ଆସନ୍ତାକାଲି ଠାରୁ ଲାଗୁ ହେବ ୩ ନୂଆ ଆଇନ୍‌

0 140

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆସନ୍ତାକାଲି ଠାରୁ ପୁରୁଣା ବ୍ରିିଟିସ ଆଇନ ଆଇପିସି, ସିଆରପିସି ଓ ଏଭିଡେନ୍ସ ଆକ୍ଟ ବଦଳରେ ୩ ନୂଆ ଆଇନ୍ ଲାଗୁ ହେବ । ଭାରତୀୟ ନ୍ୟାୟ ସଂହିତା (ବିଏନଏସ), ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏଏସ) ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ (ବିଏସଏ) । କେବଳ ନାଁ ନୁହେଁ, ଏହି ୩ ନୂଆ ଅପରାଧିକ ଆଇନରେ ବଦଳିଛି ଧାରା ଓ ଦଣ୍ଡବିଧାନ ବ୍ୟବସ୍ଥା ।

ନୂଆ ଆଇନ ଅନୁସାରେ ନାବାଳିକା ଦୁଷ୍କମର୍କାରୀକୁ ମୃତ୍ୟୁଦଣ୍ଡ ଓ ମହିଳା ଗଣଦୁଷ୍କର୍ମକାରୀଙ୍କୁ ଆଜୀବନ ସଜ୍ଜା ମିଳିପାରେ । ମବ୍ ଲିଂଚିଂ ବା ଭିଡ଼ ହିଂସା ମୃତ୍ୟୁ ମାମଲାରେ ଦୋଷୀଙ୍କୁ ୭ ବଷ ର୍ଜେଲରୁ ମୃତ୍ୟୁଦଣ୍ଡ ଯାଏଁ ପ୍ରାବଧାନ ରହିଛି । ଦେଶଦ୍ରୋହ ଆଇନରେ ବ୍ୟାପକ ପରିବର୍ତ୍‌ତନ ଆସିବା ସହ ଏହାର ସଂଜ୍ଞା ମଧ୍ୟ ବଦଳିବ । ଦେଶ ବିଭାଜନ, ସଶସ୍ତ୍ର ବିଦ୍ରୋହ, ବିଚ୍ଛିନ୍ନତାବାଦୀ କାମ, ଦେଶର ସାର୍ବଭୌମତ୍ୱ ଓ ଏକତାକୁ କ୍ଷୂର୍ଣ୍ଣ କରିବା ଭଳି ଅପରାଧ ପାଇଁ ଆଇନରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ ।

ନୂଆ ଆଇନରେ ଆତଙ୍କବାଦକୁ ପରିଭାଷିତ କରାଯାଇଛି । ଏହାକୁ ଦଣ୍ଡନୀୟ ଅପରାଧ ଶ୍ରେଣୀଭୁକ୍ତ କରାଯାଇଛି । କେହି ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କଲେ, ସାଧାରଣ ଜନତା କିମ୍ବା କୌଣସି ବର୍ଗକୁ ଆତଙ୍କିତ କଲେ, ଭାରତ ବା ଅନ୍ୟ କୌଣସି ଦେଶରେ ସାବର୍ଜନୀନ ବ୍ୟବସ୍ଥା ବିଗାଡ଼ିବା ଉଦେ୍‌ଦଶ୍ୟରେ କାର୍ଯ୍ୟ କଲେ ଏହାକୁ ଆତଙ୍କବାଦ ଶ୍ରେଣୀଭୁକ୍ତ କରାଯିବ । ଫେରା ଓର୍ ପଳାତକ ଅଭିଯୁକ୍ତ ବିରୋଧରେ ବି ଆରମ୍ଭ ହୋଇପାରିବ ମୋକଦ୍‌ଦମା । ଆଇନଗତ ବିକଳ୍ପ ଶେଷ ହେବାର ୩୦ ଦିନ ମଧ୍ୟରେ ରାଷ୍ଟ୍ରପତିଙ୍କୁ ରାଜକ୍ଷମା ପାଇଁ ଯାଚିକା ଦେବାକୁ ପଡ଼ିବ ବୋଲି ନୂଆ ଆଇନ୍‌ରେ ବ୍ୟବସ୍ଥା ରହିଛି ।

କେବଳ ଦଣ୍ଡବିଧାନ ବ୍ୟବସ୍ଥା ନୁହେଁ, ଆସନ୍ତାକାଲି ନୂଆ ଆଇନ ଲାଗୁ ହେବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିବାଠୁ ନେଇ କୋର୍ଟ ଚୂଡ଼ାନ୍ତ ରାୟ ଦେବା ପର୍ଯ୍ୟନ୍ତ, ପୂରା ବ୍ୟବସ୍ଥାରେ ଆମୂଳଚୂଳ ସଂସ୍କାର ଆସିବାକୁ ଯାଉଛି । ଏଣିକି ପୁଲିସ ସମସ୍ତଙ୍କୁ ଗିରଫ କରିବା ବେଳେ କିମ୍ବା କୋର୍ଟରେ ହାଜିରା ବେଳେ ହାତକଡ଼ି ଲଗାଇପାରିବ ନାହିଁ । ବିଏନଏସ ଧାରା ୪୩ (୩) ଅନୁସାରେ, କେବଳ ଅଭ୍ୟାସଗତ ଅପରାଧୀ, ପୂର୍ବରୁ ଫେର୍ରା ହୋଇଥିବା ଅଭିଯୁକ୍ତ, କିମ୍ବା ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତଙ୍କୁ ହାତକଡ଼ି ଲଗାଇପାରିବ । ଏଥିସହ ହତ୍ୟା, ଦୁଷ୍କର୍ମ, ଏସିଡ୍ ଆଟାକ, ମାନବଚାଲାଣ, ଡ୍ରଗ୍ସ ଓ ଶିଶୁଙ୍କୁ ଯୌନ ଶୋଷଣ ଆଦି ମାମଲାର ଅଭିଯୁକ୍ତଙ୍କୁ ହାତକଡ଼ି ପକାଇହେବ ।

ଜଣେ ଚାହିଁଲେ ଅନଲାଇନରେ କିମ୍ବା ଜିରୋ-ଏଫ୍‌ଆଇଆ ର୍ବ୍ୟବସ୍ଥା ଅନୁସାରେ ଦେଶର ଯେକୌଣସି ଥାନାରେ ଏତଲା ଦେଇପାରିବେ । ୧୫ ବର୍ଷରୁ କମ୍ ଶିଶୁ, ୬୦ ବର୍ଷରୁ ଅଧିକ ବୟସ୍କ, ଦିବ୍ୟାଙ୍ଗ ଓ ଗୁରୁତର ଅସୁସ୍ଥଙ୍କୁ ଥାନାକୁ ଯିବାକୁ ପଡ଼ିବ ନାହିଁ । ସେମାନେ ଘରେ ରହି ପୁଲିସ ସହାୟତା ପାଇପାରିବେ । ଜଣେ ଗିରଫ ହେବା ପରେ ତତ୍କାଳ ଯାହାକୁ ଚାହିଁବେ ଜଣଙ୍କୁ ନିଜ ସ୍ଥିତି ସଂର୍ପକରେ ସୂଚନା ଦେଇପାରିବେ । ୯୦ ଦିନ ଭିତରେ ପୁଲିସକୁ ଚାର୍ଜସିଟ୍ ଦାଖଲ କରିବାକୁ ପଡ଼ିବ ଏବଂ କୋର୍ଟ ଚାହିଁଲେ ଏହାକୁ ବଢ଼ାଇ ପାରିବେ । ର୍ଚାଜସିଟ୍ ଦାଖଲର ୬୦ ଦିନ ଭିତରେ ର୍ଚାଜଫ୍ରେମ୍ ହେବ । ଶୁଣାଣି ସରିବାର ୩୦ଦିନ ଭିତରେ କୋର୍ଟ ରାୟ ଶୁଣାଇବେ ଏବଂ ଆଉ ୭ ଦିନ ଭିତରେ ଦଣ୍ଡାଦେଶ ଦେବେ । ପୂରା ପ୍ରକ୍ରିୟା ସର୍ବାଧିକ ୩ ବର୍ଷ ଭିତରେ ସରିବ । ୩ ମାସ କିମ୍ବା ତାଠୁ କମ୍ ଜେଲ୍ ଦଣ୍ଡାଦେଶ ଏବଂ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନାକୁ ଚାଲେଞ୍ଜ କରି ଉପରକୋର୍ଟକୁ ଯାଇହେବ ନାହିଁ ।

୧୮୬୦ ମସିହାରେ ଆଇପିିସି, ୧୮୯୮ରେ ସିଆରପିସି ଓ ୧୮୭୨ରେ ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ ପ୍ରଚଳିତ ହୋଇଥିଲା । ବ୍ରିଟିଶ ଅମଳର ଏହି ଫୌଜଦାରୀ ଆଇନ ବଦଳରେ ୩ ନୂଆ ଆଇନ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହେବା ପରେ ଗତ ଡିସେମ୍ବରରେ ରାଷ୍ଟ୍ରପତିଙ୍କ ମୋହର ବାଜିଥିଲା ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy