ଏହି ୪ ରାଶିଙ୍କୁ ଶୁଭଫଳ ଦେବେ ଶନି-କେତୁ

0 193

ଜ୍ୟୋତିଶ ଶାସ୍ତ୍ରରେ କେତୁଙ୍କୁ ଏକ ଛାୟା ଗ୍ରହ ବୋଲି ବିବେଚନା କରାଯାଏ। ଏବଂ ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। କେତୁ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାକୁ ଦେଢ ବର୍ଷ ସମୟ ନେଇ ଥାଆନ୍ତି । ଏହି କ୍ରମରେ କେତୁ କନ୍ୟା ରାଶିରେ ବିରାଜମାନ କରିଥିବା ବେଳେ ଶନି କୁମ୍ଭ ରାଶିରେ ଅଛନ୍ତି । ଶନି କୁମ୍ଭରେ ୨୦୨୪ ବର୍ଷ ସାରା ରହିବେ। ଏପରି ସ୍ଥିତିରେ ଶନି ଓ କେତୁଙ୍କ ସ୍ଥିତି ଶଦାସ୍ଥକ ଯୋଗ ସୃଷ୍ଟି କରୁଛି। ଏହି ଶଦାସ୍ଥକ ଯୋଗ ୧୨ଟି ରାଶି ଉପରେ ପ୍ରଭାବ ପକାଇବ। ତେବେ, ଏହି ଦୁର୍ଲଭ ସଂଯୋଗ ବା ଶଦାସ୍ଥକ ଯୋଗ ଚାରି ରାଶିଙ୍କୁ ଶୁଭଫଳ ପ୍ରଦାନ କରିବ। ବିଶେଷ କରି ଚାକିରି କରୁଥିବା ଲୋକେ କର୍ମକ୍ଷେତ୍ରରେ ପଦୋନ୍ନତି ପାଇବା ସହ ନୂଆ ଚାକିରି ଅଫର ବି ପାଇପାରନ୍ତି। ଆୟ ବଢିବା ସହ ବିଦେଶରୁ ବଡ଼ ଚାକିରି ଅଫର ବି ମିଳିବ। ଏ-ପରିକି ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାରୁ ମୁକ୍ତି ମିଳିବ। ….

ଜାଣନ୍ତୁ କେଉଁ ରାଶିଙ୍କ ଉପରେ କୃପା କରିବେ ଶନି-କେତୁ:

ବୃଷ: ଶଦାସ୍ଥକ ଯୋଗ ଏହି ରାଶିର ବ୍ୟକ୍ତିଙ୍କୁ ବର୍ଷ ଆରମ୍ଭରୁ ଶୁଭଫଳ ପ୍ରଦାନ କରିବ। ୨୦୨୪ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଲଭଦାୟୀ ପ୍ରମାଣିତ ହେବ। ବିଶେଷ କରି, ବର୍ଷ ଆରମ୍ଭରୁ ଆପଣଙ୍କୁ କ୍ୟାରିୟରରେ ବିଶେଷ ସଫଳତା ମିଳିବ। କାର୍ଯ୍ୟାଳୟରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ଏବଂ ଆଇଟି କମ୍ପାନୀରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ସମୟ ବେଶ ଅନୁକୂଳ ରହିଛି । ବିଦେଶରୁ ଚାକିରି ଅଫର ବି ଆପଣଙ୍କୁ ମିଳିପାରେ। ଆର୍ଥିକ ସ୍ଥିତିରେ ପୂର୍ବ ଅପେକ୍ଷା ସୁଧାର ଆସିବ।  ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ। 

ସିଂହ: ଆଜିଠାରୁ ଏ-ହି ରାଶିର ବ୍ୟକ୍ତିଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବ। ଆକସ୍ମିକ ଧନଲାଭର ଯୋଗ ରହିଛି। ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବା ସହ ଭଲ ଚାକିରି ଅଫର ମଧ୍ୟ ଆପଣଙ୍କୁ ମିଳିବ। କର୍ମକ୍ଷେତ୍ରରେ କିଛି ବଡ଼ ଦାୟିତ୍ବ ଆପଣଙ୍କୁ ମିଳିପାରେ। ଧନ ବୃଦ୍ଧି ହେବା ସହ ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବଢିବ। ଅବିବାହିତଙ୍କ ପାଇଁ ମନଲାଖି ପ୍ରସ୍ତାବଟିଏ ମଧ୍ୟ ଆସିପାରେ। 

କନ୍ୟା: ୨୦୨୪ ଏହି ରାଶିଙ୍କ ପାଇଁ ଲାଭଦାୟୀ ପ୍ରମାଣିତ ହେବ। ବର୍ଷ  ଶେଷ ପର୍ଯ୍ୟନ୍ତ ଆପଣଙ୍କୁ ଆର୍ଥିକ ଲାଭ ମିଳିବ। ଗୋଟିଏ ପରେ ଗୋଟିଏ ଚାକିରି ଅଫର ଆପଣଙ୍କୁ ମିଳିବ। କ୍ୟାରିୟର ଏବଂ ବ୍ୟବସାୟରେ ଅଗ୍ରଗତି କରିବେ। ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆପଣ ଅନେକ ସଫଳତା ପ୍ରାପ୍ତ ହେବ । ଘରେ ଏକ ମନୋରମ ପରିବେଶ ରହିବ । ବୈବାହିକ ଜୀବନ ସୁଖମୟ ହେବା ସହ ପ୍ରେମ ବ୍ୟାପାରରେ ବି ଭଲ ଫଳ ମିଳିବ।

ତୁଳା: ଶନି-କେଟୁଙ୍କୁ ଦ୍ୱାରା ଗଠିତ ଶଦାସ୍ତକ ଯୋଗ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟକୁ ଟାଣ କରିବ। କ୍ୟାରିଅରରେ ଅତୁଳନୀୟ ସଫଳତା ପାଇବେ। ଆୟ ବୃଦ୍ଧି ପାଇବ। ବିଦେଶରୁ ଚାକିରିର ଅଫର ମିଳିପାରେ। ବିଶେଷ କରି, ବ୍ୟବସାୟରେ ଭଲ ଲାଭ ହେବା ସହ ଅଗ୍ରଗତି ହେବ । ପରିଶ୍ରମର ଫଳ ଆପଣଙ୍କୁ ମିଳିବ । ଯେଉଁମାନେ ଏକ ନୂତନ ଘର କିମ୍ବା ଗାଡି଼ କିଣିବାକୁ ଯୋଜନା କରିଛନ୍ତି ।  ସେମାନଙ୍କର ଇଚ୍ଛା ପୂରଣ ହୋଇପାରିବ । ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy