ପ୍ରିୟଦର୍ଶୀଙ୍କ ରୋଡ ସୋ’, ବିରୋଧୀଙ୍କ ନିଦ ହଜାଇଲା

0 1,163

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱର ଉତ୍ତର ବିଧାନସଭା ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ପ୍ରଚାରକୁ ଜୋରଦାର କରିଛନ୍ତି । ଆଜି (ବୁଧବାର) ୧୦ ନମ୍ବର ୱାର୍ଡରେ ରୋଡ ସୋ’ ସହ ବିଶାଳ ଶୋଭାଯାତ୍ରା କରାଯାଇଥିଲା । ପ୍ରିୟଦର୍ଶୀଙ୍କ ରୋଡ ସୋ’ ବିରୋଧୀଙ୍କ ନିଦ ହଜାଇ ଦେଇଛି ।

ବିଧାୟକ ନଥାଇ ମଧ୍ୟ ନିରବଚ୍ଛିନ୍ନ ଭାବେ ଲୋକଙ୍କ ସହ ଥିବା ପ୍ରିୟଦର୍ଶୀ ମିଶ୍ରଙ୍କୁ ବିଜେଡି ଧୋକା ଦେଲା । ୨୦୧୯ ଟିକେଟରୁ ବଞ୍ଚିତ କରିଥିବା ବେଳେ ଚଳିତ ଥର ମଧ୍ୟ ଦଳୀୟ ପ୍ରାର୍ଥୀ କରିବାକୁ ମନା କରିଥିଲା । ପରେ ଲୋକଙ୍କ ସେବା କରିବା ମନୋବୃତ୍ତି ରଖିଥିବା ଶ୍ରୀ ମିଶ୍ର ବିଜେପିରେ ଯୋଗ ଦେଇଥିଲେ । କୌଣସି ପଦପଦବୀରେ ନଥାଇ ମଧ୍ୟ ଶ୍ରୀ ମିଶ୍ର ଦୀର୍ଘ ୫ବର୍ଷ ଧରି ଲୋକଙ୍କ ସୁଖଦୁଃଖରେ ସାମିଲ ରହିଛନ୍ତି । ତେଣୁ ବସ୍ତିବାସିନ୍ଦା ଠାରୁ ଆରମ୍ଭ କରି ସାଧାରଣ ଲୋକେ ତାଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଉଛନ୍ତି ।

ସେ ଆଜି ପ୍ରଚାର ପାଇଁ ୧୦ ନମ୍ବର ୱାର୍ଡକୁ ଆସିଥିବା ବେଳେ ସେଠାରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପରେ ମଣ୍ଡଳ ସଭାପତି ବିଜୟ ରାଉତଙ୍କ ନେତୃତ୍ୱରେ ଭୋଟପଡା ଓ ତାରିଣୀ ବସ୍ତୀ ଅଞ୍ଚଳରେ ଏକ ରୋଡ ସୋ’ ଆୟୋଜିତ ହୋଇଥିଲା । ଏଥିରେ ଶହଶହ ମହିଳା ଓ ପୁରୁଷ ସାମିଲ ହୋଇ ଶ୍ରୀମିଶ୍ରଙ୍କୁ ସମର୍ଥନ ଜଣାଇଥିଲେ । ରୋଡ ସୋ’ ବେଳେ ଲୋକେ ରାସ୍ତାକଡରେ ଠିଆ ହୋଇ ତାଙ୍କ ଉପରକୁ ପୁଷ୍ପ ବୃଷ୍ଟି କରିଥିଲେ । ଶ୍ରୀ ମିଶ୍ରଙ୍କ ଜନ ସମର୍ଥନ ଓ ରୋଡ ସୋ’ ଦେଖି ବିରୋଧୀ ବିଜେଡି ଏବଂ କଂଗ୍ରେସର ହୋସ ଉଡିଯାଇଛି । ଯଦି ଏଭଳି ମାହୋଲ ଶେଷ ପର୍ଯ୍ୟନ୍ତ ଲାଗି ରୁହେ, ତେବେ ବିଜେପିକୁ ବିଜୟ ମୁକୁଟ ପିନ୍ଧିବାକୁ କେହି ଅଟକାଇ ପାରିବେନାହିଁ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy