କୃତ୍ରିମ ପିଆଜ ଦର ବୃଦ୍ଧି ପାଇଁ ରାଜ୍ୟ ସରକାର ଦାୟୀ: ମହେଶ୍ୱର ସାହୁ

0 1,347

ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ଜଣେ ଗରୀବ ଲୋକ ପିଆଜ ଗୋଟେ ହେଲେ ଭାତ ମୁଠାଏ ଖାଇପାରୁଥିଲା କିନ୍ତୁ ଏବେ ମାର୍କେଟରେ ପିଆଜି କିଲୋ ପିଛା ୬୦ଟଙ୍କା । ଯାହାକୁ ନେଇ ପ୍ରତ୍ୟେକ ଘରେ ଅସନ୍ତୋଷ ଦେଖାଦେଇଛି । ଦୀର୍ଘଦିନ ଶାସନରେ ରହିବି ରାଜ୍ୟ ସରକାର ଚାଷୀଙ୍କ ପାଇଁ କୌଣସି ବ୍ୟବସ୍ଥା କରୁନାହାନ୍ତି । ଫଳରେ ଚାଷୀ ଅମଳ ସମୟରେ ଶୀତଳ ଭଣ୍ଡାର ନଥିବାରୁ ପରିବାକୁ ଗୋରୁ ଗାଈ ଖାଇବା ସହ ପଚି ନଷ୍ଟ ହେଉଛି । ଯାହାର ପ୍ରତିଫଳନ ଏବେ ସାରା ଓଡ଼ିଶାବାସୀ ଭୋଗୁଛନ୍ତି । ରାଜ୍ୟ ସରକାରଙ୍କ ଚାଷୀଙ୍କ ପ୍ରତି ଅବହେଳା କାରଣରୁ ପରିବା ରେଟ୍ ଆକାଶଛୁଆଁ ହୋଇଛି ବୋଲି କୃଷକମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ କହିଛନ୍ତି ।

ଚଳିତବର୍ଷ ଆନ୍ଧ୍ରପ୍ରଦେଶରେ ସ୍ୱଳ୍ପ ବୃଷ୍ଟି କାରଣରୁ ପିଆଜ ଫସଲ ଉଜୁଡି ଯାଇଥିଲା । ଫଳରେ ମହାରାଷ୍ଟ୍ରର ନାସିକ୍‌ରେ ଥିବା ସୀମିତ ଗଛିତ ପିଆଜ ଯୋଗୁଁ ଦେଶରେ ହଠାତ ଦରବୃଦ୍ଧି ଘଟିଥିଲା ଓ ପିଆଜ କିଲୋ ୬୦ରେ ଛୁଇଁଥିଲା । ଦେଶର ଖାଉଟିଙ୍କ ସମସ୍ୟା ଦେଖି ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନଏଏଫଇଡି ଓ ଏନସିସିଏଫ ମୋଦି ସରକାରଙ୍କ ସଂସ୍ଥା ମାଧ୍ୟମରେ ୫ଲକ୍ଷ ଟନ ପିଆଜ ଦେଶର ଖୁଚୁରା ବ୍ୟବସାୟୀମାନଙ୍କ ମାଧ୍ୟମରେ ପିଆଜି କିଗ୍ରା ୨୫ଟଙ୍କାରେ ଯୋଗାଇ ଦେବାରେ ବ୍ୟାପକ ବ୍ୟବସ୍ଥା କରିଛନ୍ତି ।

ଓଡ଼ିଶାରେ ମଧ୍ୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଦେଶର ଅନ୍ୟ ରାଜ୍ୟମାନେ ପିଆଜ ଗଚ୍ଛିତ ରଖିବା ପାଇଁ ଅର୍ଥ ଉକ୍ତ ସଂସ୍ଥାମାନଙ୍କୁ ଯୋଗାଇ ଦେଇଥିବାବେଳେ ୨୩ବର୍ଷ ଶାସନରେ ଥିବା ନବୀନ ସରକାର ନୀରବ ରହିବା ସହ ରାଜ୍ୟରେ ଗଛିତ ରଖିବା ପାଇଁ କୌଣସି ବ୍ୟବସ୍ଥା ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଦେଶର ପ୍ରତ୍ୟେକ ଜନତାଙ୍କ ସ୍ୱାସ୍ଥ୍ୟ, ଗମନାଗମନ, ଖାଦ୍ୟପେୟ ଇତ୍ୟାଦି ମୋଦିଜୀ ଧ୍ୟାନ ଦେଇଥାନ୍ତି । ଆଜିବି ମୋଦିଜୀ ଖାଉଟିଙ୍କୁ ପିଆଜ କିଲୋ ୨୫ଟଙ୍କାରେ ଯୋଗାଇ ଦେବାର ବ୍ୟବସ୍ଥା କରିଥିବାରୁ ଭାରତୀୟ ଜନତା ପାର୍ଟି କୃଷକମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ୍ୱର ସାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ ଜଣାଇଛନ୍ତି ।

୨୩ବର୍ଷର ନବୀନ ସରକାର କୃଷକଙ୍କ ପାଇଁ ଶୀତଳ ଭଣ୍ଡାର ଯୋଗାଇବାରେ ବିଫଳ । ଓଡ଼ିଶାର ଚାଷୀ ଅମଳ କଲେ ରଖିବା ପାଇଁ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ନାହିଁ । ଏବେ ଓଡ଼ିଶାବାସୀ ଯେତେବେଳେ ପିଆଜ ଅଧିକା ଦାମ୍‌ରେ କିଣୁଛନ୍ତି ସେନେଇ ମଧ୍ୟ ନବୀନ ବାବୁଙ୍କ ଫରକ ପଡୁନାହିଁ । ରାଜ୍ୟ ସରକାର ଚାଷୀଙ୍କୁ ଅବହେଳା କରନ୍ତୁ ନାହିଁ । ଓଡ଼ିଶାର ଲୋକେ କିପରି ଶାନ୍ତିରେ ପିଆଜ ଖାଇବେ ସେନେଇ ମୋଦି ସରକାର ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇ ଦେଉଛନ୍ତି । ପିଆଜ ସଠିକ୍‌ଭାବେ ଓଡ଼ିଶାର ଲୋକ ପାଇବା ପାଇଁ ରାଜ୍ୟ ସରକର ତୁରନ୍ତ ବ୍ୟବସ୍ଥା କରନ୍ତୁ ବୋଲି ବିଜେପି କୃଷକମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସାହୁ ଦାବି କରିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy