ଓଡିଶାର ପୁଅ ବା ଝିଅ ଏଠାକାର ମୁଖ୍ୟମନ୍ତ୍ରୀ ହେବ : ନଡ୍ଡା

0 257

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ଗୁରୁବାର ଦିନ ଓଡିଶାର ମୟୁରଭଂଜ, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ଠାରେ ଆୟୋଜିତ ବିଶାଳ ଜନସଭା ଗୁଡିକୁ ସମ୍ବୋଧିତ କରି ବିଜେପି ସରକାରର କାର୍ଯ୍ୟକାଳରେ ହୋଇଥିବା ଅଭୁତପୂର୍ବ ବିକାଶ କାର୍ଯ୍ୟର ଉଲ୍ଲେଖ କରିଥିଲେ । ଏହା ସହିତ ସେ ବିଜୁ ଜନତା ଦଳ ଓ ଇଂଡି ମେଂଟର ତୁଷ୍ଚିକରଣ ଓ ଦୁର୍ନୀତିଗ୍ରସ୍ତ ନୀତି ଉପରେ ଜୋରଦାର ଆକ୍ରମଣ କରିଥିଲେ । ଏହି କାର୍ଯ୍ୟକ୍ରମ ଗୁଡିକରେ ମଂଚରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦୁଝର ଲୋକସଭା ପ୍ରାର୍ଥୀ ଅନନ୍ତ ନାୟକ, ବିଧାନସଭା ପ୍ରାର୍ଥୀ ପଦ୍ମଚରଣ ହାଇବୁରୁ, ନବରଙ୍ଗପୁର ଲୋକସଭା ପ୍ରାର୍ଥୀ ବଳଭଦ୍ର ମାଝୀ, ଭଦ୍ରକ ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ଯାଜପୁର ଲୋକସଭା ପ୍ରାର୍ଥୀ ରବୀନ୍ଦ୍ର ନାରାୟଣ ବେହେରା, ଜଗତସିଂହପୁର ଲୋକସଭା ପ୍ରାର୍ଥୀ ବିଷ୍ଣୁ ପ୍ରସାଦ ତରାଇ ସମେତ ଅନ୍ୟ ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ ।

ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି ଯେ ଓଡ଼ିଶାର ଲୋକେ ନବୀନ ପଟ୍ଟନାୟକଙ୍କୁ ଆରାମ ଦେବାକୁ ମନରେ ସ୍ଥିର କରିଛନ୍ତି ଏବଂ ବିଜେପିକୁ କାମ ଦେବାକୁ ସ୍ଥିର କରିଛନ୍ତି । 10 ବର୍ଷ ପୂର୍ବରୁ ସାଧାରଣ ଲୋକେ ଏହା ଭାବିନେଇଥିଲେ ଯେ, ଭାରତରେ କିଛି ବଦଳିବ ନାହିଁ, କିନ୍ତୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି 10 ବର୍ଷର ନେତୃତ୍ୱରେ ରାଜନୀତିର ଗତି, ଚରିତ୍ର, ସଂସ୍କୃତି ଓ ପରିଭାଷା ବଦଳାଇଦେଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସଂକଳ୍ପରେ ଭାରତ ବଦଳୁଛି ଏବଂ ଲୋକଙ୍କ ମଧ୍ୟରେ ଏହି ବିଶ୍ୱାସ ଆସିଛି ଯେ, ଆମେ ବିକଶିତ ଭାରତ ଅଭିମୁଖେ ଆଗକୁ ବଢୁଛି । ପୂର୍ବରୁ ଜାତି, ଧର୍ମ ଓ ଅଂଚଳର ରାଜନୀତି ହେଉଥିଲା କିନ୍ତୁ ଶ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଦେଶର ରାଜନୀତି ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସର ମନ୍ତ୍ରରେ ଚାଲୁଛି । ଆଜି ବିକାଶବାଦ ଓ ରିପୋର୍ଟକାର୍ଡର ରାଜନୀତି ହେଉଛି ।

କଂଗ୍ରେସ ଓ ବିଜେଡି ସରକାରରେ ଆଦିବାସୀ ଭାଇଙ୍କୁ କେବଳ ଭୋଟବ୍ୟାଙ୍କ ଭାବେ ଦେଖାଯାଇଥାଏ ଏବଂ ସେମାନଙ୍କର କେବେ ବି ଚିନ୍ତା କରାଯାଇନାହିଁ କିନ୍ତୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସମସ୍ତ ଆଦିବାସୀ ଭାଇଭଉଣୀଙ୍କୁ ପରିଚୟ ଦେଇଛନ୍ତି, ଶକ୍ତି ଦେଇଛନ୍ତି ଏବଂ ସେମାନଙ୍କ ଉତ୍ଥାନରେ ନିଜର ଯୋଗଦାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନଭେମ୍ବର 15କୁ ଜନଜାତିଙ୍କ ଗୌରବ ବଢାଇବା ପାଇଁ ଜନଜାତିଙ୍କ ଗୌରବ ଦିବସ ଭାବେ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନିଜ ଦୂରଦୃଷ୍ଟିରେ ଓଡ଼ିଶାର ଗରିବ ଆଦିବାସୀ ଘରର ଝିଅଙ୍କୁ ଦେଶର ରାଷ୍ଟ୍ରପତି ବନାଇ ସମଗ୍ର ଓଡ଼ିଶା ଓ ମହିଳାଙ୍କ ସମ୍ମାନ ବୃଦ୍ଧି କରିବାର କାର୍ଯ୍ୟ କରିଛନ୍ତି ।

ଶ୍ରୀ ନଡ୍ଡା କହିଛନ୍ତି ଯେ, ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି ଦେଶରେ ମଜବୁତ ସରକାର ଅଛି । ଅନ୍ୟପଟେ 10 ବର୍ଷ ପୂର୍ବରୁ ଦେଶ ଏକ ମଜବୁତ ସରକାରର ଶାସନ ଦେଖିଲା ଯିଏ ଅସହାୟ ଥିଲା । ଯେତେବେଳେ ଆତଙ୍କବାଦୀ ପାକିସ୍ତାନରୁ ଆସୁଥିଲେ ଓ ଭାରତ ବିରୋଧୀ ଗତିବିଧିକୁ ପୂରଣ କରୁଥିଲେ, ଅସହାୟ ସରକାର ପାକିସ୍ତାନକୁ ଡୋଜିୟର ପଠାଇ ଆତଙ୍କବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରୁଥିଲେ କିନ୍ତୁ ଯେତେବେଳେ ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତରେ ମଜବୁତ ସରକାର ଗଠନ ହେଲା ସେତେବେଳେ ଉରି ଓ ପୁଲୱାମାରେ ଆକ୍ରମଣର ଜବାବ ପାକିସ୍ତାନର ଘରେ ପଶି ଦିଆଯାଇଥିଲା । ଏହା ବଦଳୁଥିବା ଭାରତ ଅଟେ ।

ଶ୍ରୀ ନଡ୍ଡା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଦିବାସୀ ଭାଇଙ୍କ ପିଲାଙ୍କ ଭଲ ଶିକ୍ଷା ପାଇଁ ଏକଲବ୍ୟ ସ୍କୁଲର ବଜେଟକୁ 21ଗୁଣା ବଢାଇ ଦେଇଛନ୍ତି, ଖୋଲାରେ ଶୌଚକୁ ରୋକିବା ପାଇଁ ସାରା ଦେଶରେ ପ୍ରାୟ 12 କୋଟି ଇଜ୍ଜତ ଘର ନିର୍ମାଣ କରିଛନ୍ତି, ଯେଉଁଥିରୁ 1.5 କୋଟି ଇଜ୍ଜତ ଘର କେବଳ ଆଦିବାସୀ ଭଉଣୀ ଓ ତାଙ୍କ ପରିବାର ପାଇଁ ନିର୍ମାଣ କରାଯାଇଛି । ମୋଦି ଗାଁ, ଗରିବ ଓ ଆଦିବାସୀଙ୍କୁ ମଜବୁତି ଦେବାର କାମ କରିଛନ୍ତି କିନ୍ତୁ ବିଜୁ ଜନତା ଦଳର ସରକାର ଗାଁ, ଗରିବ ଓ ଆଦିବାସୀଙ୍କୁ ବହୁତ କଷ୍ଟ ପହଂଚାଇଛନ୍ତି । ଏଥିପାଇଁ ଓଡ଼ିଶାରେ ସବୁ ପ୍ରକାରର ଖଣିଜ, ମାଇନିଂ ଓ ବିକାଶର ସ୍ରୋତ ହେବା ପରେ ବି ଓଡ଼ିଶାର ଗରିବଙ୍କୁ ଦୁଇବେଳା ରୋଟି ପାଇଁ ବି ସ୍ଥାନାନ୍ତର କରିବାକୁ ପଡୁଛି ।

ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବହୁତ ଆଗକୁ ବଢୁଛି । କରୋନା ମହାମାରୀ ଓ ଋଷ-ୟୁକ୍ରେନ ଯୁଦ୍ଧ ପରେ ଆମେରିକା, ୟୁରୋପ, ଚୀନ, ଜାପାନ ଓ ଋଷର ଅର୍ଥନୀତି ହଲଛର ହେଉଛି କିନ୍ତୁ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତର ଅର୍ଥବ୍ୟବସ୍ଥା 11ତମ ସ୍ଥାନରୁ ଉପରକୁ ଉଠି 5ମ ସ୍ଥାନକୁ ଆସିଛି । ଏହି ନିର୍ବାଚନରେ ଯଦି ଓଡ଼ିଶାର ଲୋକ ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରିଦେବେ ତେବେ 3ବର୍ଷ ମଧ୍ୟରେ ଭାରତ ଦୁନିଆର ତୃତୀୟ ଆର୍ଥିକ ଶକ୍ତି ପାଲଟିଯିବ । ଆଜି ଅଟୋମୋବାଇଲ ଶିଳ୍ପରେ ଭାରତ ଜାପାନକୁ ପଛରେ ପକାଇ ତୃତୀୟ ସ୍ଥାନରେ ପହଂଚିଯାଇଛି, ବିଶ୍ୱରେ ଔଷଧ ପ୍ରସ୍ତୁତିରେ ଭାରତ ଏବେ ଦ୍ୱିତୀୟ ସ୍ଥାନକୁ ଆସିଛି ଏବଂ ଦୁନିଆରୋ ସବୁଠୁ ଶସ୍ତା ଓ ପ୍ରଭାବଶାଳୀ ଔଷଧ ଭାରତ ପ୍ରସ୍ତୁତ କରୁଛି । ଷ୍ଟିଲ ଉତ୍ପାଦନରେ ଭାରତ ଦ୍ୱିତୀୟ ସ୍ଥାନରେ ଅଛି, 10 ବର୍ଷ ପୂର୍ବରୁ ମୋବାଇଲ ଉପରେ ମେଡ୍ ଇନ ଚାଇନା, ତାଇୱାନ, ଜାପାନ ଓ କୋରିଆ ଲେଖା ରହୁଥିଲା, କିନ୍ତୁ ଆଜି ମେଡ୍ ଇନ ଇଣ୍ଡିଆ ଲେଖାଯାଉଛି ।

ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡା କହିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ନୀତି ଗାଁ, ଗରୀବ, ଦଳିତ, ପୀଡିତ, ବଂଚିତ, ନିଷ୍ପେସିତ, ଯୁବ,ଚାଷୀ ମାନଙ୍କୁ ଶକ୍ତି ଦେବାର କାର୍ଯ୍ୟ କରିଛି । ହାଇୱେ, ଇଂଟରନେଟ, ରେଲୱେ, ଏୟାରୱେଜର ବିକାଶ ହେଉଛି ଓ ଏୟାରପୋର୍ଟ ଦୁଇ ଗୁଣ ହୋଇ ସାରିଛି । ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ଦେଶର 80 କୋଟି ଜନସାଧାରଣ ଓଡିଶାର 3 କୋଟି 20 ଲକ୍ଷ ଜନସାଧାରଣଙ୍କୁ ପାଂଚ କିଲୋ ଚାଉଳ ବା ଗହମ ଓ ଏକ କିଲୋ ଡାଲି ମିଳୁଛି । ଏହାର ପରିଣାମ ସ୍ୱରୂପ ଆଜି ଭାରତର 25 କୋଟି ଲୋକ ଦାରିଦ୍ର୍ୟ ସୀମା ରେଖାରୁ ଉପରକୁ ଉଠି ସାରିଛନ୍ତି ।

ଆୟୁଷ୍ମାନ ଭାରତ ଯୋଜନାରେ ପ୍ରତ୍ୟେକ ଗରୀବଙ୍କୁ ଆଜି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ସୁବିଧା ମିଳୁଛି , କିନ୍ତୁ ନବୀନ ବାବୁ ଏହାକୁ ଓଡିଶାରେ ଲାଗୁ ହେବାକୁ ଦେଲେ ନାହିଁ, ଯାହା କାରଣରୁ ଓଡିଶାର ଲୋକମାନେ ଏହି ଲାଭରୁ ବଞ୍ଚିତ ରହିଗଲେ । ଆଜି ବିକାଶର ନୂଆ କାହାଣୀ ଲେଖାଯାଉଛି । ୨ ଲକ୍ଷ ପଞ୍ଚାୟତ ପର୍ଯ୍ୟନ୍ତ ଅପ୍ଟିକାଲ ଫାଇଭର ପହଞ୍ଚାଯାଇଛି, ୨ ଲକ୍ଷ ଗାଁରେ କମନ୍ ସର୍ଭିସ୍ ସେଣ୍ଟର ଖୋଲାଯାଇଛି । ପ୍ରଥମେ ଲୋକମାନେ କହୁଥିଲେ ଯେ ଭାରତ ଅଶିକ୍ଷିତ, ଏଠାରେ ଡିଜିଟାଲ ଯୋଜନା କଣ ଓ କେମିତି କାମ କରିବ ? କିନ୍ତୁ ଆଜି ପରିବାବାଲା ମଧ୍ୟ ଡିଜିଟାଲ ପେମେଣ୍ଟ ବ୍ୟବହାର କରୁଛି । ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଏହି ନିର୍ଣ୍ଣୟ ନେଇଛନ୍ତି ଯେ ଏବେ ଡାଲି ଓ ତେଲରେ ଆଗାମୀ ୫ ବର୍ଷରେ ଭାରତ ଆତ୍ମନିର୍ଭର ହୋଇଯିବ ଓ ମୋଟା ଶସ୍ୟ ଯାହାକୁ ଶ୍ରୀ ଅନ୍ନ କୁହାଯାଏ ତାହାର ଭାରତ ଦୁନିଆରେ ସବୁଠୁ ବଡ ମାର୍କେଟ୍ ହେବ ଓ ଚାଷୀଙ୍କୁ ସଶକ୍ତି ଦେବ ।

ଶ୍ରୀ ନଡ୍ଡା କହିଛନ୍ତି ଯେ ଓଡିଶାର ୫୩ ଲକ୍ଷ ମା ଓ ଭଉଣୀଙ୍କ ସମେତ ଦେଶର ୧୦ କୋଟି ମା ଓ ଭଉଣୀଙ୍କୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍ କନେକ୍ସନ୍ ଦିଆଯାଇଛି ଓ ଆଗାମୀ ସମୟରେ ଗ୍ୟାସ୍ ପାଇପ୍ ଲାଇନ୍ ମାଧ୍ୟମରେ ଗରୀବଙ୍କ ଘର ପର୍ଯ୍ୟନ୍ତ ଶସ୍ତାରେ ଗ୍ୟାସ୍ ପହଞ୍ଚାଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୪ କୋଟି ଗରୀବଙ୍କୁ ପକ୍କା ଘର ଦିଆଯାଇଛି ଓ ଆଗାମୀ ୫ ବର୍ଷରେ ଆହୁରି ୩ କୋଟି ପକ୍କା ଘର ନିର୍ମାଣ କରିବାକୁ ସଂକଳ୍ପ ନିଆଯାଇଛି । ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ପ୍ରତ୍ୟେକ ଘରର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇ ଲୋକଙ୍କ ବିଜୁଳି ବିଲ୍ ଶୂନ କରାଯିବ ଓ ବଳକା ବିଜୁଳିକୁ ସରକାର କିଣିବେ ଫଳରେ ଏହି ଲୋକମାନଙ୍କ ଆୟର ଉତ୍ସ ବାହାରିପାରିବ । ଦେଶରେ ସ୍ୱଚ୍ଛ ଭାରତ ମିଶନରେ ୧୨ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କରାଯାଇଛି , ଜଳ ଜୀବନ ମିଶନରେ ୧୧ କୋଟି ଘରକୁ ଟ୍ୟାପ୍ ଯୋଗେ ଜଳ ପହଞ୍ଚାଯାଇଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଓଡିଶାର ବିକାଶ ପାଇଁ କୌଣସି କାମ ବାକି ରଖିନାହାନ୍ତି । ଓଡିଶାର ଗ୍ରାଣ୍ଟ ଇନ୍ ଏଡ୍ କୁ ୩ ଗୁଣା ବଢାଯାଇଛି , ସମ୍ବଲପୁରରେ ଆଇଆଇଏମ୍ ନିର୍ମାଣ କରାଯାଇଛି , ଭୁବନେଶ୍ୱର ଓ ରାଉରକେଲାକୁ ସ୍ମାର୍ଟ ସିଟି କରାଯାଇଛି ଓ କେବଳ ଓଡିଶାରେ ୪୩୦୦ କିଲୋମିଟର ଜାତୀୟ ରାଜମାର୍ଗ ନିର୍ମାଣ କରାଯାଇଛି । ରାୟପୁର-ବିଶାଖାପାଟଣା ଗ୍ରୀନ୍ ଫିଲ୍ଡ କରିଡର ନିର୍ମାଣ କରାଯାଉଛି , ରେଳ ବଜେଟ୍ ୧୨ ଗୁଣା ବୃଦ୍ଧି କରାଯାଇଛି ଓ ୪ ଟି ନୂଆ ଏୟାରପୋର୍ଟ ଓଡିଶାକୁ ଦିଆଯାଇଛି । କେନ୍ଦୁଝରରେ ସିଙ୍ଗଡାରୁ ନେଇ ବିଞ୍ଜାବାହାଲ ସେକ୍ସନ ପର୍ଯ୍ୟନ୍ତ ୧୧୦୦ କୋଟି ଟଙ୍କା ବ୍ୟୟରେ ଫୋର ଲେନ୍ ହାଇୱେର କାମ ଚାଲିଛି ଓ ଶିମିଳିପାଳର କାଇ ଚଟଣୀକୁ ଜିଆଇ ଟ୍ୟାଗ୍ ଦିଆଯାଇଛି । ଏଲପିଜି ଇର୍ମ୍ପୋଟ୍ ଫାସିଲିଟି ପାଇଁ ପାରାଦ୍ୱୀପରୁ ହଳଦିଆ ପର୍ଯ୍ୟନ୍ତ ୩୪୪ କିମି ପାଇପ୍ ଲାଇନ୍ ଉପରେ କାମ କରାଯାଉଛି , ଇଣ୍ଡିଆନ୍ ଅଏଲ ପକ୍ଷରୁ ୧ ହଜାର୨୧୨ କିମି ର ପାଇପ୍ ଲାଇନ୍ ନିର୍ମାଣ କରାଯାଉଛି , ଓଡିଶା ଇକୋନୋମିକ୍ କରିଡର ପାଇଁ ୬୦୦ କିମି ରାସ୍ତା ନିର୍ମାଣ କରାଯାଉଛି ।

ଶ୍ରୀ ନଡ୍ଡା କହିଛନ୍ତି ଯେ ଆଜି ଓଡିଶାର ପ୍ରଶାସନ କୌଣସି ଓଡିଆ ପୁଅ, ଝିଅ କିମ୍ବା ମାଟିର ପୁଅ ନୁହେଁ ବରଂ ବାହାରର ଲୋକ ଆସି ଚଳାଉଛନ୍ତି । ଓଡିଶାର ଜନତା ଏଥର ଲୋକସଭା ଓ ବିଧାନସଭାରେ ପଦ୍ମ ଚିହ୍ନର ବଟନ୍ ଦବାଇ ଭାଜପାର ସରକାର ଗଠନ କଲେ ଓଡିଶାର ପୁଅ କିମ୍ବା ଝିଅ ହିଁ ଏଠାରେ ମୁଖ୍ୟମନ୍ତ୍ରୀ ହେବ । ଆଜି ଓଡିଶାରେ ସବୁ ଠିକାଦାର ବାହାରୁ ଆସୁଛନ୍ତି , ଜଳସେଚନ, କୋଲ୍ଡ ଷ୍ଟୋରେଜ୍ , ଟେକ୍ସଟାଇଲ କମ୍ପାନୀ ଓ ଚିନି କାରଖାନା ବନ୍ଦ ହୋଇସାରିଛି । ଓଡିଶାରେ ପିଲାଙ୍କ ସାଇକେଲ , ସ୍କୁଲ ଡ୍ରେସ୍ ଓ ଖାଦ୍ୟର ସୁରକ୍ଷା ଜିନିଷ ବାହାରର କମ୍ପାନୀ ଦେଉଛନ୍ତି । ବିଜେଡି ସରକାର ପ୍ରଭୂ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଲୁଟି ଚାବିକୁ ଗାୟବ କରିଦେଇଛନ୍ତି । ଓଡିଶାରେ ଭାଜପା ସରକାର ଆସିବା ମାତ୍ରେ ରତ୍ନ ଭଣ୍ଡାରର ଯାଞ୍ଚ କରାଇ ସମ୍ପତ୍ତିର ହିସାବ କରାଯିବ । ଇଣ୍ଡି ମେଣ୍ଟ ଓ କଂଗ୍ରେସର ଲୋକମାନଙ୍କ କାମ ହେଉଛି କେବଳ ନିଜ ପରିବାରର ଲୋକଙ୍କୁ କ୍ଷମତାରେ ବସାଇ ଭ୍ରଷ୍ଟାଚାର ଓ ତୁଷ୍ଟିକରଣ କରିବା ।

କଲିକତାର ଉଚ୍ଚ ନ୍ୟାୟାଳୟ ନିଜ ରାୟରେ କହିଛନ୍ତି ଯେ ଓବିସି କୋଟା ଉପଶ୍ରେଣୀ ଅନ୍ତର୍ଗତ ମୁସଲମାନମାନଙ୍କୁ ଦିଆଯାଇଥିବା ସଂରକ୍ଷଣ ଓ ପ୍ରମାଣପତ୍ରକୁ ରଦ୍ଦ କରାଯାଉ । ଶ୍ରୀ ନରେନ୍ଦ୍ର ମୋଦୀ ଜୀ ସ୍ପଷ୍ଟ ଭାବେ କହିଛନ୍ତି ଯେ ଯେବେ ପର୍ଯ୍ୟନ୍ତ ମୋଦୀ ଅଛି କୌଣସି ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ଭାଇମାନଙ୍କର ସଂରକ୍ଷଣକୁ ଛଡାଇ ନେବାକୁ ଦିଆଯିବ ନାହିଁ । ଇଣ୍ଡି ମେଣ୍ଟ , ମମତା ବାନାର୍ଜୀ , ସୋନିଆ ଗାନ୍ଧୀ, ଖଡଗେ ଜୀ ଓ ଡିଏମକେ ର ଲୋକମାନେ ପଛୁଆଙ୍କ ସଂରକ୍ଷଣ ଉପରେ ଡକେୟତି କରିବାର କାମ କରୁଛନ୍ତି ଓ ମୁସଲମାନ ତୁଷ୍ଟିକରଣ କରିବାକୁ ଚାହୁଁଛନ୍ତି । ଅହଂକାରୀ ମେଣ୍ଟ କାହାର ହକ୍ ଛଡାଇ ଆଉ କାହାକୁ ଦେଇ ତୁଷ୍ଟିକରଣ କରୁଛି , କିନ୍ତୁ ମୋଦୀ ଜୀ ସନ୍ତୁଷ୍ଟିକରଣ ର କାମ କରିଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ଜୀ ସ୍ଥାନୀୟ ଭାଜପା ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବହୁମତରେ ବିଜୟୀ କରି ଦେଶ ଓ ଓଡିଶାରେ ଭାଜପାର ଡବଲ ଇଞ୍ଜିନ ସରକାର ଗଢିବାକୁ ଆହ୍ୱାନ ଦେଇଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy