ଓଡ଼ିଶା-ମୋ ପରିବାର ପକ୍ଷରୁ ବି.ଡ଼ି.ଏ କଲୋନୀରେ ଚକ୍ଷୁ ପରୀକ୍ଷା ଶିବିର

0 141

ଭୁବନେଶ୍ୱର,(ରିପୋଟର୍ସ ପେନ) : ଆଜି ଓଡ଼ିଶା-ମୋ ପରିବାର ଏବଂ ଏଲ୍.ଭି.ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍, ପଟିଆ, ଭୁବନେଶ୍ୱରର ମିଳିତ ଆନୁକୁଲ୍ୟରେ ଭୁବନେଶ୍ୱର ଅନ୍ତର୍ଗତ ବି.ଡ଼ି.ଏ କଲୋନୀ, କମ୍ୟୁନିଟି ହଲ୍ ରେ ଏକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଛି । ସକାଳ ୮ଟା ରୁ ଆରମ୍ଭ ହୋଇ ଏହି ଶିବିରରେ ଚକ୍ଷୁ ବିଭାଗର ଡାକ୍ତରମାନେ ପ୍ରାୟ ୮୦ଜଣଙ୍କର ଚକ୍ଷୁ ପରୀକ୍ଷା କରିଥିଲେ ।

ଏହି ଶିବିରରେ ମୋତିଆବିନ୍ଦୁ, କଳା ମୋତିଆବିନ୍ଦୁ, ଗ୍ଲୁକୋମା, ଦୃଷ୍ଟି ଦୋଷ ଯଥା- ସମିପ, ଦୂର ଏବଂ ବକ୍ର ଦୃଷ୍ଟି ଦୋଷ ନିରୂପଣ କରାଯାଇ ସେମାନଙ୍କ ଚଷମାର ନମ୍ବର ଆଦି ପରୀକ୍ଷା କରାଯାଇଥିଲା । ପରୀକ୍ଷା ପରେ ବିଶେଷକରି ମୋତିଆବିନ୍ଦୁ, କଳା ମୋତିଆବିନ୍ଦୁ ଚିହ୍ନଟ ରୋଗୀମାନଙ୍କୁ ଏଲ୍.ଭି.ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ରେ ସଂପୂର୍ଣ୍ଣ ମାଗଣାରେ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦିଆଯାଇଛି । ଏହାଛଡ଼ା ଯେଉଁମାନଙ୍କ ଚଷମା ଏବଂ ଆଇ ଡ୍ରପ୍ ଆବଶ୍ୟକତା ଅଛି ସେମାନଙ୍କୁ ଚଷମା ଏବଂ ଆଇ ଡ୍ରପ୍ ବଣ୍ଟନ କରାଯିବ ବୋଲି ଓଡ଼ିଶା-ମୋ ପରିବାର ଆବାହକ ସୂଚନା ପ୍ରଦାନ କରିଛନ୍ତି ।

ଓଡ଼ିଶା-ମୋ ପରିବାର ପକ୍ଷରୁ ଶିବିରରେ ଉପସ୍ଥିତ ଥିବା ଦୁଇଜଣ ଅସହାୟ ଭିନ୍ନକ୍ଷମ ବ୍ୟକ୍ତି, ଜଣଙ୍କୁ ହ୍ଵିଲ ଚେୟାର ପ୍ରଦାନ କରାଯିବା ସହିତ ଅନ୍ୟ ଜଣଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା । ହିତାଧିକାରୀ ଖୁସିରେ ବିଭୋର ହେବା ସହିତ ସ୍ଥାନୀୟ ବାସିନ୍ଦା ଏହି କାର୍ଯ୍ୟକୁ ଭୂରି ଭୂରି ପ୍ରଶଂସା କରିଥିଲେ । ଏହି ସମୟରେ ଓଡ଼ିଶା-ମୋ ପରିବାର ଆବାହକଙ୍କ ସମେତ ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ଇତିଶ୍ରୀ ପ୍ରଧାନ, ଓଡ଼ିଶା-ମୋ ପରିବାର ସମ୍ପାଦକ ଶ୍ରୀ ଦୁର୍ଗା ସାମନ୍ତରାୟ ଓ ସମ୍ପାଦିକା ମୀରା ପରିଡ଼ା, ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ଏବଂ ଅନ୍ୟାନ୍ୟ ସ୍ଵେଚ୍ଛାସେବୀମାନେ ଉପସ୍ଥିତ ଥିଲେ । ଆମ୍ବିସନ ୟୁଥ୍ କ୍ଲବର ସଦସ୍ୟମାନେ ସମଗ୍ର ପ୍ରକ୍ରିୟାରେ ସହଯୋଗ କରିଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy