ରଘୁନାଥ ନଗର ଉନ୍ନୟନ କ୍ଲବ ପକ୍ଷରୁ ରଜ ମହୋତ୍ସବ

0 290

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରଘୁନାଥ ନଗର ଉନ୍ନୟନ କ୍ଲବ, ଶିଶୁପାଳଗଡ ପକ୍ଷରୁ ରଘୁନାଥନଗର ଠାରେ ରଜ ମହୋସ୍‌ôବ ପାଳିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଦୁଃଶାସନ ଜେନା ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଶହେରୁ ଉର୍ଦ୍ଧ ପିଲାମାନଙ୍କ ମଧ୍ୟରେ ସଂଗୀତ, ନୃତ୍ୟ, କୁଇଜ, ଡ୍ରଇଂ,ପୁଚି ପ୍ରତିଯୋଗିତା ଇତ୍ୟାଦି କରାଯାଇଥିଲା ।

ମହିଳା ଓ କୁନିକୁନି ପିଲାମାନେ ରଜ ଦୋଳି, ରଜ ପାନ, ରଜ ପିଠା ଖାଇ ଆନନ୍ଦ ଉଲ୍ଲାସରେ ରଜ ମହୋତ୍ସବକୁ ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ୫୦୦ରୁ ଉର୍ଦ୍ଧ ମହିଳାପୁରୁଷମାନେ ଉପସ୍ଥିତ ରହି ରଜଗୀତ ଗାଇ ହସ ଖୁସିରେ ରଜ ମହୋତ୍ସବକୁ ପାଳନ କରିଥିଲେ । ରଘୁନାଥ ନଗରର ଉନ୍ନତି ହେବା ସଙ୍ଗେ ସଙ୍ଗେ ମହିଳାମାନଙ୍କର ବିକାଶ, ସମସ୍ୟା କିପରି ପୁରଣ ହୋଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ କ୍ଲବର ସଭାପତି କ୍ୟାପଟେନ ସୁନାକର ମହାପାତ୍ର, ସଂପାଦକ ଡକ୍ଟର କ୍ଷେତ୍ରମୋହନ ମିଶ୍ର ସହିତ ସମସ୍ତ କର୍ମକର୍ତ୍ତାମାନେ ପରିଚାଳନାରେ ସହେଯାଗ କରିଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy