ଚଟାଣରେ ବସିଲେ ଏହି ସବୁ ଲାଭ ମିଳିବ, ଜାଣନ୍ତୁ

0 192

ଚଟାଣରେ ଲୋକମାନେ ଯେପରି ବସନ୍ତି, ତାହା ଏକ ଆସନ । ଏହା ଶରୀର ପାଇଁ ଅନେକ ଉପକାର କରିଥାଏ । ଏହା କରିବା କେବଳ ଜଙ୍ଘ, ପାଦ ଓ ପେଟ ପାଇଁ ନୁହେଁ ବରଂ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ଅଟେ । ଚଟାଣରେ ବସି ଖାଇବା ଦ୍ୱାରା ହଜମ ପ୍ରକିୟା ମଧ୍ୟ ସୁସ୍ଥ ରହିଥାଏ ।

ଚଟାଣରେ ବସିବା, ଚେୟାର, ସୋଫା କିମ୍ବା ଶଯ୍ୟା ଉପରେ ବସିବା ଅପେକ୍ଷା ଅଧିକ ଲାଭଦାୟକ ହୋଇଥାଏ । ଚଟାଣରେ ବସିବା ଆମ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଚଟାଣରେ ବସି ଖାଇବାର ପରମ୍ପରା ମଧ୍ୟ ଅଛି । ଆଜି ବି ଗାଁର ଅଧିକାଂଶ ଲୋକ ଚଟାଣରେ ବସି ଖାଇବାକୁ ପସନ୍ଦ କରନ୍ତି । ଏହା କରିବା ଦ୍ୱାରା ଶରୀର ଅନେକ ଲାଭ ପାଇଥାଏ । ଚଟାଣରେ ବସିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ମିଳିପାରେ । ଏହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ, ଶରୀରର ନମନୀୟତା ବଜାୟ ରଖେ ଏବଂ ଅନ୍ୟାନ୍ୟ ଅନେକ ଲାଭ ମଧ୍ୟ କରେ । ଚଟାଣରେ ବସିବାର କେତୋଟି ଲାଭ ଏଠାରେ ଜାଣନ୍ତୁ …

ପଦ୍ମସାନା ଅର୍ଥାତ୍ ଚଟାଣ ଉପରେ ଚକା ଆସନ କରି ବସିବା ଧ୍ୟାନ ପାଇଁ ବେଶ ଲାଭଦାୟକ ହୋଇଥାଏ । ଏହି ଆସନ ଚାପକୁ ହ୍ରାସ କରିଥାଏ ଏବଂ ଶରୀରରେ ଅମ୍ଳଜାନ ଯୋଗାଣ ବୃଦ୍ଧି କରିଥାଏ । ଏହି ଅବସ୍ଥାରେ ବସି ମେରୁଦଣ୍ଡକୁ ସିଧା କରି କାନ୍ଧର ମାଂସପେଶୀକୁ ଆରାମ ପ୍ରଦାନ କରିଥାଏ ।

ଚଟାଣରେ ବସିଲେ ଶରୀରର ଅନେକ ମାଂସପେଶୀ ବିସ୍ତାର କରିଥାଏ, ଯାହା ନମନୀୟତା ବଢାଇଥାଏ । ଯେଉଁଥି ପାଇଁ ଶରୀର ଅନେକ ସମସ୍ୟାରୁ ରକ୍ଷା ପାଇପାରେ ଏବଂ ସର୍ବଦା ସକ୍ରିୟ ରହିଥାଏ । ଏହା ଉର୍ଜ୍ଜାର ସଠିକ୍ ପ୍ରସାରଣକୁ ସୁନିଶ୍ଚିତ କରିଥାଏ ।

ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ, ଅଧିକାଂଶ ଲୋକ ଆଜି କିଛି ଯନ୍ତ୍ରଣା ପାଉଛନ୍ତି । ଏହି ଯନ୍ତ୍ରଣାକୁ ହ୍ରାସ କରିବା ପାଇଁ ଆପଣ ଚଟାଣରେ ବସିପାରିବେ । ଏହା କରିବା ଦ୍ୱାରା ତଳ ପିଠି, ଅଣ୍ଟା ଏବଂ ପେଟର ମାଂସପେଶୀ ଅଧିକ ଶକ୍ତିଶାଳୀ ହୁଏ ଏବଂ ଗୋଡ, ଆଣ୍ଠୁ ଏବଂ ଜଙ୍ଘର ଶକ୍ତି ମଧ୍ୟ ବଢାଇଥାଏ, ଯାହା ଯନ୍ତ୍ରଣାକୁ ହ୍ରାସ କରିଥାଏ ।

ଚକା ଆସନ ସ୍ଥିତିରେ ବସିଲେ ଶରୀରରେ ରକ୍ତ ସଂଚାଳନକୁ ଉନ୍ନତ କରିଥାଏ । ଏହା ସ୍ନାୟୁକୁ ଶାନ୍ତ କରିବା ପାଇଁ କାମ କରିଥାଏ ଏବଂ ଚାପରୁ ମୁକ୍ତି ଦେଇପାରେ । ଚଟାଣରେ ବସି ହୃଦୟର ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ହୁଏ । ଏହା ହୃଦୟ ଉପରେ କମ୍ ଚାପ ପକାଇଥାଏ । ସୁଖାସନରେ ବସି ସଠିକ୍ ରକ୍ତ ସଂଚାଳନ ବଜାୟ ରଖେ ।

ଚେୟାର କିମ୍ବା ସୋଫାରେ ବସିବାବେଳେ ପୁରା ଚାପ ହିପ୍ ଉପରେ ଆସିଥାଏ । ଏହି କାରଣରୁ, ଶରୀରର ସମସ୍ତ ଓଜନ ଉଠାଇରେ ଅସୁବିଧା ହୁଏ, କିନ୍ତୁ ଯଦି ଆପଣ ଚଟାଣରେ ବସିଥା’ନ୍ତି, ତେବେ ସମଗ୍ର ଓଜନ ହିପ୍ ସହ ଜଙ୍ଘରେ ଉପରେ ପଡିଥାଏ । ଯାହା ଅନେକ ଆରାମ ପ୍ରଦାନ କରିଥାଏ ଏବଂ ଗଣ୍ଠିକୁ ଆରାମ ଦେଇଥାଏ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy