର୍ଷା

0 254

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): : ମୌମୁମୀର ଆଗମନ ପରେ କମିଛି ଗରମ । ଗରମ କମିଥିଲେ ବି ରାଜ୍ୟରେ ଜାରି ରହିଛି ଗୁଳୁଗୁଳି । ଗୁଳିଗୁଳି ଫଳରେ ଅସ୍ତବ୍ୟସ୍ତ ହୋଇପଡୁଛି ଜନ ଜୀବନ । କିନ୍ତୁ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବର୍ଷା ନୁହେଁ ମାଲକାନଗିରି ଭଳି ଅଞ୍ଚଳରେ ମଧ୍ୟ କ୍ର଼ତିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ପାଣିପାଗ ବିଭାଗର ରିପୋର୍ଟ ବା ସୂଚନା ଅନୁଯାୟୀ ତାଜା ସୂଚନା ଅନୁଯାୟୀ, ଦକ୍ଷିଣ ଓଡ଼ିଶା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଓ ପାଖାପାଖି ଅଞ୍ଚଳରେ ରହିଥିବା ଲଘୁଚାପ ବଳୟ ଦୁର୍ବଳ ହୋଇ ଲଘୁଚାପର ରୂପ ନେଇଛି। ଏହା ସମୁଦ୍ରପତ୍ତନ ଠାରୁ ବାୟୁମଣ୍ଡଳର ୧.୫କିମି ଉଚ୍ଚତା ଯାଏଁ ବ୍ୟାପିଛି। 

ସକ୍ରିୟ ମୌସୁମୀ ସହ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଏପରିକି ଆଗକୁ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏନେଇ ଆସନ୍ତା ୫ ଦିନ ଆହୁରୀ ବର୍ଷିବ । ଆଇଏମଡି ପକ୍ଷରୁ ଏନେଇ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ତେବେ, ସେହି ଜିଲ୍ଲା ଗୁଡିକ ହେଲା  ମୟୂରଭଞ୍ଜ, କେନ୍ଦୁଝର, ବଲାଙ୍ଗିର, ସମ୍ବଲପୁର,ନୂଆପଡା ଓ ବରଗଡ । ଏହି ସବୁ ଜିଲ୍ଲାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ କହିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏବଂ ମାଲକାନଗିରି ଭଳି ଜିଲ୍ଲାରେ ଭୂସ୍ମଳନର ଆଶଙ୍କା ରହିଛି। 

ଚଳିତ ମୌସୁମୀ ଋତୁରେ, ୧ ଜୁନ ରୁ  ୨୭ଜୁଲାଇ ମଧ୍ୟରେ ରାଜ୍ୟରେ ୪୪୦.୯ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୫୦୧.୬ ମିମି ତୁଳନାରେ ୧୨ ପ୍ରତିଶତ କମ ରହିଛି । ସେହିପରି, ଏହି ସମୟ ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୭୯୦.୩ ମିମି ବର୍ଷା ରେକର୍ଡ ହୋଇଛି।  ଯାହା ସ୍ୱଭାବିକ ବର୍ଷା  ତୁଳନାରେ ୪୭% ଅଧିକ ରହିଛି । ସେହିପରି,ପୁରୀ ଜିଲ୍ଲାରେ ସର୍ବନିମ୍ନ  ୨୭୬.୧ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ତୁଳନାରେ  ୩୧ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ବିସ୍ତୃତି ବର୍ଷା ସହ ୧୫.୧ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱଭାବିକ ବର୍ଷା  ୧୨.୬ ମିମି ତୁଳନାରେ ୨୦ ପ୍ରତିଶତ ଅଧିକ ରହିଛି। ତେବେ,ସର୍ବାଧିକ ବର୍ଷା କଳାହାଣ୍ଡି ଜିଲ୍ଲାର ଜଇପାଟଣା ଠାରେ ୧୦୬ ମିମି ରେକର୍ଡ କରାଯାଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy