ଆରଏସଏସ୍ 360° ଓଡ଼ିଆ ଅନୁବାଦିତ ପୁସ୍ତକ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

0 215

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ମୁଁ ଆଜି ଯାହା ହୋଇଛି ସଂଘର ବିଚାର ପ୍ରବାହ କାରଣରୁ ସମ୍ଭବ ହୋଇଛି । ଓଡ଼ିଆ ରାଷ୍ଟ୍ରବାଦରେ ହିଁ ସଂଘର ବିଚାରଧାରା ପ୍ରତିଫଳିତ ବୋଲି ଆରଏସଏସ୍ 360° ପୁସ୍ତକର ଓଡ଼ିଆ ସଂସ୍କରଣକୁ ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭୁବନେଶ୍ୱରର ଜୟଦେବ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ପୁସ୍ତକର ମୂଳ ତଥା ପ୍ରସିଦ୍ଧ ଲେଖକ ଡ. ରତନ ଶାରଦା ଓ ଏହାକୁ ଓଡ଼ିଆରେ ଅନୁବାଦ କରିଥିବା ଲେଖିକା ନବଜ୍ୟୋତି ରାୟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ସାହିତ୍ୟ ପଢିଲେ ଲୋକମାନେ ପ୍ରଭାବିତ ହୁଅନ୍ତି । ସାହିତ୍ୟ ଲୋକଭାଷାରେ ହିଁ ହେବା ଦରକାର । ଏହି ପୃଷ୍ଠଭୂମିରେ ରାଷ୍ଟ୍ରନିର୍ମାଣ ପ୍ରତି ସଂଘର ଦୃଷ୍ଟିକୋଣ, ବିଚାରଧାରା ତଥା ଭାରତୀୟ ସଂସ୍କୃତି, ସମାଜ ଓ ସଭ୍ୟତାର ପ୍ରସାର ଆଦି ବିଷୟ ଗୁଡ଼ିକୁ ଅତି ସରଳ ଭାଷାରେ ଓଡ଼ିଆରେ ଉପଲବ୍ଧ କରଯାଇଛି । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସେବା ବିଚାର ଏବଂ ଆରଏସଏସ ପ୍ରତିଷ୍ଠାତା ହେଡଗଓ୍ବୋରଙ୍କ ତତ୍ତ୍ୱ ସମ୍ପୂର୍ଣ୍ଣ ଏକ୍ ଥିଲା ।

କାଶ୍ମୀରରୁ କନ୍ୟାକୁମାରୀ ଓ କଚ୍ଛରୁ କାମାକ୍ଷା ପର୍ଯ୍ୟନ୍ତ ସଂଘର ଅଂସଖ୍ୟ ସ୍ୱୟଂସେବକ ପ୍ରତିଦିନ ଗୋପବନ୍ଧୁଙ୍କୁ ସ୍ମରଣ କରନ୍ତି । ଆଜି 1936 ମସିହାରେ ରାଷ୍ଟ୍ରୀୟ ସ୍ୱୟଂ ସଂଘର ଆରମ୍ଭ ହୋଇଥିବା କାମ ଓଡ଼ିଶାରେ ଆରମ୍ଭ ହୋଇଛି । ଆଗାମୀ ଦିନରେ ଓଡ଼ିଶା ସ୍ୱତନ୍ତ୍ର ଭାଷାଭିତ୍ତିକ ରାଜ୍ୟ ଭାବେ ଏବଂ ସଂଘ ନିଜ ପ୍ରତିଷ୍ଠାର ଶତବାର୍ଷିକୀ ପାଳନ କରିବ । ଉନ୍ମୋଚିତ ପୁସ୍ତକଟି ନିଶ୍ଚିତ ଭାବେ ଆମ ଓଡ଼ିଶାର ଜନମାନସରେ ସଂଘକୁ ନିକଟରୁ ଜାଣିବା ଓ ବୁଝିବା ପାଇଁ ଉପଯୋଗୀ ହେବ । ‘ଆରଏସଏସ୍ 360°’ ପୁସ୍ତକ ଓଡ଼ିଆ ସମାଜ ସହ ସଂଘକୁ ଯୋଡିବାରେ ସହାୟକ ହେବ । ପ୍ରାରମ୍ଭିକ ସ୍ତରରେ ଓଡ଼ିଶାରେ ମଧୁସୂଦନ ରାଓଙ୍କ ଲିଖିତ ଛବିଳ ମଧୁ ବର୍ଣ୍ଣବୋଧ ଭଳି କାମ କରିବ ।

ଯେତେବେଳେ ଜନସଂଘ ପ୍ରତିଷ୍ଠା ହେଲା, ଓଡ଼ିଶାରୁ ପଣ୍ଡିତ ନୀଳକଣ୍ଠ ଦାସ ଜନସଂଘର ସଦସ୍ୟ ହୋଇଥିଲେ । ଅନେକ ମହାନ ପ୍ରଚାରକଙ୍କ ତ୍ୟାଗ ଓ ତପସ୍ୟା ଯୋଗୁଁ ଓଡ଼ିଶାରେ ସଂଘର ବିଚାରଧାରା ବ୍ୟାପକ ହେବା ଖୁସିର ବିଷୟ । ସଂଘର ବିଚାର ଭାରତକୁ ଶକ୍ତିଶାଳୀ ଓ ସମୃଦ୍ଧ କରିବା ପାଇଁ ପ୍ରତିବଦ୍ଧ । ଓଡ଼ିଶା ମଧ୍ୟ ଏଥିରେ ସହଯୋଗୀ ହେବ ।

ସାମାଜିକ ସମରସତା, ଖ୍ରୀଷ୍ଟ୍ରିଆନ ଧର୍ମରେ ଦୀକ୍ଷିତ ହୋଇ ମଧ୍ୟ ମଧୁବାବୁଙ୍କର ଓକିଲ ହୋଇ ଓଡ଼ିଆ ଅସ୍ମିତା ଓ ଜାତି ପାଇଁ ଲଢିବାର ଉଦାହରଣ ଦେଇ ଶ୍ରୀ ପ୍ରଧାନ କହିଥିଲେ ଯେ ଉପାସନା ପଦ୍ଧତି ଅଲଗା ହୋଇପାରେ କିନ୍ତୁ ଆମେ ସମସ୍ତେ ହିନ୍ଦୁ । ସଂଘ ସେବାର ନୂଆ ପରିଭାଷା ତିଆରି କରିଛି । ଆରଏସଏସ ପ୍ରଗତିଶୀଳ ଚିନ୍ତାଧାରାକୁ ପ୍ରତିନିଧିତ୍ୱ କରୁଛି । ସମାଜରେ ଭାଇଚାରାକୁ ଆଗକୁ ବଢାଇବାରେ ସଂଘର ଯୋଗଦାନ ଅତୁଳନୀୟ । ସଂଘର ବିଚାରରେ ଗାଁ, ପରିବେଶ ସୁରକ୍ଷା ଏବଂ ବିଶ୍ୱ କଲ୍ୟାଣର କଥା ଅଛି । ଆଜି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ନୂଆ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି । ମୋଦିଜୀ ଶିକ୍ଷା ନୀତିରେ ସବୁ ଭାରତୀୟ ଭାଷା ସହ ସଂଘର ବିଚାରଧାରାକୁ ନୀତିରେ ପରିବର୍ତ୍ତନ କରାଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy