ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

0 455

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱର ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ସଂଧ୍ୟା ୫ଟା ୫୯ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ। ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ବିମାନନ୍ଦରରେ ପୂର୍ବରୁ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌ ମୁରଲୀଧର, ମୁଖ୍ୟ ଶାସନ ସିଚବ ଏବଂ ପୁଲିସ ଡିଜି ପ୍ରମୁଖ ଉପସ୍ଥିତ ଥିଲେ।

ସେଠାରୁ ରାଷ୍ଟ୍ରପତିଙ୍କ କାରକେଡ୍ ରାଜଭବନ ଅଭିମୁଖେ ଆସିଥିଲା। ତେବେ ଆସିବା ବେଳେ ବାଟରେ ସେ ଗାଡ଼ିରୁ ଓହ୍ଲାଇ ପାରମ୍ପରିକ ନାଚଗୀତ ମାଧ୍ୟମରେ ତାଙ୍କୁ ସ୍ୱାଗତ ଜଣାଉଥିବା ଲୋକଙ୍କୁ ଭେଟିଥିଲେ। ପରେ ରାଜଭବନରେ ପହଞ୍ଚିଥିଲା ରାଷ୍ଟ୍ରପତିଙ୍କ କାରକେଡ୍। ରାଷ୍ଟ୍ରପତି ଆଜି ରାଜଭବନରେ ବିଶ୍ରାମ କରିବା ସହ ରାତ୍ରୀଯାପନ କରିବେ। ଏହି ସମୟରେ ସେ ରାଜଭନରେ ଅତୁଟ ବନ୍ଧନ ପରିବାର ସହ ଭାବ ବିନିମୟ କରିବେ।

ଆସନ୍ତାକାଲି ସେ କଟକ ଯିବେ। କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଏଠାରେ କାଲି ଦିନ ତମାମ ରହିବେ। ଆସନ୍ତାକାଲି ସକାଳ ୮ଟାରେ ରାଷ୍ଟ୍ରପତି ରାଜଭବନରୁ ବାହାରି ଭୁବନେଶ୍ୱର ବିମାନବନ୍ଦରରୁ କଟକ ନରାଜ ପର୍ଯ୍ୟନ୍ତ ଆକାଶ ପଥରେ ଯିବେ। ସେଠାରୁ ତାଙ୍କ କାରକେଡ୍ ସିଧା ପହଞ୍ଚିବ କଟକ ଚଣ୍ଡୀ ମନ୍ଦିରରେ। ଏଠାରେ ପ୍ରାୟ ୧୫ ମିନିଟ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ରାଷ୍ଟ୍ରପତି ପ୍ରଥମେ ମାଆ କଟକ ଚଣ୍ଡୀଙ୍କ ଦର୍ଶନ କରି ସେଠାରୁ ମଧୁବାବୁଙ୍କ ଘର ପରିଦର୍ଶନରେ ଯିବ। ପରେ ନେତାଜୀଙ୍କ ବାସଭବନ ଓ ନେତାଜୀ ସଂଗ୍ରହାଳୟ ବୁଲିବା କାର୍ଯ୍ୟକ୍ରମ ରହିଛି।

୧୦ଟା ୪୫ରେ କଟକ ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚିବେ ରାଷ୍ଟ୍ରପତି। ଏଠାରେ ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ହେବେ। ପରେ ଜଷ୍ଟିସ ସଂଗ୍ରହାଳୟ ବୁଲି ଓଡ଼ିଶା ହାଇକୋର୍ଟ ଜଜ୍ ଲାଉଞ୍ଜରେ ମଧ୍ୟାହ୍ନ ଭୋଜନ କରିବେ। ପରେ ୨ଟା ୫୦ରେ ଏସସିବି ମେଡିକାଲ କଲେଜ୍ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି।

ସେହିଭଳି ଅପରାହ୍ଣ ୪ଟା ୧୫ରେ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର ୧୦ମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସେ ଯୋଗଦେବେ। ସେଠାରୁ ସଂଧ୍ୟା ୬ଟା ୩୦ରେ କାର୍ଯ୍ୟକ୍ରମ ସାରି ପୁଣି ରାଜଭବନ ଅଭିମୁଖେ ଫେରିବେ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy